• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

'ବିକାଶ ବାଟରେ କଣ୍ଟା ମହିଳା ତହସିଲଦାର'

ମୋରମ ବ୍ଯବସାୟୀ ଓ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ର ଭିଡିଓ ଭାଇରାଲ ହେବାର 48 ଘଣ୍ଟା ନ ପୁରୁଣୁ ଜୋର ଧରିଲାଣି ରାଜନୀତି।

'ବିକାଶ ବାଟରେ କଣ୍ଟା ମହିଳା ତହସିଲଦାର'
କୁକୁଡାଖଣ୍ତି ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୁକୁଡ଼ାଖଣ୍ଡି ତହସିଲଦାରଙ୍କୁ ନେଇ ଏବେ ଧୀରେ ଧୀରେ ବିବାଦ ତେଜିବାରେ ଲାଗିଛି। ବ୍ଲକର ବିକାଶ ମୂଳକ କାର୍ଯ୍ୟରେ ତହସିଲଦାର ବାଧକ ସାଜୁଥିବା ତଥା ଗାଡି ଗୁଡିକୁ ରାସ୍ତାରେ ଅଟକାଇ ହେତୁକ ଫାଇନ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଇପ୍ସିତା ମିଶ୍ର ଦୁର୍ବ୍ୟବହାର କରୁଥିବା ନେଇ ମଧ୍ୟ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନେ ଉପ-ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

ତହସିଲଦାର ଇପ୍ସିତା ମିଶ୍ରଙ୍କ ବିରୁଧରେ ସ୍ଥାନୀୟ ଜନ ପ୍ରତିନିଧିମାନେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ହେଲା, କୋଭିଡ କଟକଣା ଯୋଗୁଁ ଅଟକି ରହିଥିବା ବ୍ଲକର ଉନ୍ନତି ମୂଳକ କାମକୁ ତ୍ବରାନ୍ବିତ କରିବା ଲାଗି ସବୁ ସ୍ତରରେ ଉଦ୍ୟମ ଚାଲୁଛି। କିନ୍ତୁ କୁକୁଡାଖଣ୍ତି ତହସିଲଦାର ବ୍ଲକର ବିକାଶ କାମରେ କଣ୍ଟା ସାଜୁଛନ୍ତି। ଲଘୁ ସମ୍ପଦ ଚାଲାଣ କରିବା ଦିଗରେ ଅନୁମତି ନ ଦେବା, ବିଭିନ୍ନ ସମୟରେ ରାସ୍ତାରେ ଗାଡି ଅଟକାଇ ଅହେତୁକ ଫାଇନ ଆଦାୟ କରିବା ତଥା ସାଳିନତାରୁ ଊର୍ଦ୍ଧ୍ବରେ ରହି ଗାଡି ମାଲିକଙ୍କୁ ଖରାପ ଆଚରଣ ଦେଖାଉଛନ୍ତି।

ଇପ୍ସିତାଙ୍କ ଏପରି କାର୍ଯ୍ୟଶୌଳୀ ଯୋଗୁଁ ଅଞ୍ଚଳର ବିକାଶରେ ବାଧା ସୃଷ୍ଟି ହେଉଛି। ତେଣୁ ତହସିଲଦାରଙ୍କ ବଦଳି କରାଯାଉ ବୋଲି ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟମାନେ ମେଳିବାନ୍ଧି ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଯଦି ସେମାନଙ୍କ ଦାବି ପୁରଣ ନହେଲେ ନିଜ ପଦବୀରୁ ସମୁହ ଇସ୍ତଫା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେପଟେ ମାମଲାର ଅନୁସନ୍ଧାନ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଜଣେ ମୋରମ ବ୍ଯବସାୟୀଙ୍କ ସପକ୍ଷରେ ବିଧାୟକ ଆସି ଫାଇନର ମୁଲଚାଲ କରି କମାଇଥିବା ନେଇ ଖୋଦ୍ ତହସିଲଦାର ଇପ୍ସିତା ମିଶ୍ର ଅଭିଯୋଗ କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏପରିକି ବିଧାୟକଙ୍କ ନାମ ନେଇ ସେ ଅସଭ୍ଯ ଭାଷା ବ୍ଯବହାର କରିଥିଲେ। ଆଉ ଏହାକୁ ବିଧାୟକଙ୍କ ପ୍ରତିନିଧି କଡା ନିନ୍ଦା କରିଥିଲେ।