ହସି ହସି ବେଦମ ହେଉଥିବା ଫ୍ୟାନ୍ସଙ୍କ ଝରିବ ଲୁହ, ବନ୍ଦ ହେବ The kapil Sharma Show !
Advertisement

ହସି ହସି ବେଦମ ହେଉଥିବା ଫ୍ୟାନ୍ସଙ୍କ ଝରିବ ଲୁହ, ବନ୍ଦ ହେବ The kapil Sharma Show !

କପିଲ ଏବେ ନିଜ ଫ୍ୟାମିଲିକୁ ଟାଇମ ଦେବାକୁ ବିଜି ରହୁଛନ୍ତି ଯେଉଁଥିପାଇଁ ତାଙ୍କ ବିଜି ସିଡ୍ୟୁଲକୁ ବି କାରଣ ରୂପେ ଧରାଯାଉଛି। ପ୍ରକୃତରେ କପିଲ ଶର୍ମା (Kapil Sharma) ନିଜର ୱାର୍କ କମିଟମେଣ୍ଟକୁ ନେଇ ଅଧିକ ବ୍ୟସ୍ତ ବିବ୍ରତ ରହୁଛନ୍ତି। 

ହସି ହସି ବେଦମ ହେଉଥିବା ଫ୍ୟାନ୍ସଙ୍କ ଝରିବ ଲୁହ, ବନ୍ଦ ହେବ The kapil Sharma Show !

ନୂଆଦିଲ୍ଲୀ: ଚର୍ଚ୍ଚାରେ ଥିବା ଅଭିନେତା ତଥା ଷ୍ଟାଣ୍ଡଅପ୍ କମେଡିଆନ କପିଲ ଶର୍ମା ଏବେ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ସୁପରହିଟ କମେଡି ସୋ 'ଦ କପିଲ ଶର୍ମା ସୋ' (The Kapil Sharma) ଗତକିଛି ଦନ ହେଲା ଖବରର ଶିରୋନାମାରେ ରହିଆସୁଛି।  ଆଉ ଏହାକୁ ଦୁନିଆରେ ବହୁତ ପସନ୍ଦ ମଧ୍ୟ କରାଯାଉଛି। ହେଲେ ଏବେ ଏହି ସୋ ପୁଣିଥରେ ବନ୍ଦ ହେବାକୁ ଯାଉଛି। ଏହାପ୍ରଥମ ଥର ନୁହେଁ ପୂର୍ବରୁ ଥରେ କପିଲ ଶର୍ମା ସୋ ବନ୍ଦ ହୋଇସାରିଛି। ଏବଂ ସୋକୁ ଏକ ନୂଆ ଢଙ୍ଗରେ ପରିବେଷଣ କରିବାକୁ  ସେତେବେଳେ ଏହି ଷ୍ଟାଣ୍ଡିଂ କମେଡି ସୋ କୁ ବନ୍ଦ କରାଯାଇଥିଲା। 
 
ତେବେ ସୋ ର ପ୍ରସାରଣ ବନ୍ଦ ନେଇ ସେପରି କୌଣସି ଔପଚାରିକ ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ କୁହାଯାଉଛି ଯେ କପିଲ ତାଙ୍କ ସୋ ରେ ବିବେକ ଅଗ୍ନିହୋତ୍ରୀଙ୍କ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’(The Kashmir Files)କୁ ପ୍ରମୋଟ୍ କରିବାକୁ ମନା କରି ଦେଇଥିଲେ। ଯାହା ଫଳରେ ତାଙ୍କୁ ଖୁବ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଅନେକ ଲୋକ ମଧ୍ୟ ତାଙ୍କ ସୋ’କୁ ବୟକଟ୍ ବି କରିଛନ୍ତି । ଏଭଳି ପରିସ୍ଥିତିରେ, ଟିଆରପି ହ୍ରାସ ହେତୁ ନିର୍ମାତାମାନେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Also Read: କଙ୍ଗନାଙ୍କୁ ମୁହଁତୋଡ୍ ଜବାବ ଦେଇ 'Lock Upp'ରୁ ବାହାରିଲେ ଜିଦି Saisha Shinde

ହେଲେ ଏମିତି ବି କୁହାଯାଉଛି ଯେ, କପିଲ ଏବେ ନିଜ ଫ୍ୟାମିଲିକୁ ଟାଇମ ଦେବାକୁ ବିଜି ରହୁଛନ୍ତି ଯେଉଁଥିପାଇଁ ତାଙ୍କ ବିଜି ସିଡ୍ୟୁଲକୁ ବି କାରଣ ରୂପେ ଧରାଯାଉଛି। ପ୍ରକୃତରେ କପିଲ ଶର୍ମା (Kapil Sharma) ନିଜର ୱାର୍କ କମିଟମେଣ୍ଟକୁ ନେଇ ଅଧିକ ବ୍ୟସ୍ତ ବିବ୍ରତ ରହୁଛନ୍ତି।  କେବଳ ଏକାକି କପିଲ୍ ନୁହଁନ୍ତି ବରଂ ତାଙ୍କ ଟିମ ବି ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ହେତୁ ନିଜ ସୋକୁ ବେଶି ଟାଇମ ଦେଇପାରୁନାହାଁନ୍ତି ତେବେ ପ୍ରଡକ୍ସନ ହାଉସ ଏହି ସୋକୁ ବନ୍ଦ କରିବାକୁ ଯାଉଛି।

Also Read: ଅଜବ ଗଜବ: ଏପରି କେଉଁ ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସେ ଓ ୨୪ ଘଣ୍ଟା ଶେଷ ହେବା ପରେ ଚାଲିଯାଏ

ତେବେ ଯଦି ମିଡିଆ ରିପୋର୍ଟସକୁ ଦେଖିବା ତା ହେଲେ ମେକର୍ସ ମାନେ ଛୋଟ ବ୍ରେକ୍ ନେବାକୁ ଚାହୁଁଛନ୍ତି। ତେବେ କିଛି ମାସପରେ ସୋ ପୁଣିଥରେ ନୂଆ ରଙ୍ଗ ଓ ନୂଆ ଢଙ୍ଗରେ ନିଜ ଫ୍ୟାନ୍ସଙ୍କ ପାଖକୁ ଆସିବ ବୋଲି କୁହାଯାଉଛି। ହେଲେ କମେଡିଆନ ଓ ଆକ୍ଟର ସୁନିଲ ଗ୍ରୋଭର୍ (Sunil Grover) ସୋ ଛାଡିବା ପରେ ସୋ ର ଟିଆରପି ଧିରେ ଧିରେ କମିବାରେ ଲାଗିଥିଲା। ଫ୍ୟାନ୍ସ ମାନେ ସୁନିଲ ଗ୍ରୋଭରଙ୍କୁ ପୁଣିଥରେ ସୋ କୁ ଆସିବାକୁ ବାଧ୍ୟ ବି କରିଛନ୍ତି ହେଲେ କିଛି ଫଳପ୍ରଦ ନାହିଁ।