Advertisement
Photo Details/zeeodisha/odisha2799534
photoDetails0hindi

Ananta Movie: ବ୍ରହ୍ମପୁର ଗୌତମ ସିନେମା ହଲ୍ ରେ ଦର୍ଶକଙ୍କ ଭିଡ ଭିତରେ ସବ୍ୟସାଚୀ ଏବଂ ସୂର୍ଯ୍ୟମୟୀ

Ananta Movie: ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତା ଅବଲମ୍ବନରେ ନିର୍ମାଣ ହୋଇଥିବା "ଅନନ୍ତା" ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ରେଶମ ସହର ବ୍ରହ୍ଣପୁରର ଗୌତମ ସିନେମା ହଲ୍ ରେ ଦର୍ଶକଙ୍କ ଭିଡ ଭିତରେ ନଜର ଆସିଥିଲେ ଅନନ୍ତା ଓରଫ ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର। ସାଙ୍ଗରେ ପ୍ରଯୋଜକ ସୂରଜ ମାହୋତୋ ମଧ୍ୟ ଥିଲେ।

1/5

2/5

 କଳା ଏବଂ କଳାକାରଙ୍କୁ ଭଲ ପାଉଥିବା ବ୍ରହ୍ଣପୁରର ଦର୍ଶକ ଅନନ୍ତା ଚଳଚ୍ଚିତ୍ରକୁ ଢେର ଭଲ ପାଇବା ଦେଇଛନ୍ତି। ହଲ୍ ଭିତରେ ଏବଂ ବାହାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।  ନିଛକ ଓଡ଼ିଆ କାହାଣୀ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ସୁଟିଂ ହୋଇଥିବା ଅନନ୍ତାକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। 

3/5

ଚଳଚ୍ଚିତ୍ର ଅନନ୍ତାକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମାହୋତୋ ଏବଂ ଅର୍ଚ୍ଚିତା ସାହୁ। ସବ୍ୟସାଚୀ ମିଶ୍ର ଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଛି। ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଆହୁରୀ ଅନେକ କଳାକାର ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ଚିତ୍ରତ୍ତୋଳନ କରିଛନ୍ତି ହୁଏତସାଙ୍ଗ ମହାପାତ୍ର। 

4/5

ଏହି କାଳଜୟୀ ଗପ ବର୍ତ୍ତମାନ ସମୟରେ ନିଶ୍ଚିତ ଭାବେ ସମାଜ ପ୍ରତି ସୁ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ତା ସହିତ ଓଲିଉଡ଼ ଦର୍ଶକ ଏକ ଭଲ ଚଳଚ୍ଚିତ୍ର ରଜ ଉପଲକ୍ଷେ ଦେଖିବାକୁ ପାଇବେ। ସବ୍ୟସାଚୀ ମହାପାତ୍ର ଏବଂ ତାଙ୍କ ପୁଅ କୁମାର ସି ଦେବଙ୍କ ନିର୍ଦ୍ଦେଶିତ ଅନନ୍ତା ଚଳଚ୍ଚିତ୍ର ବହୁ ଉଚ୍ଚ କୋଟିର ହୋଇଛି।

5/5

ପୂର୍ବରୁ ସବ୍ୟସାଚୀ ମହାପାତ୍ରଙ୍କର ସବୁ ମାୟାରେ ବାୟା, ବୋଉ, ଶ୍ରୀ ଜଗନ୍ନାଥ, ବାହୁଡ଼ିବେ ମୋ ଜଗବଳିଆ, ଭୁଖା, ଝିଲି, ଶଳାବୁଢ଼ା, ଆଦିମ ବିଚାର, ପାହାଡ଼ ର ଲୁହ ଇତ୍ୟାଦି ଚଳଚ୍ଚିତ୍ରଗୁଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। ତେବେ ରଜ ରେ ସବ୍ୟସାଚୀଙ୍କ ଅନନ୍ତାକୁ ଓଡ଼ିଆ ସିନେ ଦର୍ଶକ ଦେଖିବେ ଏବଂ ମନୋରଞ୍ଜନ ପାଇବେ ଏଥିରେ ସନ୍ଦେହ ନାହିଁ। ଅନନ୍ତାର ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ। 

;