ମୁଣ୍ଡ ବିନ୍ଧାଉଛି ଅଦିନିଆ ବର୍ଷା
Trending Photos
ସୁଜିତ ବିଷୋୟୀ, ଗଜପତି: ଅଦିନିଆ ବର୍ଷାରେ ଭିଜିଲା ଅମଳ ଧାନ, ଅମଳର ଗୋଟିଏ ମାସପରେ ମଧ୍ୟ ମିଲର ଗ୍ରହଣ ନକରିବା ଯୋଗୁଁ ମଣ୍ଡି ସାମନାରେ ଏବଂ ଖଳାରେ ପଡି ରହିଥିଲା ଧାନ,ବିଳମ୍ବିତ ରାତ୍ରିରେ ଅଦିନିଆ ବର୍ଷା ଯୋଗୁଁ ଭିଜି ଯାଇଛି। ଯଦି ଅଧିକ ବର୍ଷା ଲାଗି ରହେ ତାହେଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି।
ଏବେ ମିଲର ଭିଜି ଯାଇଥିବା ଧାନକୁ ଗ୍ରହଣ ନକରିବାର ଭୟ ରହିଛି । ଗତ ବର୍ଷ ମଧ୍ୟ ଟୋକେନ ମାଧ୍ୟମରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ଚଳିତ ବର୍ଷ ଆବଶ୍ୟକ ଟାରଗେଟ ଓ ଟୋକେନ ପାଇନାହାନ୍ତି ଚାଷୀ ଫଳରେ ଧାନ ବାହାରେ ପଡି ରହିଛି। ଯଥା ଶୀଘ୍ର ସରକାର ଏହାର ସମାଧାନ କରିବା ଜରୁରି ହୋଇପଡିଛି ।