ନୂଆ ସିନେମା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦୁଇ ନାୟକ
Advertisement

ନୂଆ ସିନେମା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦୁଇ ନାୟକ

ସ୍ୱରାଜ ଓ ଶ୍ରେୟାନ ଉଭୟେ ନୂଆ ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶା ରଖିଥିବା ଜୀ ମିଡିଆକୁ ସୂଚନା ଦେବାସହ ନିଜ ସୋସିଆଲ୍ ମିଡିଆରେ ଉଭୟଙ୍କର ଫଟୋ ସେୟାର କରିଛନ୍ତି ।

ନୂଆ ସିନେମା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦୁଇ ନାୟକ

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଓଲିଉଡର ଷ୍ଟାଇଲିସ୍ ହିରୋ ତଥା ଓଡ଼ିଆ ଦର୍ଶକଙ୍କ ପ୍ରିୟ ଅଭିନେତା ସ୍ୱରାଜ ବାରିକ ଏବଂ ନିଜ ଡ୍ୟାନ୍ସ ଓ ଆକ୍ସନରେ ଓଲିଉଡରେ ସାଉଥ ଫ୍ଲେବର ଭରିଥିବା ହିରୋ ଶ୍ରେୟାନ୍ ନାୟକ ଏକାଠି ଗୋଟାଏ ସିନେମାରେ ନଜର ଆସିବେ । ଓଲିଉଡର ଏହି ଲୋକପ୍ରିୟ ଦୁଇ ନାୟକ ଆଜି ସକାଳେ ସାଙ୍ଗ ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରି ସିନେମାର ସଫଳତା ପାଇଁ ମହାପ୍ରଭୁଙ୍କ ଆଶ୍ରୀବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । 

ଦିର୍ଘଦିନର ବ୍ୟବଧାନ ପରେ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି ଏକ ଭିନ୍ନ ଧରଣର ସିନେମା ଯେଉଁଥିପାଇଁ ସମ୍ପୁର୍ଣ୍ଣ ଟିମ୍ ଏବେ ସୁଟିଂ ପାଇଁ ସଜବାଜ ହେଉଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ସିନେମାରେ ଦୁଇଜଣ ନାୟକ ଓ ଜଣେ ନାୟିକା ରହିବା ନେଇ ସୂଚନା ମିଳିଥିବା ବେଳେ କିଛିଦିନ ମଧ୍ୟରେ ସିନେମାର ଟାଇଟଲ୍ ଘୋଷଣା କରାଯିବ ବୋଲି ଜଣାପଡିଛି । ସ୍ୱରାଜ ଓ ଶ୍ରେୟାନ ଉଭୟେ ନୂଆ ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶା ରଖିଥିବା ଜୀ ମିଡିଆକୁ ସୂଚନା ଦେବାସହ ନିଜ ସୋସିଆଲ୍ ମିଡିଆରେ ଉଭୟଙ୍କର ଫଟୋ ସେୟାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ସୋମବାର ଦିନ ଦେଶବାସୀଙ୍କୁ ପିଏମ ମୋଦି ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର, ଆପଣ ମଧ୍ୟ ହେବେ ଉପକୃତ

ସିନେମାର ସୁଟିଂ ଓଡ଼ିଶା ସମେତ ରାଜ୍ୟ ବାହାର ତଥା ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ସୁଟିଂ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଦୀର୍ଘଦିନର ବ୍ୟବଧାନ ପରେ ଏକ ମନଛୁଆଁ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ଦର୍ଶକ ଦେଖିବାକୁ ପାଇବେ ବୋଲି ଓଲିଉଡରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।