ମୋହନାରେ କୋରୋନାର ଗୋଷ୍ଠୀ ସଂକ୍ରମଣ ! ମେଡିକାଲ କର୍ମଚାରୀ ସମେତ ୨୨ ସଂକ୍ରମିତ

ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ ମୋହନା ଢେପସାହିରେ ଏକ ବାହାଘର ଭୋଜି ଆୟୋଜିତ ହୋଇଥିଲା । ଉକ୍ତ ଭୋଜିରେ ମୋହନା ଗ୍ରାମର କିଛି ପରିବାରଙ୍କ ସହ ଗଂଜାମ ଜିଲ୍ଲା ସିଙ୍ଗପୁର ଅଞ୍ଚଳରୁ କିଛି ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ପରେ ଉକ୍ତ ଭୋଜିକୁ ଯାଇଥବା କିଛି ଲୋକେ ଅସୁସ୍ଥତା ହେବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ମୋହନାରେ କୋରୋନାର ଗୋଷ୍ଠୀ ସଂକ୍ରମଣ ! ମେଡିକାଲ କର୍ମଚାରୀ ସମେତ ୨୨ ସଂକ୍ରମିତ

ପ୍ରେମାନନ୍ଦ ପୂଜାରୀ, ମୋହନା: ଗଜପତି ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି(ଶୁକ୍ରବାର) ଗଜପତି ଜିଲ୍ଲାରେ ୩୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେଥିରୁ ମୋହନା ସ୍ଥିତ ଠେପସାହି ଓ ମୋହନା ମେଡିକାଲକୁ ମିଶାଇ ସର୍ବାଧିକ ୨୨ ଜଣ ପୋଜିଟିଭ ରହିଛନ୍ତି । କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଉଭୟ ଢେପସାହି ଓ ମୋହନା ମେଡିକାଲକୁ ସଂପୂର୍ଣ୍ଣ ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ ମୋହନା ଢେପସାହିରେ ଏକ ବାହାଘର ଭୋଜି ଆୟୋଜିତ ହୋଇଥିଲା । ଉକ୍ତ ଭୋଜିରେ ମୋହନା ଗ୍ରାମର କିଛି ପରିବାରଙ୍କ ସହ ଗଂଜାମ ଜିଲ୍ଲା ସିଙ୍ଗପୁର ଅଞ୍ଚଳରୁ କିଛି ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ପରେ ଉକ୍ତ ଭୋଜିକୁ ଯାଇଥବା କିଛି ଲୋକେ ଅସୁସ୍ଥତା ହେବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏବଂ ଏହି ଖବର ସମ୍ପର୍କରେ କୌଣସି ପ୍ରକାରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସୂଚନା ପାଇ ଢେପସାହିରେ ପହଞ୍ଚିଥିଲେ । ବାହାଘର ଭୋଜିରେ ଯୋଗ ଦେଇଥିବା ପରିବାରଙ୍କ ନାମ ଠିକଣା ସଂଗ୍ରହ କରିବା ପରେ ସ୍ଵାବ ପରୀକ୍ଷା କରାଯାଇଥିଲା । 

ଆଜି ସରକାରୀ ରିପୋର୍ଟ ଆସିବା ପରେ ଉକ୍ତ ସାହି ସମେତ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସମୁଦାୟ ୨୨ ଜଣ ସଂକ୍ରମିତ ଥିବା ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା ମୋହନା ସହରରେ ନୂତନ ଭାବେ ବୃଦ୍ଧି ପାଇଥିବା ହେତୁ ଜିଲ୍ଲାପାଳ ଉଭୟ ମୋହନା ମେଡିକାଲ ଓ ଢେପସାହି, ବାଢେଇପୁର, ଧନୁପଙ୍କା, ଗୁଡୁରିଗୁଡଖ ଗ୍ରାମକୁ ଯାତାୟତ ରାସ୍ତା ସଂପୂର୍ଣ୍ଣ ସିଲ କରିଛି । ଏହାସହ ବାହାରି ଥିବା ସଂକ୍ରମିତଙ୍କ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହି ବାହାଘର ଭୋଜିରେ ପଜେଟିଭ ବାହାରିଥିବା ପରିବାର ଲୋକେ କାହା କାହା ସ୍ପର୍ଶରେ ଆସିଛନ୍ତି ତାହା ପ୍ରଶାସନର ଚିନ୍ତା ବଢେଇ ଦେଇଛି ।

ଅପରପକ୍ଷରେ ଲୋକେ ମଧ୍ୟ ଭୟଭୀତ ହୋଇଥିବା ଜଣାପଡିଛି । କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ମୋହନା ବିଡ଼ିଓ ବନ୍ସିଧର ଖୋସଲାଙ୍କ ନିର୍ଦ୍ଦେଶ କ୍ରମେ ସାହିକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ସମସ୍ତ ଅତିଆବଶ୍ୟକୀୟ ସାମଗ୍ରୀ ସାହି ବାସିନ୍ଦାଙ୍କୁ ପ୍ରଶାସନ ତରଫରୁ ଯୋଗାଇ ଦେବା ପାଇଁ ସୁବିଧା କରାଯାଉଥିବା କହିଛନ୍ତି ବିଡିଓ ।