ତ୍ରିରଙ୍ଗାକୁ ଅସମ୍ମାନ
Advertisement

ତ୍ରିରଙ୍ଗାକୁ ଅସମ୍ମାନ

ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରାତଃ ସମୟରେ ଉତ୍ତୋଳନ କରାଯାଇଥିବା ତ୍ରିରଙ୍ଗା ସୂର୍ଯ୍ୟ ଅସ୍ତ ପରେ ବି ଅବତରଣ କରାଯାଇନଥିବାର ଦେଖିବାକୁ ମିଳିଥିଲା । 

ଫାଇଲ ଫଟୋ

ସୁଜିତ ବିଷୋୟୀ​, ଗଜପତି: ସ୍ୱାଧୀନତା ଦିବସରେ ତ୍ରିରଙ୍ଗାର କରାଗଲା ଅବମାନନା । ଏପରି ଘଟଣା ଘଟିଛି ପାରଳାଖେମୁଣ୍ଡି ମୁନିସିପାଲିଟି ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  କୁମ୍ଭାର ସାହି ପରିସରରେ । ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରାତଃ ସମୟରେ ଉତ୍ତୋଳନ କରାଯାଇଥିବା ତ୍ରିରଙ୍ଗା ସୂର୍ଯ୍ୟ ଅସ୍ତ ପରେ ବି ଅବତରଣ କରାଯାଇନଥିବାର ଦେଖିବାକୁ ମିଳିଥିଲା । 

ଅନ୍ୟପଟେ ଗଣମାଧ୍ୟମର ପ୍ରତିନିଧି ପହଞ୍ଚି ଫଟୋ ଉତ୍ତୋଳନ କରିବା ସମୟରେ ବିଳମ୍ବରେ ଆସି ତରତର ହୋଇ ଅସମ୍ମାନ ସହ ପତାକାକୁ ଅବତରଣ କରିଥିଲେ ଅନ୍ୟ ଜଣେ ବ୍ୟକ୍ତି । ଏହି ବ୍ୟକ୍ତିଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଫୋନ କରି ସାମ୍ବାଦିକମାନେ ଉପସ୍ଥିତ ଥିବା କହି ପତାକା ବାହାର କରିବାକୁ କହିଥିଲେ ବୋଲି କହିଛନ୍ତି ।