Advertisement
Article Detail0/zeeodisha/odisha2780316
Zee OdishaOdisha EntertainmentPade Akasha: ୫୦ଦିନରେ‘ପାଦେ ଆକାଶ’, ଶୁଭେଚ୍ଛା ଜଣାଇଲା ଅନନ୍ତା

Pade Akasha: ୫୦ଦିନରେ‘ପାଦେ ଆକାଶ’, ଶୁଭେଚ୍ଛା ଜଣାଇଲା 'ଅନନ୍ତା'

ଭୁବନେଶ୍ୱର: ‘ପାଦେ ଆକାଶ’ ପାଦ ଦେଇଛି ୫୦ଦିନରେ। ଭୁବନେଶ୍ବର ଶ୍ରୀୟା କମ୍ପଲେକ୍ସରେ ‘ପାଦେ ଆକାଶ’ ପୂରଣ କରିଛି ୫୦ ଦିନ। ଓଡ଼ିଶାର ଘରେ ଘରେ ପରିଚିତ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ। ସତ୍ୟ ଘଟଣା ଉପରେ ଆଧାରିତ 'ପାଦେ ଆକାଶ', ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ। ଯେଉଁଥିରେ ଶ୍ରୁତିଙ୍କ ଚରିତ୍ର

Pade Akasha: ୫୦ଦିନରେ‘ପାଦେ ଆକାଶ’, ଶୁଭେଚ୍ଛା ଜଣାଇଲା 'ଅନନ୍ତା'

Pade Akasha: ଭୁବନେଶ୍ୱର: ‘ପାଦେ ଆକାଶ’ ପାଦ ଦେଇଛି ୫୦ଦିନରେ। ଭୁବନେଶ୍ବର ଶ୍ରୀୟା କମ୍ପଲେକ୍ସରେ ‘ପାଦେ ଆକାଶ’ ପୂରଣ କରିଛି ୫୦ ଦିନ। ଓଡ଼ିଶାର ଘରେ ଘରେ ପରିଚିତ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ। ସତ୍ୟ ଘଟଣା ଉପରେ ଆଧାରିତ 'ପାଦେ ଆକାଶ', ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ। ଯେଉଁଥିରେ ଶ୍ରୁତିଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। କିପରି ଜଣେ ମହିଳା ନିଜ ଜୀବନରେ ଏତେ ସଂଘର୍ଷ କରି, ସଫଳତାର ଶୀର୍ଷରେ ଅଛି, ତାକୁ ବେଶ୍ ନିଖୁଣ ଭାବେ ଏହି ଫିଲ୍ମରେ ଦର୍ଶା ଯାଇଛି।

ଏହି ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ପାଇଁ  ଭୁବନେଶ୍ବରର ଶ୍ରୀୟା-ସ୍ଵାତୀ ସିନେ କମ୍ପ୍ଲେକ୍ସରେ ତରଙ୍ଗ ସିନେପ୍ରଡକ୍ସନର ସମସ୍ତ ସଦସ୍ୟ, ଫିଲ୍ମର ଅଭିନେତ୍ରୀ ଅର୍ଚିତା ଓ ଅନ୍ୟାନ୍ୟ କଳାକାର ବୃନ୍ଦଙ୍କ ସହ ଉପସ୍ଥିତ ଦର୍ଶକ ମଧ୍ୟ ଏକାଠି ହୋଇଥିଲେ। 

କେବଳ ଏତିକି ନୁହେଁ ବର୍ତମାନ ଓଡ଼ିଶାରେ ଦର୍ଶକଙ୍କ ଉତ୍କଣ୍ଠା ବଢାଇଥିବା ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ "ରାଣ୍ଡୀପୁଅ ଅନନ୍ତା" ଅବଲମ୍ବନରେ ନିର୍ମିତ ଫିଲ୍ମ 'ଅନନ୍ତା' ମୁଖ୍ୟ କଳାକାର ଅନନ୍ତା ଅର୍ଥାତ ସବ୍ୟସାଚୀ ଓ ଅନ୍ୟ କଳାକାର ମାନେ ମଧ୍ୟ ପହଞ୍ଚିଥିଲେ । ଏହି ଖୁସିର ମୁହୂର୍ତରେ 'ଅନନ୍ତା'ର ନିର୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ‘ପାଦେ ଆକାଶ’ର ଟିମକୁ ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ରଜରେ ରିଲିଜ୍ ହେବାକୁ ଥିବା ନିଜ ଫିଲ୍ମ 'ଅନନ୍ତା'ର ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ । ଉପସ୍ଥିତ ସମସ୍ତ କଳାକାର ଓ ସିନେ ପ୍ରେମୀଙ୍କୁ 'ଅନନ୍ତା'ର ସେନସର୍‍ ମଞ୍ଜୁରୀ ଆସିଥିବା ଖବର ଦେଇଥିଲେ । 

Add Zee News as a Preferred Source

ଏହି ସମୟରେ ଫିଲ୍ମର ନିର୍ଦେଶକ ଓ ମୁଖ୍ୟକଳାର ରୂପେ ଉଭୟ ସବ୍ୟସାଚୀଙ୍କୁ ପାଖରେ ପାଇ, ଫ୍ୟାନ ମାନେ ଘେରିଯାଇଥିଲେ ଓ 'ଅନନ୍ତା'ର ସଫଳତା ପାଇଁ କିପରି ସାରା ଓଡ଼ିଶା ବ୍ୟଗ୍ର ଅଛି ସେମାନେ ଜଣାଇଥିଲେ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author