ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ମେଗା ହେଲଥ ସ୍କ୍ରୀନିଂ ପୋଗ୍ରାମ
Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ: ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ମେଗା ହେଲଥ ସ୍କ୍ରୀନିଂ ପୋଗ୍ରାମ । ଜିଲ୍ଲାର ୨୨ଟି ବ୍ଲକ ୧୮ଟି ଏନଏସି ସମେତ ଦୁଇଟି ମୁନିସିପାଲିଟିରେ ପାଖାପାଖି ୭ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ସ୍ବତନ୍ତ୍ର ଟିମ ।
ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ହେଲଥ ୱାର୍କରଙ୍କ ମିଶି ପ୍ରତ୍ୟେକଟି ଘର ଘର ବୁଲି ସ୍ବାସ୍ଥ୍ୟଗତ ତଥ୍ୟ ସହ ଟ୍ରାଭେଲ୍ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ । ଆସନ୍ତାକାଲି ଠାରୁ ଜିଲ୍ଲାରେ ୩ଦିନ ଧରି ଏହି କାର୍ଯ୍ୟକ୍ରମ ଜରିଆରେ କୋଭିଡ୧୯କୁ ମୁକାବିଲା କରିବା ଲାଗି ଜିଲ୍ଲାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଥିବାବେଳେ ଗଞ୍ଜାମରେ ଏଯାବତ ଗୋଟିଏ ହେଲେ ବି କୋରୋନା ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ତେବେ କୋରୋନା ନ ବ୍ୟାପିବା ପାଇଁ ଏଭଲି ପୂର୍ବ ପ୍ରସ୍ତୁତି କରାଯାଉଛି ।