Advertisement
Photo Details/zeeodisha/odisha2679071
Zee OdishaPhotosGhamaghot Movie: ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ର ସାମ୍ବାଦିକ ସମ୍ମିଳନୀ, ଆସନ୍ତା କାଲି ଶୁଭମୁକ୍ତି
photoDetails0hindi

Ghamaghot Movie: ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ର ସାମ୍ବାଦିକ ସମ୍ମିଳନୀ, ଆସନ୍ତା କାଲି ଶୁଭମୁକ୍ତି

Ghamaghot Movie: ଆସନ୍ତାକାଲି କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ। ସେ ନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ଅଭିନେତା ବିଭାସ, ସନୋଜ, ସନ୍ଦୀପ, ତପି ମିଶ୍ର, ମିଷ୍ଟର ରାଉତ ଏବଂ ଅଭିନେତ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କଟକ ସ୍ଥିତ ବୃନ୍ଦାବନ ଏବଂ ଭୁବନେଶ୍ୱର ମହାରାଜା ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଘମାଘୋଟ ର ପ୍ରିମିୟର ଶୋ ହେବ।

1/3

ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ତେଣୁ ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ ବାସ୍ତବବାଦୀ ବିଷୟବସ୍ତୁକୁ ଧ୍ୟାନ ଦିଆଯାଉଛି । ଅନେକ ଦିନରୁ ଅପେକ୍ଷା କରିଥିବା ସିନେପ୍ରେମୀଙ୍କ ପସନ୍ଦର ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ କାଲି ( 13 ମାର୍ଚ୍ଚ ରେ ) ମୁକ୍ତିଲାଭ କରିବ ।

2/3

ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ଅଛନ୍ତି ଅନେକ ଷ୍ଟାର କାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି । ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା , ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏଇମନ ପ୍ରଧାନ , ବିଭାସ ଓ ନବାଗତା ଜୟଶ୍ରୀ‌ ଷଡ଼ଙ୍ଗୀ ରହିଛନ୍ତି। ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୁର୍ଯ୍ୟଜୀତ୍। 

3/3

ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି। ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।