Abhijit Majumdar: ଓଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସମ୍ପର୍କରେ ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବା ଜଣାପଡିଛି
1/10ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ, ବର୍ତ୍ତମାନ ମେଡିସିନ୍ ୱାର୍ଡରେ ଚିକିତ୍ସା ଚାଲିଛି
2/10ଭେଣ୍ଟିଲେଟର ସପୋର୍ଟରୁ ବାହାରି ସାରିଛନ୍ତି ଅଭିଜିତ୍
3/10କିଛି ଅଙ୍ଗପ୍ରତ୍ୟଙ୍ଗ ସାମାନ୍ୟ ଚଳପ୍ରଚଳ ହେଉଥିବା କୁହାଯାଇଛି ।
4/10ସମୟ ସମୟରେ ଆଖି ଖୋଲୁଛନ୍ତି ଅଭିଜିତ୍ ମଜୁମଦାର
5/10ଲିଭର୍ ଜନିତ ସମସ୍ୟା ଯୋଗୁ ସେପ୍ଟେମ୍ୱର ୪ରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ଅଭିଜିତ
6/10ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଅଭିଜିତଙ୍କ ଚିକିତ୍ସା ଚାଲିଥିଲା ।
7/10ଅଭିଜିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଶଂସକ ।
8/10ସରକାରୀ ସ୍ତରରେ ଅଭିଜିତଙ୍କ ପାଇଁ ସମସ୍ତ ସହଯୋଗ କରାଯାଉଛି ।
9/10ଖୁବଶୀଘ୍ର ଅଭିଜିତ୍ ଭଲ ହୋଇ ପୁଣି ଥରେ ନିଜ ସଙ୍ଗୀତ ନିର୍ଦ୍ଦେଶନା ମାଧ୍ୟମରେ ସଙ୍ଗୀତପ୍ରେମୀଙ୍କୁ ନୂଆ ଗୀତ ଭେଟି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସମସ୍ତେ ।
10/10ଦୀର୍ଘ ୧ ମାସ ଧରି ଅସୁସ୍ଥତା କାରଣରୁ ଅଭିଜିତଙ୍କ ପରିବାର ସଦସ୍ୟ ମଧ୍ୟ ବ୍ୟସ୍ତ ହୋଇପଡିଛନ୍ତି । ପତ୍ନୀ ଧର୍ଯ୍ୟର ସହ ସମସ୍ତ ସେବା କରୁଛନ୍ତି ।