Advertisement
Photo Details/zeeodisha/odisha2680193
Zee OdishaPhotosGhamaghot Movie: ମୁକ୍ତିଲାଭ କଲା ‘ଘମାଘୋଟ’,୪୫ଟି ହଲ୍ ହାଉସଫୁଲ୍..ଗୋଟିଏ କ୍ଲିକରେ ଦେଖନ୍ତୁ ଏହାର କିଛି ଫଟୋ...
photoDetails0hindi

Ghamaghot Movie: ମୁକ୍ତିଲାଭ କଲା ‘ଘମାଘୋଟ’,୪୫ଟି ହଲ୍ ହାଉସଫୁଲ୍..ଗୋଟିଏ କ୍ଲିକରେ ଦେଖନ୍ତୁ ଏହାର କିଛି ଫଟୋ...

 ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ ଦେଇଛି। ତେଣୁ ଏହି ଧାରାରେ ନିର୍ମିତ ହୋଇଛି ଘମାଘୋଟ। 

1/7

Ghamaghot Movie: କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭୁବନେଶ୍ୱର ମହାରାଜା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଥିଲା। 

 

2/7

ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଉପଭୋଗ କରିଥିଲେ। ଅନେକ ଦର୍ଶକ ଏହି ଚଳଚ୍ଚିତ୍ର ଦେଖିବାକୁ ବହୁ ଦିନରୁ ଅପେକ୍ଷାରେ ଥିଲେ ତେଣୁ ଫିଲ୍ମ ଶେଷରେ ଅନେକ ପ୍ରଶଂସା କରିବା ସହିତ ନିଜ ନିଜ ମତ ରଖିଥିଲେ।

3/7

ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ। ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ ଦେଇଛି। ତେଣୁ ଏହି ଧାରାରେ ନିର୍ମିତ ହୋଇଛି ଘମାଘୋଟ। 

4/7

ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ। ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ। 

5/7

ଫିଲ୍ମରେ ଅଛନ୍ତି ଅନେକ ଷ୍ଟାରକାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି। ଏହି ଫିଲ୍ମରେ ୫ଶହ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଘମାଘୋଟ। ଯାହାକି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପ୍ରଥମ। ଘମାଘୋଟ ଓଲିଉଡ଼ର ପ୍ରଥମ ଚଳଚ୍ଚିତ୍ର ଯାହାକୁ ମାଲାୟଲାମ ଭାଷାରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତାବ ଆସିଛି। 

6/7

ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡିଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି। ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।

7/7

ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡିଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି। ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।