ଟଳିଲା ବିପିଦ! ଦୂର୍ବଳ ହେଉଛି ‘ନିଭାର’
Advertisement

ଟଳିଲା ବିପିଦ! ଦୂର୍ବଳ ହେଉଛି ‘ନିଭାର’

ଶନିବାର ସକାଳ ୮ଟା ୩୦ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନ ଏବଂ ଗଂଜାମ, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି।

ପ୍ରତିକାତ୍ମକ ଫଟୋ

ଶାନ୍ତ ସ୍ୱରୂପ ରାଉତ, ଭୁବନେଶ୍ୱର: ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ନିଭାର ବୁଧବାର ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୂର୍ବଳ ହେଉଛି। ବୁଧବାର ରାତି ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ଏହାର ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ ପବନର ସର୍ବାଧିକ ବେଗ ୧୪୫ କିଲୋମିଟର ଥିଲା। ତେବେ ଏହା ପରେ ଧିରେ ଧିରେ ଦୂର୍ବଳ ହେବା ସହ ସାମୁଦ୍ରିକ ଝଡ ଓ ପରେ ଅବପାତରେ ପରିଣତ ହେବ। 

ରାଜ୍ୟରେ ବାତ୍ୟା ‘ନିଭାର’ର କୌଣସି ପ୍ରଭାବ ପରଲକ୍ଷିତ ହୋଇନାହିଁ। କେବଳ ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ମସ୍ତ୍ରଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି। ଏହାସହ ଶନିବାର ସକାଳ ୮ଟା ୩୦ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନ ଏବଂ ଗଂଜାମ, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି। 

Also read- ମାଡି ଆସୁଛି 'ନିଭାର'; ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ

ସେହିପରି ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ର ୧ରୁ ୨ ଡୀଗ୍ରି ହ୍ରାସ ପାଇବା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ପୁଣି ୩ରୁ ୪ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

‘ନିଭାର’ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ବର୍ଷା ଜାରି ରହିଛି। ଉଭୟ ଦକ୍ଷିଣ ରାଜ୍ୟରେ ଲକ୍ଷ୍ୟାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଯୋଗୁଁ ଆନ୍ଧ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରେସ୍କ୍ୟୁ ଅପରେସନରେ ଉଭୟ ଏନଡିଆରଏଫ ଓ ଅଗ୍ନଶମ ବାହିନୀ ସାମିଲ ହୋଇଛନ୍ତି। ତେବେ ବାତ୍ୟା ଯୋଗୁଁ ଯତିକି ମାତ୍ରାରେ କ୍ଷୟକ୍ଷତି ହେବ ବୋଲି ଆଶଙ୍କ କରାଯାଇଥିଲା, ସେଭଳି ହେଲା ନାହିଁ।