Actor Arun Govil : ଅଭିନେତା ଅରୁଣ ଗୋଭିଲ(Actor Arun Govil) । ରାମାୟଣରେ ରାମର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ।  ସେଥିପାଇଁ ସେ ଆଜିବି ଦର୍ଶକଙ୍କ ହୃହୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଆଜିବି ଲୋକେ ତାଙ୍କୁ ତାଙ୍କ ଅଭିନୟକୁ ଝୁରି ହେଉଛନ୍ତି। ନିକଟରେ ଅରୁଣ ଗୋଭିଲ ତାଙ୍କର ଏକ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନାଗରର ରାମଲୀଲାରେ ପହଞ୍ଚିଥିଲେ। ଏହା ପୂର୍ବରୁ ଅରୁଣ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଅରୁଣଙ୍କ ପ୍ରଶଂସକମାନେ ତାଙ୍କ ଭିତରେ ଆଜିବି ଶ୍ରୀ ରାମଙ୍କ ପ୍ରତିଛବି ଦେଖୁଛନ୍ତି।  


COMMERCIAL BREAK
SCROLL TO CONTINUE READING

ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିବା ତାଙ୍କ ପ୍ରଶଂସକମାନେ ତାଙ୍କ ପାଦ ଛୁଇଁ ଅରୁଣଙ୍କୁ ଅଭିବାଦନ ଜଣାଇବା ବେଳେ ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଥିଲା। ଜଣେ ମହିଳା ଅରୁଣଙ୍କୁ ସ୍ୱାଗତ କରିବା ପାଇଁ ଏକ ସାଫ୍ରନ୍ ରଙ୍ଗର ଶାଢୀ ପିନ୍ଧି ଆସିଥିଲେ ଏବଂ ସେ ଏକ ସାଫ୍ରନ୍ ରଙ୍ଗର ଗାମୁଛା ମଧ୍ୟ ଆଣିଥିଲେ। ସେହି ଗାମୁଛାକୁ ସେ ତାଙ୍କ ପ୍ରଶଂସକକୁ ଫେରାଇ ଦେଇଥିଲେ। ଆଇଏଏସ୍ ସୁମିତା ମିଶ୍ର ଅରୁଣଙ୍କ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକମାନେ ଅରୁଣଙ୍କୁ ସ୍ୱାଗତ କରୁଛନ୍ତି। ଏହି ଭିଡିଓ ସେୟାର କରି ସୁମିତା ଲେଖିଛନ୍ତି, ତୁମର ପ୍ରତିଛବି କ’ଣ, ଅନ୍ୟମାନଙ୍କ ହୃଦୟରେ ତୁମର ମହାନତା । ଏହା ବ୍ୟତୀତ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ରାମାୟଣ ଟିଭି ସିରିଏଲ ୩୫ ବର୍ଷ ପୂରଣ କରିଛି କିନ୍ତୁ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଏବେ ମଧ୍ୟ ସମସ୍ତଙ୍କ ପାଇଁ ଭଗବାନ ଶ୍ରୀ ରାମ ଅଟନ୍ତି। ଭାବପ୍ରବଣ ମୁହୂର୍ତ୍ତ । ଅରୁଣ ଗୋଭିଲ ମଧ୍ୟ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ରିଟ୍ୱିଟ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି । 


ଏହାବି ପଢନ୍ତୁ : Actor Annu Kapoor : ଅଭିନେତା ଅନୁ କପୁରଙ୍କୁ ଚୁନ ଲଗାଇଲେ ଠକ, ଆକାଉଣ୍ଟରୁ ଗାଏବ ହୋଇଗଲା ୪.୩୬ ଲକ୍ଷ ଟଙ୍କା


 



ଅରୁଣ ଗୋଭିଲ ଏପରି ଜଣେ ଅଭିନେତା, ଯିଏ ୯୦ ଦଶକର ଟେଲିଭିଜ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଭୂମିକା ଅର୍ଜନ କରି ଘରେ ଘରେ ହୋଇଥିଲେ ପରିଚିତ । ରାମାନନ୍ଦ ସାଗରଙ୍କ ୯୦ ଦଶକରେ ପ୍ରସାରିତ ରାମାୟଣର ଛବି ଆଜି ବି ଲୋକଙ୍କ ମନରେ ସତେଜ ରହିଛି । ଏହି ପୌରାଣିକ କଥାବସ୍ତୁ ଧାରାବାହିକରେ ଅରୁଣ ଗୋଭିଲ ରାମ ଚରିତ୍ରରେ ଅଭିନୟ କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ଉତ୍ତରପ୍ରଦେଶର ମେରଠରେ ଜନ୍ମିତ ଅରୁଣ ଗୋଭିଲ ଜି.ଏଫ କଲେଜ ସାହାଜାହାନପୁର, ମେରଠ ୟୁନିଭର୍ସିଟିରୁ ଇଞ୍ଜିନିୟରିଂ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ନିଜ ପାଠ୍ୟକ୍ରମ ଶେଷ ପରେ ଅରୁଣ କିଛି ପ୍ଲେରେ ଅଂଶଗ୍ରହଣ କରିଥିଲେ । ରାମ ଚରିତ୍ର ପାଇଁ ଓଡିସନ ଦେବା ବେଳେ ତାଙ୍କୁ ରିଜେକ୍ଟ ମଧ୍ୟ କରି ଦିଆଯାଇଥିଲା । ହେଲେ ପରେ ସେ ରାମାନନ୍ଦ ସାଗରଣଙ୍କ ରାମାୟଣ ଧାରାବାହିକର ମୁଖ୍ୟ ଚରିତ୍ର ରାମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିଯାଇଥିଲେ । ଅରୁଣ ଏକଦା କହିଥିଲେ, ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିବାରୁ ମୋତେ ବଲିଉଡରେ କାମ ମିଳି ନ  ଥିଲା । ଏହାର ମୋତେ ଅବଶୋଷ ରହିବ । ହେଲେ ପରେ ସେ ହୃଦୟଙ୍ଗମ କଲେ ଯେ ବ୍ୟବସାୟୀକ ଚଳଚ୍ଚତ୍ରରୁ ଯେଉଁ ପ୍ରତିଷ୍ଠା ଓ ଲୋକପ୍ରିୟତା ମିଳିନଥାନ୍ତା, ତାହା ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବା ପରେ ମିଳିଛି ।