Anubhav Varsha Controversy: ଓଲିଉଡ୍ ର ଚର୍ଚ୍ଚିତ ଯୋଡି଼ ବର୍ଷା ଅନୁଭବ। ଅବଶ୍ୟ ଦୁହିଁଙ୍କର ଛାଡପତ୍ର ହୋଇସାରିଛି। ବର୍ଷା ନିଜ ଜୀବନରେ ଆଗକୁ ବଢିଥିବା ବେଳେ ଅନୁଭବ ମଧ୍ୟ ଲେଖିକା ତଥା ସାମ୍ବାଦିକା ଜାଗ୍ରୃତି ଦ୍ବିତୀୟଙ୍କୁ ବିବାହ କରିଛନ୍ତି। ହେଲେ ଏହାରି ଭିତରେ ଏବେ ଆଉ ଏକ ବିବାଦ ମୁଣ୍ତ ଟେକିଛି। ବର୍ଷାଙ୍କୁ ଲାଗିଛି ଏକ ବଡ଼ ଝଟକା।
ଗତ କିଛି ବର୍ଷ ହେବ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ବେଶ୍ ଚର୍ଚ୍ଚାରେ ଥିଲା। ଘରୋଇ ହିଂସା ଅଭିଯୋଗ ମାମଲାରେ ଆସିଛି ଜେଏମଏଫସି କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ।
ALSO READ: Weather Update: ଏହିସବୁ ଜିଲ୍ଲାରେ ଆଜି ତାଣ୍ତବ ରଚିବ କାଳବୈଶାଖି, ବିଜୁଳି ଘଡ଼ଘଡି଼ ହେବ ପ୍ରବଳ ବର୍ଷା!
ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ଶନି-ବୃହସ୍ପତି, ବର୍ଷ ସାରା ହେବ ଟଙ୍କା ବର୍ଷା
ଅଭିନେତ୍ରୀ ବର୍ଷାଙ୍କୁ କୌଣସି ପ୍ରକାର ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେ ନାହିଁ ଅଭିନେତା ଅନୁଭବ।
କାହିଁକିନା କୋର୍ଟରେ ଅଭିଯୋଗ ସମ୍ପର୍କିକ ପ୍ରମାଣ ଦେଇ ପାରିଲେ ନାହିଁ ବର୍ଷା। ଫଳରେ ଜେଏମଏଫସି(JMFC) କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।
ସୂଚନା ଅନୁସାରେ, ୨୦୨୨ ମସିହାରେ ବର୍ଷା ଅଭିନେତା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।
ବର୍ଷା ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ , ଶାଶୁଘରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି।
ଏନେଇ ଏକ ମାମଲା କଟକ ଜେଏମଏଫସି କୋର୍ଟରେ ରୁଜୁ କରାଯାଇଥିଲା।
ଏଥିରେ ବର୍ଷା ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ।
ହେଲେ ଏହି ମାମଲାର ଶୁଣାଣୀ ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣ ପତ୍ର ପାଇ ନଥିଲେ।
ଫଳରେ ବର୍ଷାଙ୍କୁ ଭରଣ ପୋଷଣ ପାଇଁ ଅନୁଭବ କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି।
କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ରେ ଅନୁଭବଙ୍କ ସହ ତାଙ୍କ ପୂରା ପରିବାରକୁ ଆଶ୍ବସ୍ତି ମିଳିଛି।
ट्रेन्डिंग फोटोज़