Advertisement
Photo Details/zeeodisha/odisha2672948
Zee OdishaPhotosAnubhav Jagrati Engagement: ସବୁ କଳ୍ପନାଜଳ୍ପନାର ଅନ୍ତ, ଜାଗ୍ରତିଙ୍କ ସହ ଆରମ୍ଭ ହେଲା ଅନୁଭବଙ୍କ ୨ୟ ଇଂନିସ୍
photoDetails0hindi

Anubhav Jagrati Engagement: ସବୁ କଳ୍ପନାଜଳ୍ପନାର ଅନ୍ତ, ଜାଗ୍ରତିଙ୍କ ସହ ଆରମ୍ଭ ହେଲା ଅନୁଭବଙ୍କ ୨ୟ ଇଂନିସ୍

Anubhav Jagrati Engagement: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତକୁ ଦି ହାତ ହେବେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗ୍ରତି ଶୁକ୍ଳା । ପୂରା ରାଜ୍ୟବାସୀ ଏହି ଘଟଣାକୁ ଅପେକ୍ଷା କରି ରହିଥିବା ବେଳେ ଶେଷରେ ଦୁହିଁଙ୍କ ନିର୍ବନ୍ଧ ସରିଛି । ଏବେ ସୋସିଆଲ ମିଡିଆରେ ଅନୁଭବ ଓ ଜାଗ୍ରତିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର ଏମାନଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ବାହାଘର ଦିନ ଫାଇନାଲ ହୋଇନଥିବା ବେଳେ ଚର୍ଚ୍ଚା ଅନୁଯାୟୀ ଚଳିତ ମାସ ନହେଲେ ଏପ୍ରିଲ ୧ରେ ହାତଗଣ୍ଠି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। 

2/6

ଜାଗ୍ରତି ଶୁକ୍ଳା ଏକ ଅଫ ହ୍ୱାଇଟ୍ ଲେହେଙ୍ଗାରେ ନଜର ଆସିଥିବା ବେଳେ ଅନୁଭବ ମହାନ୍ତି ଏକ ରୟାଲ୍ ଜାମୁନ କଲର୍ କୁର୍ତ୍ତା ସଟ୍ ପିନ୍ଧିଥିବାର ନଜର ଆସିଛନ୍ତି । 

3/6

ଖବର ଅନୁଯାୟୀ, ଜାଗ୍ରତି ଶୁକ୍ଳାଙ୍କ ବାବଦରେ ପ୍ରାୟ ସମସ୍ତେ ଉଣା ଅଧିକ ଜାଣିଥିବେ । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ତାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଓ ଲୋକଙ୍କ ସାମ୍ନାକୁ ଆସିଥିଲା । 

4/6

ଆଉ ସେହି ସମୟରେ ଜାଗ୍ରତିଙ୍କୁ ନେଇ ଅନେକ ଗୁଜବ ମଧ୍ୟ ସାମନାକୁ ଆସିଥିଲା । ଏପରିକି କେହି କେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ପଛର କାରଣ ଜାଗ୍ରତିଙ୍କୁ ବୋଲି ଧରିନେଇଥିଲେ ।

5/6

ତେବେ ମନର ମଣିଷ ଏବେ ପାଇଛନ୍ତି ଅନୁଭବ । ଜାଗ୍ରତିଙ୍କ ସହ ସମ୍ପର୍କକୁ ଖୋଲାଖୋଲି ଭାବେ ଗତ କିଛି ମାସ ହେବ ପଡକାଷ୍ଟରେ ଖୁବ ଚର୍ଚ୍ଚା କରାଯାଇଥିଲା।

6/6

ଏହା ପୂର୍ବରୁ ପୂରା ପରିବାର ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ ଅନୁଭବ। ଯେଉଁଥିରେ ଜାଗ୍ରତିଙ୍କ ପରିବାର ମଧ୍ୟ ରହିଥିଲେ।