ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ରଥ ଜନସେବା କେନ୍ଦ୍ରର ପରିଚାଳକ ଯୋଗେନ୍ଦ୍ର କୁମାର ରଥ ।
Trending Photos
)
ଗଜପତି: ରାଜ୍ୟରେ ବଢ଼ି ବଢ଼ି ଚାଲିଛି ସାମ୍ୱାଦିକଙ୍କ ଉପରେ ଆକ୍ରମଣ ଘଟଣା । ପୁଣି ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରେ ଆକ୍ରମଣ କରାଯାଇଛି । ଘଟଣାଟି ଗଜପତି ଜିଲ୍ଲାର ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଘଟିଛି । ଏଠାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ତାହା ବି ତହସିଲଦାରଙ୍କ ସାମ୍ନାରେ ଏହି ଘଟଣା ଘଟିଛି । କୋଭିଡ-୧୯ ନିୟମକୁ ଉଲ୍ଲଙ୍ଘନ କରି ଫାଇନ ଦେଉଥିବା ବେଳେ ସାମ୍ବାଦିକ ପିଣ୍ଟୁ ପ୍ରଧାନ ଫୋଟ ଉଠେଇବା ବେଳେ ଗାଳିଗୁଲଜ କରିବା ସହ ଆକ୍ରମଣ କରି କ୍ୟାମେରାକୁ ଛଢାଇ ନେଇଥିଲେ ଯୁବକ ।
ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ରଥ ଜନସେବା କେନ୍ଦ୍ରର ପରିଚାଳକ ଯୋଗେନ୍ଦ୍ର କୁମାର ରଥ । ଏନେଇ ମୋହନା ଥାନାରେ ଏତଲା ରୁଜୁ କରାଯାଇଛି । ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମୋହନା ସାମ୍ବାଦିକ ସଂଘ ।