Advertisement
Article Detail0/zeeodisha/odisha685356
Zee OdishaGajapatiମହାମାରୀ ପଶିଲା, ୪ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଗଜପତି ପ୍ରଶାସନ

ମହାମାରୀ ପଶିଲା, ୪ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଗଜପତି ପ୍ରଶାସନ

ଏକଧରକେ ଜିଲ୍ଲାର ୩ଟି ବ୍ଲକରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି । ସେହିପରି ନବରଙ୍ଗପୁରରେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ପାରଳାଖେମୁଣ୍ଡି: ରାଜ୍ୟରେ ଆଜି ୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ଗଜପତି ଜିଲ୍ଲାର । ଜିଲ୍ଲାରେ ପ୍ରଥମ ଥର ପାଇଁ କୋଭିଡ୍ ୧୯ ମହାମାରୀ ପଶିଛି । ଆଉ ଏହାପରେ ପୁରା ସତର୍କ ହୋଇପଡ଼ିଛି ଜିଲ୍ଲା ପ୍ରଶାସନ । 

ଯାହା ଜଣାପଡ଼ିଛି, ଆକ୍ରାନ୍ତଙ୍କ ମଧ୍ୟରୁ ଗୁମ୍ମା ବ୍ଲକର ୨ ଜଣ ଅଛନ୍ତି । ସେହିପରି କାଶୀନଗର ଓ ଗୋଷାଣୀ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ସେହିପରି କାଶୀନଗର ବ୍ଲକର ମଣ୍ଟିଗୁଡା, ଗୁମ୍ମା ବ୍ଲକର ଜଗନ୍ନାଥପୁର ଓ ବନ୍ଧମୁଣ୍ଡା ଓବଂ ଗୋଷାଣୀ ବ୍ଲକର ତାଟିପେଟା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 

ଅନ୍ୟପଟେ ଏକଧରକେ ଜିଲ୍ଲାର ୩ଟି ବ୍ଲକରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି । ସେହିପରି ନବରଙ୍ଗପୁରରେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

Add Zee News as a Preferred Source

ଏବେ ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ରହିଛି । ସେହିପରି ଦ୍ୱିତୀୟରେ ଯାଜପୁର(୨୩୯) ରହିଛି । ବାଲେଶ୍ୱରରେ ୧୨୮, ଭଦ୍ରକରେ ୯୮, ଖୋର୍ଦ୍ଧାରେ ୭୪, କଟକରେ ୫୭, ପୁରୀରେ ୬୫, କେନ୍ଦ୍ରାପଡ଼ାରେ ୪୦, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୦, ସୁନ୍ଦରଗଡ଼ରେ ୩୩, ନୟାଗଡ଼ରେ ୩୨, ଅନୁଗୋଳରେ ୧୯, ମୟୂରଭଞ୍ଜରେ ୧୪, କଳାହାଣ୍ଡିରେ ୧୩, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୯, ସମ୍ବଲପୁରରେ ୫, କନ୍ଧମାଳରେ ୫, ମାଲକାନଗିରିରେ ୮, ଝାରସୁଗୁଡ଼ା ୫, ଦେବଗଡ଼ ୨, ଢ଼େଙ୍କାନାଳ ୨ ଏବଂ କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ନୂଆ ଜିଲ୍ଲା ଭାବେ ଆଜି ଗଜପତି(୪) ଓ ନବରଙ୍ଗପୁର(୧) ମଧ୍ୟ କୋରୋନା ଆକ୍ରାନ୍ତ ଜିଲ୍ଲାରେ ସାମିଲ ହୋଇଛି । 

ତେବେ ସମୁଦାୟ ୧୨୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ଏବେ ଆଉ ୮୨୬ଟି ମାମଲା ସକ୍ରିୟ ରହିଛି । 

About the Author