ଭୁବନେଶ୍ୱର:(ସୂର୍ଯ୍ୟ ନାରାୟଣ ମହାନ୍ତି) ଲୋକପ୍ରିୟ ଓଡିଆ ଚ୍ଯାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଥିବା ଓ ଦର୍ଶକଙ୍କ ଅଜସ୍ର ଭଲ ପାଇବା ସାଉଁଟିଥିବା ଆଉ ଏକ ଧାରାବାହିକ ‘ତୁ ଖରା ମୁଁ ଛାଇ’ ପହଞ୍ଚିଛି ୯୦୦ତମ ଏପିସୋଡରେ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧାରଣର ଏହି ଧାରାବାହିକର କାହାଣୀର ଅଢେଇ ବର୍ଷ ତଳେ ଦୁଇ ମୁଖ୍ୟ ଚରିତ୍ର ଏଜେ ଓ ମାନିନୀଙ୍କୁ ନେଇ ଆରମ୍ଭ ହୋଇଥିଲା ।
ଗତ ଡ଼ିସେମ୍ବର ମାସରୁ କାହାଣୀରେ ଆସିଥିଲା ନୂଆ ମୋଡ଼ ଯେଉଁଥିରେ ଏଜେ ଓ ମାନିନୀ ମୃତ୍ଯୁ ପରେ ଜନ୍ମ ନେଇଛନ୍ତି ଅଭି ଓ ମାନି ରୂପରେ। ଆରମ୍ଭରୁ ଦୁଇ ଜଣ ପୂର୍ବ ଜନ୍ମର ଜୀବନ ସାଥି ବୋଲି ଜାଣି ପାରୁନଥିଲେ ହେଲେ ସମୟକ୍ରମେ ଦୁଇ ଜଣ ପୁଣି ପରସ୍ପରକୁ ଭଲ ପାଇଛନ୍ତି । କାହାଣୀରେ ଖଳନାୟକ ରୂପରେ ଆସିଛି ରାଘବ ଯିଏ ଅଭିର ବଡ଼ ଭିଣୋଇ କିନ୍ତୁ ତାର ଲକ୍ଷ୍ୟ ହେଉଛି ନିଜ ଶଳାର ସମସ୍ତ ଧନ ସମ୍ପତ୍ତି । ସେଥିପାଇଁ ଅଭି ଓ ମାନିର ବାହାଘର ପାଇଁ ସାଜିଛି କଣ୍ଟା ହେଲେ ସବୁ ଚକ୍ରାନ୍ତ କୁ କାଟି ଦୁଇ ଜଣ ସାଜିଛନ୍ତି ଜୀବନ ସାଥି ଓ ଧରାପଡ଼ି ଯାଇଛି ରାଘବର ର ସମ୍ପତ୍ତି ପାଇଁ ସମସ୍ତ ଖେଳ । ତେବେ ସହଜ ନଥିଲା ଏହି ଯାତ୍ରା ଓ ଆଗକୁ ଆହୁରି କଠିନ ହୋଇଛି ସେମାନଙ୍କ ଜୀବନ ଯାତ୍ରା, କାରଣ ରଞ୍ଜିତ ରୂପରେ ପୁଣି ଫେରିଛି ରାଘବ ଓ ପୁଣି ନିଜ ଚକ୍ରାନ୍ତ ଆରମ୍ଭ କରିଛି । ଏପରିକି ଅଭିର ବନ୍ଧୁ ଦିଶାକୁ ଅଭି ଜୀବନରେ ଆଣିବାକୁ କରିଛି ଚେଷ୍ଟା । ତେବେ କିପରି ଅଭି ଓ ମାନି ପୁଣି ରାଘବକୁ ଦେବେ ଶାସ୍ତି ? କଣ ହେବ ଦିଶାର ? ଅଭିର ଭଉଣୀ କଣ ଜାଣିପାରିବ ରାଘବ କୁ ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ‘ତୁ ଖରା ମୁଁ ଛାଇ’ର ଆଗକୁ ଆସୁଥିବା ବିଭିନ୍ନ ଏପିସୋଡରେ।
ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି । ଏଥରବି ‘ତୁ ଖରା ମୁଁ ଛାଇ’ରେ ନୂତନ ପିଢିର ଜୀବନ ଭିତରେ ଆସୁଥିବା ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ କାହାଣୀ ଆଧାରିତ। ତେଣୁ କାହାଣୀରେ ଆସୁଥିବା ପରିବର୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।
ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ସଫଳତାର ସହ ପହଞ୍ଚିଲା ୯୦୦ତମ ଏପିସୋଡରେ
ଲୋକପ୍ରିୟ ଓଡିଆ ଚ୍ଯାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଥିବା ଓ ଦର୍ଶକଙ୍କ ଅଜସ୍ର ଭଲ ପାଇବା ସାଉଁଟିଥିବା ଆଉ ଏକ ଧାରାବାହିକ ‘ତୁ ଖରା ମୁଁ ଛାଇ’ ପହଞ୍ଚିଛି ୯୦୦ତମ ଏପିସୋଡରେ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧାରଣର ଏହି ଧାରାବାହିକର କାହାଣୀର ଅଢେଇ ବର୍ଷ ତଳେ ଦୁଇ ମୁଖ୍ୟ ଚରିତ୍ର ଏଜେ ଓ ମାନିନୀଙ୍କୁ ନେଇ ଆରମ୍ଭ ହୋଇଥିଲା ।
ଗତ ଡ଼ିସେମ୍ବର ମାସରୁ କାହାଣୀରେ ଆସିଥିଲା ନୂଆ ମୋଡ଼ ଯେଉଁଥିରେ ଏଜେ ଓ ମାନିନୀ ମୃତ୍ଯୁ ପରେ ଜନ୍ମ ନେଇଛନ୍ତି ଅଭି ଓ ମାନି ରୂପରେ। ଆରମ୍ଭରୁ ଦୁଇ ଜଣ ପୂର୍ବ ଜନ୍ମର ଜୀବନ ସାଥି ବୋଲି ଜାଣି ପାରୁନଥିଲେ ହେଲେ ସମୟକ୍ରମେ ଦୁଇ ଜଣ ପୁଣି ପରସ୍ପରକୁ ଭଲ ପାଇଛନ୍ତି । କାହାଣୀରେ ଖଳନାୟକ ରୂପରେ ଆସିଛି ରାଘବ ଯିଏ ଅଭିର ବଡ଼ ଭିଣୋଇ କିନ୍ତୁ ତାର ଲକ୍ଷ୍ୟ ହେଉଛି ନିଜ ଶଳାର ସମସ୍ତ ଧନ ସମ୍ପତ୍ତି । ସେଥିପାଇଁ ଅଭି ଓ ମାନିର ବାହାଘର ପାଇଁ ସାଜିଛି କଣ୍ଟା ହେଲେ ସବୁ ଚକ୍ରାନ୍ତ କୁ କାଟି ଦୁଇ ଜଣ ସାଜିଛନ୍ତି ଜୀବନ ସାଥି ଓ ଧରାପଡ଼ି ଯାଇଛି ରାଘବର ର ସମ୍ପତ୍ତି ପାଇଁ ସମସ୍ତ ଖେଳ । ତେବେ ସହଜ ନଥିଲା ଏହି ଯାତ୍ରା ଓ ଆଗକୁ ଆହୁରି କଠିନ ହୋଇଛି ସେମାନଙ୍କ ଜୀବନ ଯାତ୍ରା, କାରଣ ରଞ୍ଜିତ ରୂପରେ ପୁଣି ଫେରିଛି ରାଘବ ଓ ପୁଣି ନିଜ ଚକ୍ରାନ୍ତ ଆରମ୍ଭ କରିଛି । ଏପରିକି ଅଭିର ବନ୍ଧୁ ଦିଶାକୁ ଅଭି ଜୀବନରେ ଆଣିବାକୁ କରିଛି ଚେଷ୍ଟା । ତେବେ କିପରି ଅଭି ଓ ମାନି ପୁଣି ରାଘବକୁ ଦେବେ ଶାସ୍ତି ? କଣ ହେବ ଦିଶାର ? ଅଭିର ଭଉଣୀ କଣ ଜାଣିପାରିବ ରାଘବ କୁ ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ‘ତୁ ଖରା ମୁଁ ଛାଇ’ର ଆଗକୁ ଆସୁଥିବା ବିଭିନ୍ନ ଏପିସୋଡରେ ।
ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି । ଏଥରବି ‘ତୁ ଖରା ମୁଁ ଛାଇ’ରେ ନୂତନ ପିଢିର ଜୀବନ ଭିତରେ ଆସୁଥିବା ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ କାହାଣୀ ଆଧାରିତ। ତେଣୁ କାହାଣୀରେ ଆସୁଥିବା ପରିବର୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।