KL Rahul: କ୍ରିକେଟ୍ ଜଗତରୁ ଆସିଲା ଖୁସି ଖବର। ବାପା ହେଲେ କେ.ଏଲ୍ ରାହୁଲ୍। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ମାଆ ହୋଇଛନ୍ତି। ତେବେ, ଆସନ୍ତୁ ଜାଣିବା କେ.ଏଲ୍ ରାହୁଲ୍ ଙ୍କ ଘରକୁ କେଉଁ କୁନି ଅତିଥି ଆସିଛନ୍ତି। କେ.ଏଲ ରାହୁଲ୍ ଓ ଆଥିଆ କନ୍ୟା ନା ପୁତ୍ରର ପିତାମାତା ହୋଇଛନ୍ତି ?
)
ଭାରତୀୟ କ୍ରିକେଟର କେଏଲ୍ ରାହୁଲ୍ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି।
)
ପତ୍ନୀ ଆଥିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
)
ଏନେଇ ଉଭୟ ନିଜ ଇନଷ୍ଟାଗ୍ରାମ୍ ରେ ସୂଚନା ଦେଇଛନ୍ତି।
)
ଏହି କାରଣରୁ ରାହୁଲ୍ ଦିଲ୍ଲୀ କ୍ୟାପିଟାଲ୍ ର ପ୍ରଥମ ମ୍ୟାଚ୍ ଖେଳୁ ନାହାଁନ୍ତି।
)
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଥିୟା ଗର୍ଭବତୀ ଥିବାର ସୂଚନା ଗତ ବର୍ଷ ନଭେମ୍ବରରେ ରାହୁଲ ସୋସିଆଲ ମିଡିଆରେ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଥିଲେ।
)
୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତୀୟ ଦଳ ଦୁବାଇରୁ ଫେରିବା ପରଠାରୁ, ରାହୁଲ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳି ନ ପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
)
କେଏଲ ରାହୁଲ ଏବଂ ଆଥିୟା ଜାନୁଆରୀ ୨୦୨୩ରେ ବିବାହ କରିଥିଲେ।
)
ଏହି ଗ୍ରାଣ୍ତ ଓ୍ବେଡିଂ ରେ ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ।
)
ସେମାନଙ୍କର ବିବାହ ଆଥିୟାଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା।
)
ଉଭୟଙ୍କର ଏହା ପ୍ରେମ ବିବାହ ଥିଲା । ସେମାନଙ୍କ ବିବାହ ଉତ୍ସବରେ ଉଭୟ ପରିବାର ଉପସ୍ଥିତ ଥିଲେ।
ट्रेन्डिंग फोटोज़