ଗଜପତି ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ନିର୍ମାଣ କାର୍ଯ୍ୟ, କୃଷି, କ୍ଷୁଦ୍ର ଶିଳ୍ପ, ପରିବହନ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । ତେବେ ଏସବୁ ଭିତରେ ଆନ୍ତଃରାଜ୍ୟ ଯାତାୟତ ଉପରେ କଟକଣା ବଳବତ୍ତର ରହିଛି । 

ଗଜପତି ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ସୁଜିତ ବିଷୋୟୀ, ଗଜପତି: କୋରୋନା ସଙ୍କଟ ମଧ୍ୟରେ ଜାରି ହେଲା ଅଗଷ୍ଟ ମାସର ଗାଇଡ ଲାଇନ । ଜିଲ୍ଲାରେ କ'ଣ ସବୁ ଖୋଲିବ ଓ କେଉଁଥିରେ କଟକଣା ରହିବ ସେନେଇ ଗାଇଡ ଲାଇନ ଜାରି କରିଛନ୍ତି ଜିଲ୍ଲାପାଳ । କୋରୋନା ସ୍ଥିତିକୁ ଆଖି ଆଗରେ ରଖି ଏଥିରେ କିପରି ରୋକ୍ ଲାଗି ପାରିବ ଏଥିପାଇଁ କଟକଣା ଲଗାଇଛି ପ୍ରଶାସନ । ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇ ପୂର୍ବ ଭଳି ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ସପିଙ୍ଗମଲ୍, ସିନେମା ହଲ ବନ୍ଦ ରହିବ, ଜନ ସମାବେଶ ଉପରେ ସମ୍ପୂର୍ଣ୍ଣ କଟକଣା  ରହିଛି । ତତ୍ ସହିତ ରାତ୍ରି ୯ରୁ ସକାଳ ୫ଟା ସମୟରେ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବ ଭଳି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ଦୀର୍ଘ ୫ମାସ ପରେ ସ୍ୱତନ୍ତ୍ର ନିୟମ ଅବଲମ୍ବନ ପୂର୍ବକ ଜିମ/ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ସେବା, ପେଟ୍ରୋଲ ପମ୍ପ, ଗ୍ୟାସ୍ ବିତରଣ,  ଅନଲାଇନ୍ ପାଠପଢା, ସହ ପୂର୍ବ ଭଳି ସକାଳ ୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗ୍ରସୋରୀ, ପରିବା, ଫଳ ମିଠା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । 

ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ନିର୍ମାଣ କାର୍ଯ୍ୟ, କୃଷି, କ୍ଷୁଦ୍ର ଶିଳ୍ପ, ପରିବହନ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । ତେବେ ଏସବୁ ଭିତରେ ଆନ୍ତଃରାଜ୍ୟ ଯାତାୟତ ଉପରେ କଟକଣା ବଳବତ୍ତର ରହିଛି । ମାଲ ପରିବହନ ଛଡ଼ା ଅନାବଶ୍ୟକ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।