Advertisement
Article Detail0/zeeodisha/odisha2682904
Zee OdishaOdisha Entertainmentନୂଆ ଚଳଚ୍ଚିତ୍ର ଚକ୍ରାନ୍ତ ର ଟାଇଟେଲ୍ ଏବଂ କଳାକାରଙ୍କ ନାମ ଘୋଷଣା

ନୂଆ ଚଳଚ୍ଚିତ୍ର "ଚକ୍ରାନ୍ତ" ର ଟାଇଟେଲ୍ ଏବଂ କଳାକାରଙ୍କ ନାମ ଘୋଷଣା

Ollywood News: ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ଭୂମିକା ଦାଶ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ ରାଉତ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, ପୁଣ୍ୟତୋୟା ମିଶ୍ର ଏବଂ କ୍ରିଷ୍ଣାରାଣୀ ଦାଶ ପ୍ରମୁଖ କଳାକାର ଏହି ଚକ୍ରାନ୍ତ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ।

ନୂଆ ଚଳଚ୍ଚିତ୍ର "ଚକ୍ରାନ୍ତ" ର ଟାଇଟେଲ୍ ଏବଂ କଳାକାରଙ୍କ ନାମ ଘୋଷଣା

Ollywood News: ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଚକ୍ରାନ୍ତ"ର ଟାଇଟିଲ୍ ଘୋଷଣା ଉତ୍ସବ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଉଛି । ଏଥି ସହିତ ଚଳଚ୍ଚିତ୍ରର କାଷ୍ଟ ମଧ୍ୟ ଘୋଷଣା ହୋଇଛି । ଚକ୍ରାନ୍ତ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ । କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ । ଗୀତ ଡଃ ନିର୍ମଳ ନାୟକ ଏବଂ ଡଃ ରଘୁନାଥ ସାହୁ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଚିତ୍ରତ୍ତୋଳନ ଦାୟିତ୍ୱରେ ସୁଦର୍ଶନ ସେନାପତି ଏବଂ ନୃତ୍ୟ ନିର୍ଦ୍ଦେଶନାରେ ଅମିତ ନାୟକ ଓ କବିର ଅଛନ୍ତି ।

ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ଭୂମିକା ଦାଶ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ ରାଉତ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, ପୁଣ୍ୟତୋୟା ମିଶ୍ର ଏବଂ କ୍ରିଷ୍ଣାରାଣୀ ଦାଶ ପ୍ରମୁଖ କଳାକାର ଏହି ଚକ୍ରାନ୍ତ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ।

ଚକ୍ରାନ୍ତର କାହାଣୀ ଏପରି, ଯୋଉ ପୁଅଝିଅ ମାନେ ପାଠ ପଢିବା ପାଇଁ  କିମ୍ବା ଚାକିରି କରି, ନିଜ ପରିବାରଠୁ ଯଥେଷ୍ଟ ଦୂର ସହରରେ ରହୁଛନ୍ତି, ସେମାନେ କେମିତି ନିଜ ଜୀବନର ଲକ୍ଷକୁ ଭୁଲି, କୁସଙ୍ଗରେ ପଡି ଭୁଲ୍ ରାସ୍ତାକୁ ଚାଲି ଯାଉଛନ୍ତି । ଆଉ ବେଳେ ବେଳେ ପୁଅ ବା ଝିଅଟି ନିଜେ ନିର୍ଦ୍ଦୋଷ ହେଇକି ବି ଅଚାନକ୍ ତା ସାଙ୍ଗ ସାଥିଙ୍କ ଦୋଷରେ ଅପରାଧର ଜାଲରେ ଛନ୍ଦି ହେଇ ଯାଉଛି । ଘର ଲୋକ ଭାବୁଛନ୍ତି ଝିଅ ଆମର ହଷ୍ଟେଲରେ ରହି ପାଠ ପଢୁଛି, କିନ୍ତୁ ଏପଟେ ଝିଅଟି ପ୍ରେମ ପାଇଁ ଆତ୍ମହତ୍ଯା କରି ଦେଉଛି । ଗୋଟେ ଝିଅର ବାପାଟେ ନିଜ ଝିଅକୁ ଏଇ ପୁରୁଷ ପ୍ରଧାନ ସମାଜରେ ବଡ ମଣିଷ କରି ଛିଡା କରେଇବା ପାଇଁ କେତେ ତ୍ୟାଗ ସହିଥାଏ, କେତେ ସ୍ୱପ୍ନ ଦେଖିଥାଏ, କିନ୍ତୁ ଝିଅଟି ଯେତେବେଳେ ସହରକୁ ଆସି, ପାର୍ଟି, ପବ୍ କୁ ଯାଇ ବଦଳି ଯାଏ, ଭୁଲ୍ ରାସ୍ତାକୁ ଚାଲିଯାଏ, ସେତେବେଳେ ସେ ଝିଅର ବାପା ମା' ଙ୍କ ମନର ଅବସ୍ଥା କଣ ହୁଏ !

Add Zee News as a Preferred Source

ବାପା ଟେ, ନିଜ ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ, ପୁଅଟି କେମିତି ଚକ୍ରାନ୍ତରେ ଫସିଯାଉଛି । ଏଇ ଭଳି ଗୋଟେ ସମ୍ବେଦନଶୀଳ ବିଶୟ ବସ୍ତୁକୁ ନେଇ ଆସୁଛି ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ଚକ୍ରାନ୍ତ । ରହସ୍ୟ ଓ ରୋମାନ୍ସ ରେ ଭରା ଏଇ ଫିଲ୍ମଟି ହେଉଛି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନମେନ୍ଟ ପ୍ୟାକେଜ୍ । ଯୋଉଥିରେ ଭରପୁର କମେଡି ସହ ଫ୍ୟାମିଲି ଡ୍ରାମା ଏବଂ ଲଭ୍ ରୋମାନ୍ସ ରହିଛି । ଏଥିସହ ଆମ ଓଡିଶାର ଦୋଳ ପର୍ବକୁ ଅତି ଜାକଜମକରେ ଦେଖିବାକୁ ମିଳିବ ସିନେମାରେ । ଏହି ଫିଲ୍ମରେ, ଗାଁ ପରିବେଶ ତଥା ଆମ ମାଟିର ବାସ୍ନା ଅନୁଭବ କରି ହେବ । ସମାଜକୁ ସଚେତନତା ବାର୍ତ୍ତା ଦେଉଥିବା ଏଇ ଫିଲ୍ମକୁ ପରିବାରର ସମସ୍ତେ ଏକାଠି ବସି ଦେଖି ପାରିବେ । ଯୋଉ ବାପା ମାଆଙ୍କ ପିଲାମାନେ ଦୂରରେ ରହୁଛନ୍ତି, ସେମାନେ ନିଜ ପିଲାଙ୍କୁ ଏଇ ଶିକ୍ଷଣୀୟ ଫିଲ୍ମଟି ଦେଖିବାକୁ ନିହାତି କହିବେ ବୋଲି ପ୍ରଯୋଜକ ମତବ୍ୟକ୍ତ କରିଛନ୍ତି । ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ ପ୍ରଣୟ ଜେଠୀ ରହିଛନ୍ତି ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author