KL Rahul: କ୍ରିକେଟ୍ ଜଗତରୁ ଆସିଲା ଖୁସି ଖବର। ବାପା ହେଲେ କେ.ଏଲ୍ ରାହୁଲ୍। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ମାଆ ହୋଇଛନ୍ତି। ତେବେ, ଆସନ୍ତୁ ଜାଣିବା କେ.ଏଲ୍ ରାହୁଲ୍ ଙ୍କ ଘରକୁ କେଉଁ କୁନି ଅତିଥି ଆସିଛନ୍ତି। କେ.ଏଲ ରାହୁଲ୍ ଓ ଆଥିଆ କନ୍ୟା ନା ପୁତ୍ରର ପିତାମାତା ହୋଇଛନ୍ତି ?
ଭାରତୀୟ କ୍ରିକେଟର କେଏଲ୍ ରାହୁଲ୍ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ପତ୍ନୀ ଆଥିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ଏନେଇ ଉଭୟ ନିଜ ଇନଷ୍ଟାଗ୍ରାମ୍ ରେ ସୂଚନା ଦେଇଛନ୍ତି।
ଏହି କାରଣରୁ ରାହୁଲ୍ ଦିଲ୍ଲୀ କ୍ୟାପିଟାଲ୍ ର ପ୍ରଥମ ମ୍ୟାଚ୍ ଖେଳୁ ନାହାଁନ୍ତି।
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଥିୟା ଗର୍ଭବତୀ ଥିବାର ସୂଚନା ଗତ ବର୍ଷ ନଭେମ୍ବରରେ ରାହୁଲ ସୋସିଆଲ ମିଡିଆରେ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଥିଲେ।
୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତୀୟ ଦଳ ଦୁବାଇରୁ ଫେରିବା ପରଠାରୁ, ରାହୁଲ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳି ନ ପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
କେଏଲ ରାହୁଲ ଏବଂ ଆଥିୟା ଜାନୁଆରୀ ୨୦୨୩ରେ ବିବାହ କରିଥିଲେ।
ଏହି ଗ୍ରାଣ୍ତ ଓ୍ବେଡିଂ ରେ ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ।
ସେମାନଙ୍କର ବିବାହ ଆଥିୟାଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା।
ଉଭୟଙ୍କର ଏହା ପ୍ରେମ ବିବାହ ଥିଲା । ସେମାନଙ୍କ ବିବାହ ଉତ୍ସବରେ ଉଭୟ ପରିବାର ଉପସ୍ଥିତ ଥିଲେ।
ट्रेन्डिंग फोटोज़