ଆଲିଆ ନୁହେଁ ବରଂ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବେ ରଣବୀର
Advertisement

ଆଲିଆ ନୁହେଁ ବରଂ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବେ ରଣବୀର

ଏହାପରେ ତାଙ୍କର କୌଣସି ଫିଲ୍ମକୁ ଦର୍ଶକ ପରଦାରେ ଦେଖିବାକୁ ପାଇନଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ  ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଆସିଛି । ରଣବୀର ବ୍ୟାକ୍  ଟୁ ବ୍ୟାକ୍ ଅନେକ ଫିଲ୍ମ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେବାକୁ ଯାଉଛନ୍ତି ।  

 

ଆଲିଆ ନୁହେଁ ବରଂ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବେ ରଣବୀର

ନୂଆଦିଲ୍ଲୀ: ବଲିଉଡର ସାୱରିୟା ଫେମ୍ ରଣବୀର କପୁର ଦୀର୍ଘ ଦିନ ହେଲା କୌଣସି ଫିଲ୍ମରେ ନଜର ଆସିନାହାନ୍ତି  । ଦୀର୍ଘ ଦିନ ହେଲା ପରଦାରୁ ଏକ ପ୍ରକାର ଗାୟବ ରହିଛନ୍ତି ରଣବୀର । ହେଲେ ଏବେ କିନ୍ତୁ ରଣବୀର ନିଜ ଦର୍ଶକଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଉପହାର ଦେବାକୁ ଯାଉଛନ୍ତି ।  କାହିଁକି ନା  ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ତାଙ୍କ ଅପକମିଂ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି  । କେବଳ ଏତିକି ନୁହେଁ ବରଂ ଚଳିତ ବର୍ଷ ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବେ ରଣବୀର କପୁର ।  

ନିର୍ଦ୍ଦେଶନା ବି ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ଟାଇଟଲ ଫାଇନାଲ ହୋଇନଥିବା ଜଣାପଡ଼ିଛି । ଖୁବଶୀଘ୍ର ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ( Brahmastra ) ରିଲିଜ ହେବାକୁ ଯାଉଛି । ବଡ ପରଦାରେ ବ୍ରହ୍ମାସ୍ତ୍ର ଧୁମ୍  ମଚାଇବାକୁ ଯାଉଛି। ପ୍ରଥମ ଥର ପାଇଁ ଏହି କଳାକାର ସ୍କ୍ରିନରେ ରଣବୀର ଆଉ ଶ୍ରଦ୍ଧା ରୋମାନ୍ସ କରିବାକୁ ଯାଉଛନ୍ତି ।  ଏହା ବ୍ୟତୀତ ରଣବୀର କପୁରଙ୍କ ହାତରେ ରହିଛି ଅନେକ ବଡ଼ ବଡ଼ ଫିଲ୍ମ । ସଞ୍ଜୁ ( Sanju) ଫିଲ୍ମ ପରେ ରଣବୀର ପରଦାରୁ ଉଭେଇ ଯାଇଥିଲେ । ମାନେ ଏହାପରେ ତାଙ୍କର କୌଣସି ଫିଲ୍ମକୁ ଦର୍ଶକ ପରଦାରେ ଦେଖିବାକୁ ପାଇନଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ  ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଆସିଛି । ରଣବୀର ବ୍ୟାକ୍  ଟୁ ବ୍ୟାକ୍ ଅନେକ ଫିଲ୍ମ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେବାକୁ ଯାଉଛନ୍ତି । 

Also Read:  'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..

ରଣବୀର ସାୱରିଆ, ବଚନା ଏ ହସିନୋ, ଲକ୍ ବାଏ ଚାନ୍ସ,  ୱେକ୍ ଅପ୍ ସିଡ୍,  ଅଜବ୍ ପ୍ରେମ୍ କି ଗଜବ୍ କାହାନୀ,  ରକେଟ୍ ସିଂହ: ସେଲ୍‌ସ୍‌ମ୍ୟାନ୍ ଅଫ୍‌ ଦି ଇଅର୍ ,  ରାଜନୀତି,  ଅଞ୍ଜନା ଅଞ୍ଜନୀ,  ଚିଲର୍ ପାର୍ଟି ,  ରକ୍‌ଷ୍ଟାର୍ (, ବର୍ଫି ( Barfi ),ୟେ ଯବାନୀ ହୈ ଦିୱାନୀ ( Ye Jawani Hai Diwani),ବେଶରମ୍ ରଏ , ୟେ ଦିଲ୍ ହୈ ମୁସ୍କିଲ୍ , ଜଗା ଜାସୁସ୍ , ସଞ୍ଜୁ ( Sanju)ଭଳି ଫିଲ୍ମରେ ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି ବଲିଉଡର ଏହି ଅଭିନେତା ।

Also Read:  ବିବାଦରେ Bachchan Pandey; ପୂରଣ କରିପାରୁନି ଟାର୍ଗେଟ୍, ତିନି ଦିନର ଆୟ ମାତ୍ର ଏତିକି ଟଙ୍କା

ସେହିପରି ଶ୍ରଦ୍ଧା କପୁର ତିନ୍ ପତି, ଲଭ୍ କା ଦି ଏଣ୍ଡ,   ଆଶିକ୍-୨ ( Ashiqui -2),ଏକ୍ ଭିଲେନ୍ ( Ek Villain ), ହାଇଦର୍ ( Haider) ଏବିସିଡି-୨ ( ABCD-2), ବାଗି ,   ଏ ଫ୍ଲାଇଙ୍ଗ୍ ଜ୍ୟାଟ୍, ଓକେ ଜାନୁ , ହାଫ୍ ଗାର୍ଲଫ୍ରେଣ୍ଡ, ହସିନା: ଦ କୁଇନ୍ ଅଫ୍ ମୁମ୍ବାଇ ( Hasina - The Queen Of Mumbai )ସ୍ତ୍ରୀ , ସାହୋ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।  ପ୍ରଥମଥର ପାଇଁ ଉଭୟ କଳାକାରଙ୍କୁ ଏକାଠି ବଡ଼ ପରଦାରେ ଦେଖିବାକୁ ମିଳିବ । ଉଭୟଙ୍କ ଅପକମିଂ ଫିଲ୍ମ ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି ।