)
Anubhav Mohanty: କିଛିଦିନ ତଳେ ଦଶହରା ବଜାରକୁ ନଜରରେ ରଖି ଓଡ଼ିଶାର ୬୦ ରୁ ଉର୍ଦ୍ଧ୍ବ ହଲରେ ରିଲିଜ ହୋଇଥିଲା ସିନେମା ଚାରିଧାମ ।୫ କୋଟି ବଜେଟ ଓ ଦୀର୍ଘଦିନର ଅକ୍ଲାନ୍ତ ପରିଶ୍ରମକୁ ସ୍କ୍ରିନ୍ ରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଫିଲ୍ମଟି ପରିବାରରେ ପ୍ରେମ, ସଂଘର୍ଷ ଓ ସ୍ୱାମୀ ସ୍ତ୍ରୀଙ୍କ ନିବିଡ଼ତାକୁ ନେଇ ଏକ ଘରୋଇ କାହାଣୀ ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିର୍ଦ୍ଦେଶକ ତାପସ ସରଘରିଆ । କାହାଣୀରେ ଚାରିଧାମକୁ ଯାଇ ସୁଟିଂ କରାଯାଇଛି । ତେବେ ବ୍ୟୟବହୁଳ ତଥା ୫ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସିନେମା ରୁପେଲି ପରଦାରେ ବେଶ ଭଲ କରିବ ବୋଲି ପୁରା ଟିମ୍ ଆଶାବାଦୀ ରହିଥିଲା ହେଲେ ଏବେ ଏମିତି କିଛି ପୋଷ୍ଟ ସାମ୍ନାକୁ ଆସିଛି ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।
ପ୍ରକୃତରେ ଚାରିଧାମ ରିଲିଜ ପରେ ଓଡ଼ିଶାରେ ହାଉସଫୁଲ୍ ଦେଖିବାକୁ ମିଳିଥିଲା । ଆଉ ଗତକାଲି ରିଲିଜ ହୋଇଛି ପ୍ୟାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା ଚାପ୍ଟର ୱାନ୍ । ତେବେ ଓଡ଼ିଆ ଫିଲ୍ମର ସୋକୁ କମେଇ ଦିଆଯାଇ କାନ୍ତାରାକୁ ସ୍ଥାନ ଦିଆଯାଇଥିଲା । ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚାରିଧାମ ଫିଲ୍ମର ଅଭିନେତା ତଥା ସୁପରଷ୍ଟାର ଅନୁଭବ ମହାନ୍ତି । ସୋସିଆଲ ମିଡିଆ ଫେସବୁକରେ ଅନୁଭବ ଲେଖିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, ଏହି ପବିତ୍ର ଦଶହରାରେ, ଓଡ଼ିଆ ସିନେମା ତା’ର ସବୁଠାରୁ କଳା ଦିନର ସମ୍ମୁଖୀନ ହେଲା - ଅନ୍ୟାନ୍ୟ ଆଞ୍ଚଳିକ ଏବଂ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଥିଏଟରରୁ ହାଉସଫୁଲ୍ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ହଟାଇ ଦିଆଯାଇଥିଲା। ଏହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଏବଂ ଲୋକଙ୍କ ପ୍ରତି ଘୋର ଅନ୍ୟାୟ।
ଆମେ ଆପଣଙ୍କୁ ବିନମ୍ରତାର ସହ ନିବେଦନ କରୁଛୁ ଯେ ଓଡ଼ିଆ ସିନେମା ପରିବାର ସହିତ ଠିଆ ହୁଅନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆମର ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଶାର ଥିଏଟରରେ ସେମାନଙ୍କର ଯଥାର୍ଥ ସମ୍ମାନ ଏବଂ ସମାନ ସ୍ଥାନ ପାଆନ୍ତୁ । ତେବେ ଏହି ପୋଷ୍ଟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ପିଏମଓ, ସିଏମଓ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍ କରିଛନ୍ତି। ଗତ ୨୫ ସେପ୍ଟେମ୍ବର ରେ ସାରା ଓଡ଼ିଶାରେ ରିଲିଜ ହୋଇଥିଲା ଫିଲ୍ମ ଚାରିଧାମ । ଗତ କିଛିଦିନ ତଳେ ନିର୍ମାତା ଫିଲ୍ମର ତୃତୀୟ ଦିନର କଲେକ୍ସନ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ଫିଲ୍ମଟି ତୃତୀୟ ଦିନରେ ୮୯.୫୬ ଲକ୍ଷ ଆୟ କରିଥିବା ପ୍ରକାଶ କରିଥିଲେ । ତେବେ ଫିଲ୍ମ ମୋଟ ୧ କୋଟି ୪୫ ଆୟ କରି ସଫଳତା ହାସଲ କରିଛି ।
ସେପଟେ ରୁପେଲି ପରଦାରେ ରିଲିଜ ହୋଇଛି ଚ୍ୟାଲେଞ୍ଜ । ଫିଲ୍ମଟି ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ଅଧୀନରେ ଆଦିକନ୍ଦ ସାହୁଙ୍କ ଦ୍ୱାରା ପ୍ରଯୋଜିତ, SKM ଦ୍ୱାରା ନିର୍ଦ୍ଦେଶିତ, ଜୀ ସାର୍ଥକ ସହିତ ମିଳିତ ଭାବରେ ଏବଂ ଆମର ମ୍ୟୁଜିକରେ ସଙ୍ଗୀତ ଦ୍ୱାରା ପ୍ରସ୍ତୁତ ହୋଇଛି ଚ୍ୟାଲେଞ୍ଜ । ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଏଲିନା ସାମନ୍ତରାୟ । ତେବେ ପ୍ରଥମ ଥର ପାଇଁ ଅର୍ଦ୍ଧେନ୍ଦୁ ଓ ଏଲିନା ସାମନ୍ତାରାୟ ଏକାଠି ନଜର ଆସିଛନ୍ତି । ଅନ୍ୟପଟେ ଏହି ଫିଲ୍ମ ସହ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଲିପି । ଯାହାକୁ ଖୁବ ଭଲ ପାଇବା ମଧ୍ୟ ମିଳିଛି।