Amitabh Bachchan Birthday: ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜାଣ। ବଲିଉଡରେ ତାଙ୍କୁ ବିଗ୍-ବି ବୋଲି ଅଧିକାଂଶ ସମ୍ବୋଧନ କରିଥାଆନ୍ତି। ଦିର୍ଘ ୬ ଦଶବ୍ଦି ଧରି ସେ ବଲିଉଡ୍ ଫିଲ୍ମରେ ଅଭିନୟ କରିଆସୁଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଏହି ମହାନାୟକ ଆଜି ୮୩ ବର୍ଷରେ ପାଦ ଥାପିଛନ୍ତି। ଏନେଇ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ବଲିଉଡର କଳାକାର ଓ ରାଜନେତା ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।କହିବାକୁ ଗଲେ ସାରା ଦେଶ ତାଙ୍କ ଜନ୍ମଦିନକୁ ବେଶ୍ ଧୁମଧାମ୍ ରେ ପାଳନ କରୁଛି। ତାଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ବିଗ୍-ବିଙ୍କ ବିଷୟରେ ଏକ ଖାସ୍ କଥା...
)
ବିଗ୍ ବି ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ୍ ଫ୍ଲପ୍ ଫିଲ୍ମ ଦେଇଥିଲେ। ଫଳରେ କୌଣସି ନିର୍ଦ୍ଦେଶକ ତାଙ୍କୁ ଫିଲ୍ମ ଦେବାକୁ ଚାହୁଁ ନଥୁଲେ।
)
ଏପରିକି ସେ ଭାବିଥିଲେ ଯେ, ସେ ଅଭିନୟ ତାଙ୍କ ଦ୍ବାରା ହେବନି,ନିଜ ଗାଁକୁ ପଳେଇବେ ବୋଲି ସ୍ଥିର କରିଥିଲେ। ହେଲେ ତାଙ୍କର ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ସମୟ।
)
'ଜଞ୍ଜିର', 'ଦିଓ୍ବାର' ଓ 'ଶୋଲେ' ଫିଲ୍ମ ତାଙ୍କ ଭାଗ୍ୟ ବଦଳାଇଥିଲା। ଆଉ ରାତାରାତି କରିଦେଇଥିଲା ମେଗାଷ୍ଟାର। ଆଉ ତା ପରେ ସେ ପଛକୁ ଫେରି ଚାହିଁନ ଥିଲେ ସେ। ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ତାଙ୍କୁ ଆଜି ତାଙ୍କୁ ଦର୍ଶକଙ୍କ ନିକଟରେ ପହଞ୍ଚାଇଛି।
)
ଅଭିନୟ ପାଇଁ ସେ ଯିତିକି ଲାଇମ୍ ଲାଇଟ୍ ରେ ନଥିଲେ ,ସେ-ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ଅଧିକ ଟ୍ରୋଲ୍ ହୋଇଥିଲେ।
)
ଆଉ ଟ୍ରୋଲ୍ ର କାରଣ ଥିଲେ ଜଣେ ଯୁବତୀ, ମାନେ ତାଙ୍କ ପ୍ରଥମ ପ୍ରେମିକା। ସେ ରେଖା କି ଜୟା ନୁହଁନ୍ତି। ଅମିତାଭଙ୍କ ଜୀବନରେ ଏମିତି ଜଣେ ଯୁବତୀଥିଲେ। ବିଗ୍ -ବି' ଆଜିବି ତାଙ୍କୁ ଭୁଲିପାରୁ ନାହାଁନ୍ତି।
)
ନିକଟରେ ଦେଇଥିବା ଏ-କ ସାକ୍ଷାତକାରରେ ଅମିତାଭ ବଚ୍ଚନ କହିଥିଲେ ଯେ,ସେ-ବଲିଉଡକୁ ଆସିବା ପୂର୍ବରୁ କଲିକତାର ଏକ କମ୍ପାନୀରେ କାମ କରୁଥିଲେ। ଯେଉଁଠିକି ମାସକୁ ତାଙ୍କୁ ୨୫୦ରୁ ୩୦୦ ଟଙ୍କା ମିଳୁଥିଲା।
)
ଅମିତାଙ୍କ ଅଫିସ୍ ପାଖରେ ଥିଲା ବ୍ରିଟିସ୍ ଏୟାରଓ୍ବେଜ୍ କମ୍ପାନୀ। ସେହି କମ୍ପାନୀରେ 'ମାୟା' ନାମକ ଜଣେ ଯୁବତୀ କାମ କରୁଥିଲେ। ହେଲେ ହଠାତ୍ ଉଭୟଙ୍କର ଦିନେ ସାକ୍ଷାତ ହୋଇଥିଲେ।
)
ପ୍ରଥମ ଦେଖାରୁ ହିଁ ଉଭୟ ଉଭୟଙ୍କୁ ମନ ଦେଇଥିଲେ।କିଛି ଦିନ ମିଳାମିଶା ବି କରିଥିଲେ ,ପରେ ଅମିତାଭ ଫିଲ୍ମରେ କ୍ୟାରିୟର ବନେଇବା ପାଇଁ ବମ୍ବେ ଆସିଥିଲେ। ବମ୍ବେରେ ସେ ନିଜ ମାଆଙ୍କ ସହ ଜୁହୁରେ ରହିବାକୁ ଲାଗିଲେ।
)
ମାୟାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମାଆଙ୍କୁ କହିବାକୁ ଡରୁଥିଲେ। ପରେ ବିଗ୍-ବିଙ୍କୁ ସାତ୍ ହିନ୍ଦୁସ୍ତାନୀ ପ୍ରଥମ ଫିଲ୍ମ ମିଳିଥିଲା। ପରେ ସେ ସୁଟିଂରେ ବ୍ୟସ୍ତ ରହିଗଲେ । ପରେ ମାୟ ସହ ତାଙ୍କ ସମ୍ପର୍କ ବିଷୟରେ ନିଜର ବନ୍ଧୁ ଅନଓ୍ବାରଙ୍କୁ ଜଣାଇଥିଲେ।
)
କିନ୍ତୁ କ୍ୟାରିୟର ପାଇଁ ଅନଓ୍ବାର ମାୟାଙ୍କ ସହ ସମ୍ପର୍କ ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଅମିତାଭ ମଧ୍ୟ ତାଙ୍କ ଜୀବନରୁ ଧିରେ ଧିରେ ଦୂରେଇବାକୁ ଲାଗିଥିଲେ। ଶେଷରେ ମାୟାଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥିଲେ। ଏହାପରେ ତାଙ୍କ ଜୀବନରେ ରେଖା ମଧ୍ୟ ଆସିଥିଲେ। କିନ୍ତୁ ଶେଷରେ, ୧୯୭୩ ମସିହାରେ ଜୟାଙ୍କୁ ବିବାହ କରିଥିଲେ।
ट्रेन्डिंग फोटोज़