Advertisement
Article Detail0/zeeodisha/odisha2741472
Zee OdishaOdisha EntertainmentOllywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର ନାୟିକାର ଟାଇଟଲ ଘୋଷଣା

Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା"ର ଟାଇଟଲ ଘୋଷଣା

Ollywood News: "ନାୟିକା" ଭୂମିକାରେ ଓଲିଉଡ଼ର ବହୁ ଚର୍ଚ୍ଚିତା ସେଦିନର ଗୌରୀ ନାନୀ ଅର୍ଥାତ ମହାଶ୍ଵେତା ରାୟଙ୍କ ନାୟିକା ଭୂମିକାକୁ ବଡ଼ ପରଦାରେ ଦେଖିବେ ଦର୍ଶକ ।

Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା"ର ଟାଇଟଲ ଘୋଷଣା

Ollywood News: ଜୟ ଜଗନ୍ନାଥ ନତଜ୍ୟୋତ୍ସ୍ନା ପ୍ରଡ଼କସନ୍ ହାଉସ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା"ର ନାମ ଘୋଷଣା ସହିତ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏହି ଉତ୍ସବରେ ପ୍ରଯୋଜକ ରୁପେଶ କୁମାର ନାୟକ, ସହ ପ୍ରଯୋଜିକା ସଂଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ତଥା ବରିଷ୍ଠ ଅଭିନେତ୍ରୀ ମହାଶ୍ଵେତା ରାୟ ପ୍ରମୁଖ ଯୋଗଦେଇଥିଲେ ।

"ନାୟିକା" ଭୂମିକାରେ ଓଲିଉଡ଼ର ବହୁ ଚର୍ଚ୍ଚିତା ସେଦିନର ଗୌରୀ ନାନୀ ଅର୍ଥାତ ମହାଶ୍ଵେତା ରାୟଙ୍କ ନାୟିକା ଭୂମିକାକୁ ବଡ଼ ପରଦାରେ ଦେଖିବେ ଦର୍ଶକ । ତେବେ, ଏବେ ପ୍ରେକ୍ଷାଳୟ ପ୍ରତି ସମସ୍ତ ସିନେପ୍ରେମୀଙ୍କର ଆଗ୍ରହ ବଢ଼ିବାରେ ଲାଗିଛି । ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ନିକଟ ଅତୀତରେ ଅନେକ ସିନେମା ହିଟ୍ ମଧ୍ୟ ହୋଇଛି । ସେମିତି ଏକ ମୌଳିକ କାହାଣୀକୁ ନେଇ ନାୟିକା ନିର୍ମାଣ ହେବାକୁ ଯାଉଛି । ନାୟିକା ନାଁ ଏବଂ ପୋଷ୍ଟରରୁ ଅନୁମାନ କରାଯାଇପାରେ ଏହା ଏକ ମଞ୍ଚ ନାଟକର କାହାଣୀ ଉପରେ ପର୍ଯ୍ୟବେଶିତ ହେଇଥିବ ନିଶ୍ଚୟ । କାହାଣୀରେ ପ୍ରେମ ମଧ୍ୟ ଭରପୁର ରହିଛି । 
ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ରୁପେଶ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଇଣ୍ଡଷ୍ଟ୍ରିର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ । ଏହାର ସହ ପ୍ରଯୋଜନା କରିଛନ୍ତି ସଂଗୀତା ବିଷୋୟୀ । ପ୍ରଡ଼କସନ ଡିଜାଇନର ଚିତ୍ତ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର ଭରତ ପ୍ରଧାନ ।

Also Read- Lucky Zodiac Sign: ୪ ମଇରେ ରବି ପୁଷ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Add Zee News as a Preferred Source

Also Read- ପାକିସ୍ତାନୀ ଝିଅକୁ ବାହା ହେବା ପଡିଲା ମହଙ୍ଗା, ଚାକିରି ହରାଇଲେ CRPF ଯବାନ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author