)
ସୁଜିତ ବିଷୋୟୀ, ଗଜପତି: ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ୨୪ ଘଣ୍ଟା ପାଇଁ ବନ୍ଦ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ବିଭାଗ ।
ଜିଲ୍ଲାରେ ସଂକ୍ରମିତ ୧୭ କୋରୋନା ଯୋଦ୍ଧାଙ୍କ ମଧ୍ୟରୁ ଅଧିକାଂଶ ଏଠାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ ଏବଂ କର୍ମଚାରୀ ହୋଇଥିବାରୁ, ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ କରାଯାଇଛି । ତେବେ ବନ୍ଦ ଥିବା ବେଳେ ଚିକିତ୍ସାଳୟର ସମସ୍ତ ସ୍ଥାନ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ।