Abhijit Majumdar Health Update: ଓଲିଉଡ଼ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍ ମଜୁମଦାର୍ ଙ୍କୁ ସୋମବାର ଭେଣ୍ଟିଲେଟରରୁ ମେଡିସିନ୍ ଓ୍ବାର୍ଡ଼ କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ଆସନ୍ତୁ ଜାଣିବା କେମିତି ରହିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା?
)
ଭୁବନେଶ୍ବର ଏମ୍ସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ତାଙ୍କର ଭାଇଟାଲସ୍ ସ୍ଥିର ସ୍ଥିର ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରାଯାଇଛି। ଏବଂ ମେଡିସିନ୍ ଓ୍ବାର୍ଡ଼କୁ ସ୍ଥାନାନ୍ତର କରାଯାଇଛି।
ALSO READ: Entertainment News: ଲୁହରେ ଭିଜିଲା କଳା ଜଗତ,ଲିଭର ରୋଗରେ ଚାଲିଗଲେ ୪୪ ବର୍ଷିୟ ଏହି ପ୍ରସିଦ୍ଧ ଅଭିନେତା
ALSO READ: Gold Rate Today: ବଡ଼ ଖବର;୯୫ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ,ଆଜି ଓଡ଼ିଶାରେ ୧୦ ଗ୍ରାମ୍ ସୁନାର ଦାମ୍ ରହିଛି...
)
ସୂଚନା ଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲ୍ ରେ ଅଭିଜିତ୍ ଙ୍କ ଅସୁସ୍ଥତା ହେତୁ ଭର୍ତ୍ତି ହୋଇଥିଲେ। ଅନେକ ଦିନରୁ ଲିଭର ଜନିତ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ।
)
ନିଜର ଦୈନନ୍ଦିନ କାମ କୁ ଠିକ୍ ଭାବରେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହେବାରୁ ଗଣେଶ ପୂଜା ଓ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ଥିଲେ ।
)
ମାତ୍ର ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ଓ ଆତ୍ମୀୟ ସ୍ବଜନ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେବେଠାରୁ ସେ କୋମାରେ ରହି ଚିକିତ୍ସିତ ହେଉଛନ୍ତି।
)
ଏହାପରେ ତାଙ୍କୁ ସେପ୍ଟେମ୍ବର ୪ ରେ ତାଙ୍କୁ ଭୁବନେଶ୍ବର ଏମ୍ସ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଜାରି ରହିଛି।
)
ଅକ୍ଟୋବର ୨୩ ରେ ତାଙ୍କର ଏମଆରଆଇ ବ୍ରେନ୍ ସ୍କ୍ରାନିଂ ହୋଇଥିବା ବେଳେ ତାଙ୍କର ରିପୋର୍ଟରେ କୌଣସି ସମସ୍ୟା ଦେଖାଦେଇ ନଥିଲା। ପରେ ଡାକ୍ତରମାନେ ତାଙ୍କୁ ଧିରେ ଧିରେ ଭେଣ୍ଟିଲେଟରରୁ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।
)
ବର୍ତ୍ତମାନ ସେ ସ୍ପେଣ୍ଟେନିଅସ୍ ମୋଡ୍ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ। ଏବଂ ତାଙ୍କୁ ଭାଇଟାଲ୍ସ ସ୍ଥିର ଥିଲା। ଏହା ସତ୍ତ୍ବେ ବି ତାଙ୍କର ନିରୋଲୋଜିକାଲ୍ ସମସ୍ୟାରେ କୌଣସି ସୁଧାର ହୋଇ ନଥିଲା। ଓ ସେ କୋମାରେ ଥିଲେ।
)
ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତର ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ ସୁଫଳ ମିଳି ନାହିଁ। ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ଖୁବ୍ ଜଣା।
)
ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଥିବା ବେଳେ ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗା ଯାଇ ଅଭିଜିତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନେଶ୍ବର ଏମ୍ସ ଯାଇ ଡାକ୍ତରଙ୍କ ଠାରୁ ସବିଶେଷ ତଥ୍ୟ ହାସଲ କରିବା ସହ ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
)
ଅଭିଜିତ୍ ଏବେ ହାଇପୋଥାରଏଡିଜ୍ , କ୍ରନିକ୍ ଯକୃତ ରୋଗରେ ପୀଡିଚ ଥିବା ଏମ୍ସ ପକ୍ଷରୁ କୁହାଯାଇଛି।
ट्रेन्डिंग फोटोज़