ଦୁଇ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha2293630

ଦୁଇ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ଭୁବନେଶ୍ଵର, ଦୁଇ ମାସର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ରାଜ୍ୟର ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଠାରୁ ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍‌ ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମ

ଦୁଇ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ଭୁବନେଶ୍ଵର, ଦୁଇ ମାସର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ରାଜ୍ୟର ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଠାରୁ ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍‌ ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମ ଗୁଡ଼ିକୁ ବୋଟ୍‌ରେ ଭର୍ତ୍ତି କରିଛନ୍ତି। 
ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇ ପାରିବ ବୋଲି କୁହାଯାଇଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। 

ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି। ମାଛ ବଢ଼ିବାକୁ ୩/୪ ମାସ ଲାଗିଥାଏ। ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ। ଏହି ସମୟରେ ସମୁଦ୍ରରେ ଟ୍ରଲର, ଗିଲେଟିନ୍‌, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ। ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି।

ଅନ୍ୟପଟେ ମତ୍ସଜୀବୀ ମାନେ ବାଟା ପ୍ରସ୍ତୁତ କରିସାରିଲେଣି।  ଏଥିରେ ଗୋଟିଏ ଲେଖାଏ ବୋଟରେ ମତ୍ସ୍ୟଜୀବୀମାନେ ବରଫ, ୮ ଦିନ ଚଳିବା ପାଇଁ ଡିଜେଲ, ଜାଲ, ଖାଇବା ସାମଗ୍ରୀ, ପାନୀୟ ଜଳ ଆଦି ଭର୍ତ୍ତି କରିଛନ୍ତି। ଗୋଟିଏ ବୋଟରେ ବାଟା ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଆବଶ୍ୟକ। ପ୍ରଥମେ କିଛି ଦିନ ଭଲ ମାଛ ଉତ୍ପାଦନ ହେବାର ଆଶା ରହିଥାଏ। କାରଣ ଦୁଇମାସ କଟକଣା ଯୋଗୁ ମାଛବଂଶ ବୃଦ୍ଧି ହେବା ସହ କୂଳରେ ଥାଆନ୍ତି। ମୌସୁମୀ ଜନିତ ପାଣିପାଗ ଯୋଗୁ ମାଛ ଧରିବା ସହଜ ହୋଇଥାଏ। ଏହି ସମୟରେ ସମୁଦ୍ର ଅଶାନ୍ତ ନ ଥାଏ ବୋଲି ମତ୍ସଜୀବୀ ମାନେ କୁହନ୍ତି।

;