ଧର୍ମାନ୍ତିକରଣକୁ ନେଇ ରାଜନୀତି, ଧର୍ମ ପରିବର୍ତ୍ତନ ପାଇଁ ଚାପ
Advertisement

ଧର୍ମାନ୍ତିକରଣକୁ ନେଇ ରାଜନୀତି, ଧର୍ମ ପରିବର୍ତ୍ତନ ପାଇଁ ଚାପ

ଧର୍ମ ଗ୍ରହଣକୁ ନେଇ ଉପୁଜୁଛି ବିବାଦ ଗ୍ରାମରେ ଦେଖା ଦେଇଛି ଉତ୍ତେଜନା , ଧର୍ମ ପରିବର୍ତ୍ତନ କରୁନଥିବା ଯୋଗୁ ଚାପରେ ଅଛନ୍ତି ପରିବାର ବର୍ଗ। ଏପରିକି ନିଜ ପୈତୃକ ସମ୍ପତ୍ତି ନଦେବାକୁ ଧମକ ଦେବା ସହ ଆକ୍ରମଣ କରାଯାଇଛି । ଏନେଇ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମିପୁର ପଞ୍ଚାୟତ ଲାଙ୍ଗାସାହି ଗ୍ରାମର ପଣ

ଧର୍ମାନ୍ତିକରଣକୁ ନେଇ ରାଜନୀତି, ଧର୍ମ ପରିବର୍ତ୍ତନ ପାଇଁ ଚାପ

ସୁଜିତ ବିଶୋୟୀ, ଗଜପତି: ଧର୍ମ ଗ୍ରହଣକୁ ନେଇ ଉପୁଜୁଛି ବିବାଦ ଗ୍ରାମରେ ଦେଖା ଦେଇଛି ଉତ୍ତେଜନା , ଧର୍ମ ପରିବର୍ତ୍ତନ କରୁନଥିବା ଯୋଗୁ ଚାପରେ ଅଛନ୍ତି ପରିବାର ବର୍ଗ। ଏପରିକି ନିଜ ପୈତୃକ ସମ୍ପତ୍ତି ନଦେବାକୁ ଧମକ ଦେବା ସହ ଆକ୍ରମଣ କରାଯାଇଛି । ଏନେଇ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମିପୁର ପଞ୍ଚାୟତ ଲାଙ୍ଗାସାହି ଗ୍ରାମର ପଣ୍ଡା ଶବର ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଙ୍ଗାସାହି ଗ୍ରାମରେ ବସବାସ କରନ୍ତି ୩୫ ଆଦିବାସି ପରିବାର। ପୁର୍ବରୁ ୨୫ ପରିବାର ଧର୍ମ ପରିବର୍ତ୍ତନ କରିଥିବା ବେଳେ ଏଥିପାଇଁ ଚାପରେ ଅଛନ୍ତି ଦଶ ପରିବାର। ଏପରିକି ନିଜ ପୈତୃକ ସମ୍ପତିର ଭାଗ ନଦେବା ସହ କିଛି ଖଳ ପ୍ରକୃତିର ଲୋକ ବାରମ୍ବାର ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି ପଣ୍ଡା ଶବର। ଅପରପକ୍ଷରେ ଏହାକୁ ତୀବ୍ର ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରି ପରିବାରକୁ ସୁରକ୍ଷା ଦାବି କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଶବର ସମାଜ କଲ୍ୟାଣ ସମିତି ।

ଧର୍ମ ପରିବର୍ତ୍ତନ କରାଇବା ଘଟଣାକୁ କେନ୍ଦ୍ର କରି ପଣ୍ଡା ଶବରଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ କେତେବେଳେ ବଡଧରଣର ହିଂସାକାଣ୍ଡ ନଘଟିବ ଏହାକୁ କୌଣସି ମତେ ଏଡାଇ ନ ଦିଆଯାଇପାରେ। ଯାହାକୁ ଦୃଷ୍ଟିରେ ରଖି ଅଭିଯୋଗ ପାଇବା ପରେ ରାୟଗଡ ଥାନା ପକ୍ଷରୁ ଉଭୟ ପକ୍ଷ ସହ ଆଲୋଚନା କରି ଘଟଣାର ସମାଧାନ କରାଜିବା ନେଇଁ ଆରମ୍ଭ ହୋଇଛି ପ୍ରୟାସ। ସେପଟେ ଅପର ଗୋଷ୍ଠୀଙ୍କ ପକ୍ଷରୁ ପିଡିତ ଅଭିଯୋଗ କରିଥିବା ଘଟଣାକୁ ଖଣ୍ଡନ କରି ସେମାନେ ଧର୍ମ ପରିବର୍ତ୍ତନ ପାଇଁ କୌଣସି ଚାପ ପକାଇ ନଥିବା କହିଛନ୍ତି।

ପୁର୍ବରୁ ବିଭିନ୍ନ ସ୍ଥାନରେ ଧର୍ମାନ୍ତକରଣକୁ ନେଇ ଗୋଷ୍ଠି ସଂଘର୍ଷ ତଥା ସାମ୍ପ୍ରଦାୟିକ ଦଙ୍ଗା ଭଳି ପରିସ୍ଥିତି ଉପୁଜିଥିବା ନଜିର ରହିଛି। ଏପରି ସ୍ଥଳେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଜରୁରି ହୋଇ ପଡିଛି।