Advertisement
Article Detail0/zeeodisha/odisha2673756
Zee OdishaOdisha EntertainmentAnubhav Jagrati Engaged: ସରିଲା ନିର୍ବନ୍ଧ, ସୋସିଆଲ ମିଡିଆରେ ଲଭଷ୍ଟୋରିର କାହାଣୀ ହେଲା ଭାଇରାଲ

Anubhav Jagrati Engaged: ସରିଲା ନିର୍ବନ୍ଧ, ସୋସିଆଲ ମିଡିଆରେ ଲଭଷ୍ଟୋରିର କାହାଣୀ ହେଲା ଭାଇରାଲ

Anubhav Jagrati Engaged: କେବଳ ହିନ୍ଦି ପଡକାଷ୍ଟ ନୁହେଁ ବରଂ ରାଜ୍ୟର ଅନେକ ନ୍ୟୁଜ୍ ଚ୍ୟାନେଲ୍ ରେ ଅନୁଭବଙ୍କୁ ବିବାହ କରିବା ନେଇ ଗ୍ରିନ ସିଗନାଲ୍ ଦେଇଥିଲେ ଜାଗ୍ରତି । ତେବେ ଗତକାଲି ରାତିରୁ ଭାଇରାଲ ହୋଇଥିବା ଏହି ଫଟୋ ପରେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ଏବେ ଅଫିସିଆଲି ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

 

Anubhav Jagrati Engaged: ସରିଲା ନିର୍ବନ୍ଧ, ସୋସିଆଲ ମିଡିଆରେ ଲଭଷ୍ଟୋରିର କାହାଣୀ ହେଲା ଭାଇରାଲ

Anubhav Jagrati Engaged: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅନେକ ବାଦ ବିବାଦ ପରେ, ଅନେକ ପ୍ରକାର ଆରୋପ ପ୍ରତ୍ୟାରୋପ ପରେ, ଶେଷରେ ଦୁଇ ଲଭ ବାର୍ଡ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ସେ ଦୁଇ ଚର୍ଚ୍ଚିତ ଯୋଡ଼ି ଆଉ ହେଉଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗ୍ରତି ଶୁକ୍ଳା। ଏବେ ବାନ୍ଧବୀରୁ ଜୀବନସାଥୀ ହେବାକୁ ଯାଉଛନ୍ତି ଜାଗ୍ରତି। ଗତକାଲି ଦୁହେଁ ରାଜ୍ୟ ବାହାରେ ଏକ ହୋଟେଲରେ ଗ୍ରାଣ୍ଡ ଭାବେ ନିର୍ବନ୍ଧ କରିଥିବା କଥା ସୂଚନା ମିଳିଛି। ଏମିତିକି ଦୁହିଁଙ୍କର ନିର୍ବନ୍ଧ ବେଳର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ରୋମାଣ୍ଟିକ ଅନ୍ଦାଜରେ ଭାଇରାଲ ହୋଇଛି ଅନୁଭବ ଓ ଜାଗ୍ରତିଙ୍କ ସବୁ ଫଟୋ।  

ସୂଚନାନୁଯାୟୀ, କିଛି ଦିନ ତଳେ ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକର ଉନ୍ମୋଚନ ହୋଇଥିଲା । ଏହାପରେ ପରେ ଅନେକ ପଡକାଷ୍ଟରେ ଉଭେୟ ନଜର ଆସିଥିଲେ ଆଉ ନିଜ ସମ୍ପର୍କକୁ ନେଉ ଖୋଲାଖୋଲି ଆଲୋଚନା କରିଥିଲେ। କେବଳ ହିନ୍ଦି ପଡକାଷ୍ଟ ନୁହେଁ ବରଂ ରାଜ୍ୟର ଅନେକ ନ୍ୟୁଜ୍ ଚ୍ୟାନେଲ୍ ରେ ଅନୁଭବଙ୍କୁ ବିବାହ କରିବା ନେଇ ଗ୍ରିନ ସିଗନାଲ୍ ଦେଇଥିଲେ ଜାଗ୍ରତି । ତେବେ ଗତକାଲି ରାତିରୁ ଭାଇରାଲ ହୋଇଥିବା ଏହି ଫଟୋ ପରେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ଏବେ ଅଫିସିଆଲି ଦୁହେଁ ବିବାହ କରିବାକୁ ଯାଉଛନ୍ତି ।  

Add Zee News as a Preferred Source

ତେବେ ନିର୍ବନ୍ଧ ପରେ ଜାଗ୍ରତି ନିଜର ଫାଷ୍ଟ ଷ୍ଟୋରି ସେୟାର କରିଛନ୍ତି ଇନଷ୍ଟାଗ୍ରାମରେ । ସେ ଲେଖିଛନ୍ତି ଯେ, I said yes to my best friend ଟ୍ୟାଗ ଟୁ anubhavmohantyofficial . My heart is overflowing with gratitude for the blessings from our families and the constant support of our friends. This bond of friendship has blossomed into something beautiful, and I can’t wait to write our love story together. ତେବେ ଏଇ ପୋଷ୍ଟ ପରେ ଏହି ଦୁହିଁଙ୍କ ଫ୍ୟାନ୍ସ ଏବେ ଅପେକ୍ଷା କରି ରହିଛନ୍ତି ଯେ, ଏମାନଙ୍କ ଲଭ୍ ଷ୍ଟୋରି କେବେ ସାମ୍ନାକୁ ଆସିବ। 

ଏଠାରେ କହିରଖୁଛୁ ଯେ, ବିଭିନ୍ନ ପଡକାଷ୍ଟରେ ଜାଗ୍ରତିଙ୍କୁ କିଛି ଏମିତି ପ୍ରଶ୍ନ ପଚରାଯାଇଥିଲା ଯେ, ସେ ଅନୁଭବଙ୍କ ନିକଟତର କେମିତି ହୋଇଥିଲେ । ଉତ୍ତର ଥିଲା ଯେ, ଯେତେବେଳେ ସାଂସଦ ଥିଲେ ଅନୁଭବ ସେତେବେଳେ ଏକ କବି ସମ୍ମିଳନୀ ରେ ଯୋଗ ଦେଇଥିଲେ ଯେଉଁଠି ଉପସ୍ଥିତ ରହିଥିଲେ ଜାଗ୍ରତି । ଆଉ ଏହାକୁ ନେଇ ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଆଉ ଏହାପରେ ଅନୁଭବଙ୍କ ଜୀବନୀ ବିଷୟରେ ଜାଣିବାକୁ ଦୁହେଁ ନିକଟତର ହୋଇଥିଲେ।

Also Read: Anubhav Jagrati Engagement: ସବୁ କଳ୍ପନାଜଳ୍ପନାର ଅନ୍ତ, ଜାଗ୍ରତିଙ୍କ ସହ ଆରମ୍ଭ ହେଲା ଅନୁଭବଙ୍କ ୨ୟ ଇଂନିସ୍

Also Read: Sunscreen Use Tips: ଖରାଦିନେ ସନସ୍କ୍ରିନ ବ୍ୟବହାର କରୁଥିଲେ ଜାଣିରଖନ୍ତୁ ଏହି ଜରୁରୀ କଥା, ନଚେତ୍ ହୋଇପାରେ କ୍ଷତି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more