Advertisement
Photo Details/zeeodisha/odisha2673936
Zee OdishaPhotosOllywood Actor 2nd Marriage: ଓଡ଼ିଆ ଅଭିନେତାଙ୍କ ପ୍ରଥମ ବିବାହକୁ ଫୁଲଷ୍ଟପ୍, ୨ୟ ମ୍ୟାରେଜ୍ କୁ ଥମ୍ୱସ ଅପ୍
photoDetails0hindi

Ollywood Actor 2nd Marriage: ଓଡ଼ିଆ ଅଭିନେତାଙ୍କ ପ୍ରଥମ ବିବାହକୁ ଫୁଲଷ୍ଟପ୍, ୨ୟ ମ୍ୟାରେଜ୍ କୁ ଥମ୍ୱସ ଅପ୍

Ollywood Actor 2nd Marriage: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅନେକ ବାଦ ବିବାଦ ପରେ, ଅନେକ ପ୍ରକାର ଆରୋପ ପ୍ରତ୍ୟାରୋପ ପରେ, ଶେଷରେ ଦୁଇ ଲଭ ବାର୍ଡ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ସେ ଦୁଇ ଚର୍ଚ୍ଚିତ ଯୋଡ଼ି ଆଉ ହେଉଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗ୍ରତି ଶୁକ୍ଳା। ଏବେ ବାନ୍ଧବୀରୁ ଜୀବନସାଥୀ ହେବାକୁ ଯାଉଛନ୍ତି ଜାଗ୍ରତି। ଗତକାଲି ଦୁହେଁ ରାଜ୍ୟ ବାହାରେ ଏକ ହୋଟେଲରେ ଗ୍ରାଣ୍ଡ ଭାବେ ନିର୍ବନ୍ଧ କରିଥିବା କଥା ସୂଚନା ମିଳିଛି। ତେବେ ଓଲିଉଡ ସୁପରଷ୍ଟାର ଅନୁଭବଙ୍କର ଏହା ଦ୍ୱିତୀୟ ବିବାହ। ତେବେ କେବଳ ଯେ, ଅନୁଭବ ନୁହଁନ୍ତି ଓଲିଉଡ ଦୁନିଆର ବଡ଼ ବଡ଼ ଷ୍ଟାର ନିଜର ପ୍ରଥମ ମ୍ୟାରେଜ୍ ରୁ ମୁହଁ ଫେରାଇ ଦ୍ୱିତୀୟ ମ୍ୟାରେଜ କରିଛନ୍ତି । 

 

1/8

Anubhav Mohanty And Jagrati Shukla: କିଛି ଦିନ ତଳେ ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକର ଉନ୍ମୋଚନ ହୋଇଥିଲା । ଏହାପରେ ପରେ ଅନେକ ପଡକାଷ୍ଟରେ ଉଭେୟ ନଜର ଆସିଥିଲେ ଆଉ ନିଜ ସମ୍ପର୍କକୁ ନେଉ ଖୋଲାଖୋଲି ଆଲୋଚନା କରିଥିଲେ। କେବଳ ହିନ୍ଦୀ ପଡକାଷ୍ଟ ନୁହେଁ ବରଂ ରାଜ୍ୟର ଅନେକ ନ୍ୟୁଜ୍ ଚ୍ୟାନେଲ୍ ରେ ଅନୁଭବଙ୍କୁ ବିବାହ କରିବା ନେଇ ଗ୍ରିନ ସିଗନାଲ୍ ଦେଇଥିଲେ ଜାଗ୍ରତି । 

2/8

ତେବେ ଗତକାଲି ରାତିରୁ ଭାଇରାଲ ହୋଇଥିବା ଏହି ଫଟୋ ପରେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ଏବେ ଅଫିସିଆଲି ଦୁହେଁ ବିବାହ କରିବାକୁ ଯାଉଛନ୍ତି ।  ଏଠାରେ କହିରଖୁଛୁ ଯେ ଓଲିଉଡ ଅଭିନେତା ଅନୁଭବ ଓଲିଉଡ କ୍ୱିନ ବର୍ଷାଙ୍କୁ ବିବାହ କରିଥିଲେ। ହେଲେ ପାରିବାରିକ ବିବାଦ ହେବା କାରଣରୁ ଏହି ଷ୍ଟାର ଦମ୍ପତ୍ତି ୨୦୨୪ ରେ ଅଲଗା ହୋଇଥିଲେ। 

3/8

Sabyasachi Mishra And Archita Sahu: ସେହିପରି ଓଲିଉଡର ଆଉ ଜଣେ ସୁପରଷ୍ଟାର ସବ୍ୟସାଚୀ ମଧ୍ୟ ୨ୟ ବିବାହ କରିଛନ୍ତି । ଅଭିନେତା ସବ୍ୟସାଚୀ ୨୦୦୮ ରେ ବିବାହ କରିଥିଲେ । ଅଫିସିଆଲି ନହେଲେ ମଧ୍ୟ ୨୦୧୫ ରେ ନିଜର ପ୍ରଥମ ପତ୍ନୀ ସୀମା ମିଶ୍ରଙ୍କ ଠୁ ଅଲଗା ହୋଇଥିଲେ । ଆଉ ଏହାପରେ ସେ ଓଲିଉଡର ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ। 

4/8

କୁହାଯାଏ ଯେ, ଅର୍ଚ୍ଚିତା ଙ୍କ ସହ ସବ୍ୟସାଚୀଙ୍କର ପ୍ରଥମରୁ ପ୍ରେମ ସମ୍ପର୍କ ଥିଲା । ମାତ୍ର କିଛିଟା କାରଣରୁ ସେ ନିଜ ବନ୍ଧୁ ସୀମାଙ୍କୁ ବିବାହ କରିଥିଲେ । ପରେ ଅଲଗା ହେବା ପରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ନିଜ ଜୀବନସାଥୀ ରୂପେ ୨୦୨୧ ମସିହାରେ ବିବାହ କରିଥିଲେ। 

5/8

Sidhant Mohapatra And Mama Mishra: ସେହିପରି ତୃତୀୟରେ ରହିଛନ୍ତି ଓଲିଉଡର ସୁପରଷ୍ଟାର ଏଭରଗ୍ରିନ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଓଲିଉଡ ଜଗତରେ ସବୁଠୁ ସୁପରହିଟ୍ ଯୋଡ଼ି କହିଲେ ବୁଝାଏ ସିଦ୍ଧାନ୍ତ ଓ ବେଙ୍ଗଲି ଅଭିନେତ୍ରୀ ରଚନା । ତେବେ ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏହି ସୁପରହିଟ୍ ଯୋଡ଼ି । କୁହାଯାଏ ଯେ, ସିଦ୍ଧାନ୍ତ ଓ ରଚନା ବିବାହ କରିଥିଲେ । ହେଲେ ଏହାର କୌଣସି ପ୍ରମାଣ ନାହିଁ । 

 

6/8

ତଥାପି କୁହାଯାଉଛି ଯେ, ୨୦୦୪ ମସିହାରେ ଉଭୟେ ଅଲଗା ହେବା ପରେ ସେହି ବର୍ଷ ଓଲିଉଡ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ। ଆଉ ଏହା ସିଦ୍ଧାନ୍ତଙ୍କର ୨ୟ ବିବାହ ବୋଲି ଚର୍ଚ୍ଚା କରାଯାଏ। 

7/8

Manoj Mishra And Mamta Nanda: ସେହିପରି ପୁଣିଥରେ ୨ୟ ମ୍ୟାରେଜ୍ କରି ଚର୍ଚ୍ଚାକୁ ଆସିଥିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ପ୍ରଥମ ପତ୍ନୀ ମାନା ମିଶ୍ରଙ୍କ ସହ ସମ୍ପର୍କ ବିଚ୍ଛେଦ କରି ଅଭିନେତ୍ରୀ ମମତା ନନ୍ଦଙ୍କୁ କୋର୍ଟ ମ୍ୟାରେଜ କରିଥିଲେ ମନୋଜ । ତେବେ ଏହି ବିବାହ ଗତ ବର୍ଷ ସେପ୍ଟେମ୍ବର ମାସରେ ହୋଇଥିଲା । 

8/8

ଏହି ଦୁହିଁଙ୍କ ବିବାହ କୁ ନେଇ ଅନେକ ସମୟରେ ବିବାହ ଫଟୋ ଓ ଭିଡିଓ ଭାଇରାଲ ହେବା ସହ ଅନେକ ତର୍କ ବିତର୍କ ମଧ୍ୟ ହୋଇଥିଲା।