Advertisement
Article Detail0/zeeodisha/odisha2937880
Zee OdishaOdisha Entertainment୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚ୍ୟାଲେଞ୍ଜ, ପ୍ରଥମଥର ବ୍ରହ୍ମପୁରରେ ପ୍ରିମିଅର ଶୋ

୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚ୍ୟାଲେଞ୍ଜ, ପ୍ରଥମଥର ବ୍ରହ୍ମପୁରରେ ପ୍ରିମିଅର ଶୋ'

ସାରା ଓଡ଼ିଶାରେ ୫୦ ଟି ପ୍ରେକ୍ଷାଳୟରେ ଏକାସାଙ୍ଗରେ ୧୫୦ଟି ଶୋ ଚାଲିଛି । ବଲିଉଡର ସେଇ ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନଙ୍କୁ ଦେଖିବାକୁ ଦର୍ଶକ ଚାହିଁ ରହିଥିଲେ । 

୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚ୍ୟାଲେଞ୍ଜ, ପ୍ରଥମଥର ବ୍ରହ୍ମପୁରରେ ପ୍ରିମିଅର ଶୋ'

Ollywood News: ପୂଜା ବଜାରରେ ମୁକ୍ତିଲାଭ କରିଛି ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର "ଚ୍ୟାଲେଞ୍ଜ" । ତେବେ ବିଗତ ଦିନରେ କଟକ ଏବଂ ଭୁବନେଶ୍ୱରରେ ପ୍ରିମିଅର ଶୋ' ହେଉଥିବା ବେଳେ ପ୍ରଥମଥର ବ୍ରହ୍ମପୁର ସହରରେ ଚ୍ୟାଲେଞ୍ଜ ର ପ୍ରିମିଅର ଶୋ' ହୋଇଛି ।

ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁ ଏବଂ ସମସ୍ତଙ୍କର ପ୍ରିୟ ଦିଦି ନମ୍ବର ୱାନ ଲିପି ମହାପାତ୍ର ବ୍ରହ୍ମପୁର ବାସିନ୍ଦା ହୋଇଥିବାରୁ ବ୍ରହ୍ମପୁର ସହର ଆଜି ଖୁସିରେ ନାଚି ଉଠିଛି । ପ୍ରାୟ ୧୫୦ଟି ବାଇକ୍ ରାଲିରେ ଚ୍ୟାଲେଞ୍ଜ ଟିମ୍ କୁ ସ୍ୱାଗତ କରାଯାଇଥିଲା । ସୁପରଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ନାୟିକା ଏଲିନା ସାମନ୍ତରାୟ, ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ, କ୍ୟାମେରାମ଼୍ୟାନ ପ୍ରତାପ ଚନ୍ଦ୍ର ରାଉତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ,  ଅଭିନେତା ଭୂପିନ୍ଦର ସିଂହ, ଲିପି ମହାପାତ୍ର, ବିଭାସ ପ୍ରମୁଖ ବ୍ରହ୍ମପୁର ରୁକ୍ମିଣୀ ସିନେମା ହଲ୍ ରେ ପହଞ୍ଚି ତାଙ୍କ ଫ୍ୟାନ୍ସ ଙ୍କ ସହିତ ରିଲ୍ସ ଏବଂ ସେଲ୍ଫି ରେ ଅନେକ ସମୟ ବିତେଇଥିଲେ । ଏଥି ସହିତ ପ୍ରେକ୍ଷାଳୟରେ ଏକାସାଙ୍ଗରେ ବସି ସମ୍ପୂର୍ଣ୍ଣ ସିନେମାଟିକୁ ଉପଭୋଗ କରିଥିଲେ । ପ୍ରଥମଥର ପାଇଁ କଳା ତଥା ରେଶମ ସହର ବ୍ରହ୍ମପୁରର ରୁକ୍ମଣୀ ପ୍ରେକ୍ଷାଳୟରେ ପ୍ରିମିଅର ଶୋ ହେଉଥିବାରୁ ବ୍ରହ୍ମପୁର ସହରବାସୀ ବେଶ ଆନନ୍ଦିତ ଅଛନ୍ତି । ସାରା ଓଡ଼ିଶାରେ ୫୦ ଟି ପ୍ରେକ୍ଷାଳୟରେ ଏକାସାଙ୍ଗରେ ୧୫୦ଟି ଶୋ ଚାଲିଛି । ବଲିଉଡର ସେଇ ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନଙ୍କୁ ଦେଖିବାକୁ ଦର୍ଶକ ଚାହିଁ ରହିଥିଲେ । ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଉଛନ୍ତି ଦର୍ଶକ । ନାଚରେ ପାରମ୍ପରିକ ଓଡ଼ିଆ କଳା ଓ ପରମ୍ପରାକୁ ସ୍ଥାନ ଦିଆଯାଇଛି  । ଦଶହରାରେ ଚ୍ୟାଲେଞ୍ଜ ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି ।

Also Read- DA Hike Update: ଦୀପାବଳି ପୂର୍ବରୁ ମିଳିବ ୫୮ ପ୍ରତିଶତ ମହଙ୍ଗା ଭତ୍ତା ? ଆସିଲା ଏହି ଅପଡେଟ୍

Add Zee News as a Preferred Source

Also Read- Gold Rate: ପୂଜା ଉତ୍ସବ ମଧ୍ୟରେ ବଢିଲା ସୁନାଦର, ୧୦ ଗ୍ରାମ୍ ୨୨ କ୍ୟାରେଟ୍ ଦାମ୍ ଏତିକି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author