Advertisement
Article Detail0/zeeodisha/odisha3038997
Zee OdishaOdisha Entertainmentଲୋକପ୍ରିୟ ଗାୟକଙ୍କ ମୃତ୍ୟୁ ଘଟଣାରେ ୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT

ଲୋକପ୍ରିୟ ଗାୟକଙ୍କ ମୃତ୍ୟୁ ଘଟଣାରେ ୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT

SITର ଚାର୍ଜସିଟ୍‌ରେ ଇଭେଣ୍ଟ ଆୟୋଜକ ଶ୍ୟାମକୁନ୍ ମହନ୍ତ, ଜୁବୀନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି, ସହ-ଗାୟକ ଅମୃତପ୍ରଭା ମହନ୍ତଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।

ଲୋକପ୍ରିୟ ଗାୟକଙ୍କ ମୃତ୍ୟୁ ଘଟଣାରେ ୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT

Zubeen garg death case charge sheet: ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁର ତଦନ୍ତ ଜୋରସୋରରେ ଚାଲିଛି । SIT ଟିମ୍ ଆଜି ଗୌହାଟୀ କୋର୍ଟରେ ପହଞ୍ଚିବା ପରେ ଏକ ଚାର୍ଜସିଟ୍ ଦାଖଲ କରିଛନ୍ତି। ଜୁବୀନଙ୍କ ସମ୍ପର୍କୀୟ ଭାଇ ସନ୍ଦିପାନ ଗର୍ଗଙ୍କ ନାମ ମଧ୍ୟ ଚାର୍ଜସିଟରେ ରହିଥିବା ସୂଚନା ମିଳିଛି । ଜୁବୀନ ଗର୍ଗଙ୍କ ସହିତ ସିଙ୍ଗାପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସନ୍ଦିପାନ ଗର୍ଗ ଜଣେ ନିଲମ୍ବିତ ପୋଲିସ ଅଧିକାରୀ ବୋଲି ସୂଚନା ସାମ୍ନାକୁ ଆସିଛି।

SITର ଚାର୍ଜସିଟ୍‌ରେ ଇଭେଣ୍ଟ ଆୟୋଜକ ଶ୍ୟାମକୁନ୍ ମହନ୍ତ, ଜୁବୀନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି, ସହ-ଗାୟକ ଅମୃତପ୍ରଭା ମହନ୍ତଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଜୁବୀନଙ୍କ ବଡିଗାର୍ଡ ପରେଶ ବୈଶ୍ୟ ଏବଂ ନନ୍ଦେଶ୍ୱର ବୋରାଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ସୂଚନା ମିଳିଛି।

ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା SIT ଟିମ୍ ତିନୋଟି ବଡ଼ ବାକ୍ସରେ ଚାର୍ଜସିଟ୍ ନେଇ ଆଜି ଗୌହାଟି କୋର୍ଟରେ ପହଞ୍ଚିଥିଲେ। ଜୁବିନଙ୍କ ମୃତ୍ୟୁ ସେପ୍ଟେମ୍ବରରେ ହୋଇଥିଲା ଏବଂ ଏହାର ତିନି ମାସ ପରେ SIT କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ପ୍ରାୟ ୧୨୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଥିବା ଜଣାପଡିଛି। SIT ଟିମ୍ ଜୁବୀନଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିଙ୍ଗାପୁର ଯାଇଥିଲା ଏବଂ ସେଠାରେ ପ୍ରାୟ ୩୦୦ ଜଣଙ୍କ ସହ ସାକ୍ଷାତ କରିଥିଲେ। ଆଜି କୋର୍ଟରେ ଚାର୍ଜସିଟ୍ ପ୍ରଦାନ କରିବା ପାଇଁ SIT ଟିମ୍ ଯିବା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Add Zee News as a Preferred Source

ଆପଣଙ୍କୁ କହିରଖୁଛୁ ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିଧାନସଭା ଅଧିବେଶନ ସମୟରେ ଜୁବିନ ଗର୍ଗଙ୍କ ମୃତ୍ୟୁକୁ ସନ୍ଦେହ କରି ହତ୍ୟା ହୋଇଥିବା କହିଥିଲେ । ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ, SIT ଜୁବିନ ଗର୍ଗଙ୍କ ସମ୍ପର୍କୀୟ ଏବଂ ସହଯୋଗୀମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ଜୁବିନ୍ ଗର୍ଗଙ୍କ ସମ୍ପର୍କୀୟ ଭାଇଙ୍କ ସମ୍ପୃକ୍ତି ଏବଂ ଚାର୍ଜସିଟରେ ତାଙ୍କ ନାମ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।

Also Read- ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ସପ୍ତମ ଇକୋ ରିଟ୍ରିଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Also Read- କମିଶନରେଟ୍ ପୋଲିସରେ ୬ ଥାନା ଅଧିକାରୀଙ୍କୁ ବଦଳି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author