Advertisement
Article Detail0/zeeodisha/odisha2666885
Zee OdishaOdisha Entertainmentପୁଣି ଶୋକରେ ବୁଡିଲା କଳା ଜଗତ, ପ୍ରେମରେ ଧୋକା କାରଣରୁ ନୃତ୍ୟଶିଳ୍ପୀ ହାରିଲେ ଜୀବନ

ପୁଣି ଶୋକରେ ବୁଡିଲା କଳା ଜଗତ, ପ୍ରେମରେ ଧୋକା କାରଣରୁ ନୃତ୍ୟଶିଳ୍ପୀ ହାରିଲେ ଜୀବନ

Kavya Kalyani Death: ପ୍ରେମରେ ଧୋକା ମିଳିବା କାରଣରୁ ଜୀବନ ହାରିଛନ୍ତି ଏହି ପ୍ରସିଦ୍ଧ ନୃତ୍ୟଶିଳ୍ପୀ। ମରିବା ପୂର୍ବରୁ, ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏଥିସହ ସେ ଭିଡିଓରେ ଅନେକ କିଛି ପ୍ରକାଶ କରିଥିଲେ।

ପୁଣି ଶୋକରେ ବୁଡିଲା କଳା ଜଗତ, ପ୍ରେମରେ ଧୋକା କାରଣରୁ ନୃତ୍ୟଶିଳ୍ପୀ ହାରିଲେ ଜୀବନ

Kavya Kalyani Death: ପୁଣିଥରେ ଶୋକରେ ବୁଡିଛି କଳାଜଗତ । ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର । ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ ଆତ୍ମହତ୍ୟା କରିଛନ୍ତି। ଏକ ରିଆଲିଟି ଶୋ’ରେ ନୃତ୍ୟ କରି ପୂର୍ବରୁ ବେଶ୍ ପରିଚିତି ହାସଲ କରିଥିବା ଏହି ନୃତ୍ୟଶିଳ୍ପୀ ଜଣକ କାହିଁକି ଆତ୍ମହତ୍ୟା କରିବା ରାସ୍ତାକୁ ବାଛିଲେ ତାହା ଜାଣିଲେ ଆପଣ ନିଶ୍ଚେ ଆଶ୍ଚର୍ଯ୍ୟ ହେବେ । ମରିବା ପୂର୍ବରୁ, ନୃତ୍ୟଶିଳ୍ପୀ ଜଣକ ଭିଡିଓ ଜାରି କରି ଲୋକମାନଙ୍କୁ ତାଙ୍କ ମୃତ୍ୟୁର କାରଣ ମଧ୍ୟ କହିଥିଲେ। ଏହି ଖବର ଜାଣିବା ପରେ ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଆଚମ୍ବିତ ହେଉଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଶୋର ନୃତ୍ୟଶିଳ୍ପୀ କାବ୍ୟ କଲ୍ୟାଣୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣାଟି ଖମ୍ମମ୍ ଗ୍ରାମୀଣ ମଣ୍ଡଳର ପୋନେକଲ୍ଲୁରେ ଘଟିଛି। ନୃତ୍ୟଶିଳ୍ପୀ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏହି ଦୁନିଆରୁ ବିଦାୟ ନେବା ପୂର୍ବରୁ ସେ ଏହାର କାରଣ ମଧ୍ୟ ସଭିଙ୍କୁ କହିଯାଇଛନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଥିଲା ତାହେ ହେଉଛି ତାଙ୍କୁ ପ୍ରେମରେ ଧୋକା ଦିଆଯାଇଥିଲା । ଯାହାକୁ ସେ ଜାଣିବା ପରେ ତାଙ୍କ ପାଇଁ ସହ୍ୟ କରିବା ଏତେ ସହଜ ନଥିଲା । ପ୍ରେମରେ ଧୋକା ପାଇବା ପରେ କାବ୍ୟା କଲ୍ୟାଣୀ ଶେଷରେ ମୃତ୍ୟୁର ରାସ୍ତା ଆପଣାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ଏପରି ଏକ ବଡ଼ ନିଷ୍ପତି ନେବା ପୂର୍ବରୁ, କାବ୍ୟା କଲ୍ୟାଣୀ ଏକ ଭିଡିଓ ରେକର୍ଡ କରିଥିଲେ ଯେଉଁଥିରେ ସେ ପ୍ରେମିକଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ । ମୃତ୍ୟୁ ପୂର୍ବରୁ କାଭ୍ୟା ତାଙ୍କ ପ୍ରେମିକ ଅଭି ଉପରେ ଅନେକ ଅଭିଯୋଗ ଆଣିଥିଲେ । ୫ ବର୍ଷର ସମ୍ପର୍କ ପରେ ମଧ୍ୟ ତାଙ୍କୁ ପ୍ରତାରଣା କରୁଥିବା ସେ ଅଭିଯୋଗ କରିଥିଲେ। କାଭ୍ୟାଙ୍କ ମନ ଭାଙ୍ଗି ଯାଇଥିଲା କାରଣ ତାଙ୍କ ପ୍ରେମିକଙ୍କର ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ଗଢିଉଠିଥିଲା। ସେ ଅଭିକୁ ତାଙ୍କ ସହିତ ରହିବାକୁ ଅନୁରୋଧ କରି ଚାଲିଥିଲେ । କିନ୍ତୁ ଯେତେବେଳେ ତାଙ୍କ ପାଖରେ ଲଢ଼ିବା ପାଇଁ ଆଉ ଶକ୍ତି ନଥିଲା, ସେ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

Add Zee News as a Preferred Source

ବର୍ତ୍ତମାନ କାବ୍ୟାଙ୍କ ଭିଡିଓ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏହି ଭିଡିଓରେ କାଭ୍ୟା ତାଙ୍କ ପିତାମାତାଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ନିଜ ପାଇଁ ନ୍ୟାୟ ମଧ୍ୟ ଦାବି କରିଥିଲେ। କାଭ୍ୟା କହିଥିଲେ ଯେ, ତାଙ୍କ ପ୍ରେମିକ ତାଙ୍କୁ ଛାଡି ଅନ୍ୟ ଏକ ଝିଅକୁ ବିବାହ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ପ୍ରେମିକ ତାଙ୍କୁ ତାଙ୍କ ଜୀବନରୁ ବାହାରି ଯିବାକୁ ମଧ୍ୟ କହିଥିଲେ। ଏହି ଘଟଣା ପରେ କାବ୍ୟାଙ୍କ ପରିବାର ସଦସ୍ୟ ମଧ୍ୟ ଅତ୍ୟନ୍ତ ଭାଙ୍ଗିପଡିଛନ୍ତି । ପ୍ରିୟଜନ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Also Read- Shani Gochar: ଶନି ବଦଳାଇଲେ ନକ୍ଷତ୍ର ୩ ରାଶିରେ ଶୁଭ ପ୍ରଭାବ, ବଦଳିବ ଭାଗ୍ୟ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author