ପାଞ୍ଚ ଏକର ସୁନୁସୁନିଆ ଶାଗ ଚାଷ କଲା ଲକ୍ଷପତି, ଉପକାରିତା ଡିମାଣ୍ଡ କହିଲେ ନସରେ
Advertisement

ପାଞ୍ଚ ଏକର ସୁନୁସୁନିଆ ଶାଗ ଚାଷ କଲା ଲକ୍ଷପତି, ଉପକାରିତା ଡିମାଣ୍ଡ କହିଲେ ନସରେ

ଯାଜପୁରର ଜଣେ ଚାଷୀ ସୁନୁସୁନିଆ ଶାଗ ଚାଷକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ। ପ୍ରାୟ ପାଞ୍ଚ ଏକର ଜମିରେ ଚାଷ କରି କମ ପରିଶ୍ରମ,କମ ପାଣି ,କମ ଖର୍ଚ୍ଚ ଓ କମ ଯତ୍ନ ନେଇ ଲକ୍ଷାଧିକ ଟଙ୍କା ରୋଜକାର କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।ସୁନୁସୁନିଆ ଶାଗର ଓଷଧୀୟ ଗୁଣ ଯାହାକି କିଡନୀ , ରକ୍ତଚାପ, ହୃଦଘାତ,ନିଦ୍ରା ଦୋଷ ତଥା ମାନସିକ ରୋଗର ନିରାକରଣରେ ଏହା ଏକ ବିଶଲ୍ୟକରଣୀ ଭଳି କାମ ଦେଇଥାଏ।ଏହି ଦୃଷ୍ଟିରୁ ଏହାର ଡିମାଣ୍ଡ ଆକାଶ ଛୁଆଁ  ନକହି ଆକାଶ ବାହାରେ କହିଲେ ଠିକ ହେବ।

 

ପାଞ୍ଚ ଏକର ସୁନୁସୁନିଆ ଶାଗ ଚାଷ କଲା ଲକ୍ଷପତି, ଉପକାରିତା ଡିମାଣ୍ଡ କହିଲେ ନସରେ

ସନ୍ଦିପ୍ତ ରାୟ, ଯାଜପୁର: ସବୁ ଚାଷ କରି ବିଫଳ ହେବା ପରେ ଆଦରିନେଲେ ଶାଗ ଚାଷ କରିବା ପାଇଁ। ଏକର ଏକର ସୁନୁସୁନିଆ ଶାଗ କରି ଏବେ ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି ଏହି ଚାଷୀ। ଆମେ କହୁଛୁ ଯାଜପୁର କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ର ଚାଷୀଙ୍କ କଥା। ଏକର ଏକର ଚାଷ ଜମିରେ ସୁନୁସୁନିଆ ଶାଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ବେଶ ଦି ପଇସା ରୋଜଗାର କରୁଛନ୍ତି।

କ୍ଷେତରେ ହସୁଛି ସୁନାର ଫସଲ। ଯିଏ ଦେଖୁଛି ତା ମନ ପୂରି ଯାଉଛି। ସତେ ଯେମିତି ଏକର ଏକର ଜମି ଉପରେ ସବୁଜ ଗାଲିଚା ଯେପରି ବିଛେଇ ହୋଇଛି। ଯାହା ଆଜି ପାଲଟିଛି ଚାଷୀଙ୍କ ଏକ ମାତ୍ର ଭାତ ହାଣ୍ଡି। କୋରେଇ ବ୍ଲକ ଗୋଳେଇପୁର ପଂଚାୟତ ମିର୍ଜାପୁର,ସିଙ୍ଗଡ଼ା, ସୋତି,ହାଟସାହି ଅଞ୍ଚଳରେ କରାଯାଉଥିବା ସୁନୁସୁନିଆ ଶାଗ ର ଦୃଶ୍ୟ ବେଶ ମନୋରମ। ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନ ମିଳିବାରୁ ବାଧ୍ୟ ହୋଇ ଏହି ସୁନୁସୁନିଆ ଶାଗ ଚାଷ କରୁଛନ୍ତି। ଆଉ ଭଲ ଦି ପଇସା ମଧ୍ୟ ରୋଜଗାର କରୁଛନ୍ତି।

ସ୍ଥାନୀୟ ଚାଷୀ ପୂର୍ବରୁ କେବଳ ଧାନ ଚାଷ କରୁଥିଲେ। କିନ୍ତୁ ଧାନ ଚାଷ ରେ ନାନା ସମସ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷତି ହୋଇଥାଏ। କିନ୍ତୁ ଏହି ସୁନୁସୁନିଆ ଶାଗ ରେ କମ ସାର ର ବ୍ୟବହାର କରି ଅଧିକ ଲାଭ କରିପାରୁଛନ୍ତି ଚାଷୀ। ଚାଷୀ ମାନଙ୍କ ଠାରୁ ବ୍ୟବସାୟୀ ମାନେ ଶାଗ ନେଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଉଛନ୍ତି। ଯେଉଁଥିରେ ବର୍ଷକୁ ଚାଷୀ ଗୁଣ୍ଠ ପ୍ରତି 50 ହଜାର ରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରି ଥାଏ। ଏହି ଚାଷ ରେ ଭଲ ଦି ପଇସା ମିଳୁଥିବାରୁ ଅଧିକ ରୁ ଅଧି ଚାଷୀ ଏହି ଚାଷ ପ୍ରତି ଆଗ୍ରହୀ ହେଉଛନ୍ତି।

ଚାଷୀ ମାନେ ପାରମ୍ପରିକ ଚାଷ ପରିବର୍ତେ ଏଭଳି ନୂଆ ନୂଆ ଚାଷ କଲେ ଭଲ ଦି ପଇସା ରୋଜଗାର କରି ଆର୍ଥିକ ଦିଗରେ ବେଶ ସ୍ୱାବଲମ୍ବି ହୋଇପାରନ୍ତେ। ଏହି କ୍ଷେତ୍ର ରେ ସରକାର ଙ୍କ ପକ୍ଷରୁ ମଧ୍ୟ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ।