ରାଜ୍ୟରେ ଆଉ ୬ କୋରୋନା ପଜିଟିଭଙ୍କ ମୃତ୍ୟୁ, ୭୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା !

ରାଜ୍ୟରେ ବଢୁଛି କୋରୋନା ମୃତକଙ୍କ ସଂଖ୍ୟା

ରାଜ୍ୟରେ ଆଉ ୬ କୋରୋନା ପଜିଟିଭଙ୍କ ମୃତ୍ୟୁ, ୭୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି।  ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୬ଟି ମୁଣ୍ଡ ନେଇଛି।  ମୃତକଙ୍କ ମଧ୍ୟରେ ସର୍ବାଧିକ ୪ ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି  

ବିଭାଗ ଦେଇଥିବା ସୂଚନା ମୁତାବକ ରାଜ୍ୟରେ ଆଉ ୬ କୋରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି।  କୋରୋନା ମୃତକଙ୍କ ମଧ୍ୟରୁ ୪ ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି।  ସେମାନଙ୍କର ବୟସ ୪୫,୪୯,୬୩ ଓ ୭୨ ବର୍ଷ ବୟସ ଓ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି।  ସେହିପରି ଅନ୍ୟ ଦୁଇ କୋରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି।  କଟକ ଜିଲ୍ଲାର ମୃତକଙ୍କ ବୟସ ୪୦ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଭୁବନେଶ୍ୱରର ୬୭ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଛି।  

ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି।  ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୪୩ଜଣଙ୍କର ମୃତ୍ୟୁ ହୋଇଛି।  ସେପଟେ ଖୋର୍ଦ୍ଧାରେ ୧୦ ଓ କଟକରେ ୭ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ପୁରୀରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନୁଗୋଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।