close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହେପାଟାଇଟସ ବି କବଳରୁ ମୁକ୍ତି ପାଇବାର ସହଜ

ଆପଣଙ୍କୁ ଜଣା ଅଛି କି ଦୁନିଆରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବା ଭାଇରସର ନାମ କ'ଣ ? ଆପଣଙ୍କ ଜବାବ ବୋଧହୁଏ ଏଚ.ଆଇ.ଭି । କିନ୍ତୁ ଆପଣ ଭାବୁଥିବା ଉତ୍ତର ଭୁଲ ଅଟେ  । ହେପାଟାଇଟ୍ସ ବି, ଏଚ.ଆଇ.ଭିଠାରୁ ମଧ୍ୟ ବେଶୀ ମାରାତ୍ମକ । ଆମ ଦେଶରେ ୫ କୋଟିରୁ ଅଧିକ ଲୋକ ହେପାଟାଇସ୍ସର ଶିକାର ହୋଇସାରିଛନ୍ତି । କିନ୍ତୁ ଏବେ ଏହି ରୋଗରୁ ବର୍ତ୍ତିବା ପାଇଁ ଉପାୟ ମିଳିଯାଇଛି । ଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିୟରୀ ସାଇନ୍ସ ବା ଆଇ.ଏଲ.ବି.ଏସ୍ ହସପିଟାଲ ପକ୍ଷରୁ ଏନେଇ ସତେତନତା କାର୍ଯ୍ୟକ୍ରମ ଜାରି ରହିଛି ।  ଏବଂ ଲିଭର ଓ ଲିଭର ସମ୍ପର୍କିତ ରୋଗର ଗ୍ରାଫ୍ ତୀବ୍ର ଭାବରେ ଦେଶରେ ବୃଦ୍ଧି ପାଉଛି । ଯଦିଓ ଏହି ରୋଗରୁ ବର୍ତ୍ତିବା ପାଇଁ ଟିକା ଉପଲବ୍ଧ ରହିଛି । ସାମାନ୍ୟ ସତେତନ ହେଲେ ଏହି ରୋଗ କବଳରୁ ଆମେ ମୁକ୍ତି ପାଇପାରିବା ।

ପ୍ରକାଶ ପରିଡ଼ା, ଭୁବନେଶ୍ୱର: ଆପଣଙ୍କୁ ଜଣା ଅଛି କି ଦୁନିଆରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବା ଭାଇରସର ନାମ କ'ଣ ? ଆପଣଙ୍କ ଜବାବ ବୋଧହୁଏ ଏଚ.ଆଇ.ଭି । କିନ୍ତୁ ଆପଣ ଭାବୁଥିବା ଉତ୍ତର ଭୁଲ ଅଟେ  । ହେପାଟାଇଟ୍ସ ବି, ଏଚ.ଆଇ.ଭିଠାରୁ ମଧ୍ୟ ବେଶୀ ମାରାତ୍ମକ । ଆମ ଦେଶରେ ୫ କୋଟିରୁ ଅଧିକ ଲୋକ ହେପାଟାଇସ୍ସର ଶିକାର ହୋଇସାରିଛନ୍ତି । କିନ୍ତୁ ଏବେ ଏହି ରୋଗରୁ ବର୍ତ୍ତିବା ପାଇଁ ଉପାୟ ମିଳିଯାଇଛି । ଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିୟରୀ ସାଇନ୍ସ ବା ଆଇ.ଏଲ.ବି.ଏସ୍ ହସପିଟାଲ ପକ୍ଷରୁ ଏନେଇ ସତେତନତା କାର୍ଯ୍ୟକ୍ରମ ଜାରି ରହିଛି ।  ଏବଂ ଲିଭର ଓ ଲିଭର ସମ୍ପର୍କିତ ରୋଗର ଗ୍ରାଫ୍ ତୀବ୍ର ଭାବରେ ଦେଶରେ ବୃଦ୍ଧି ପାଉଛି । ଯଦିଓ ଏହି ରୋଗରୁ ବର୍ତ୍ତିବା ପାଇଁ ଟିକା ଉପଲବ୍ଧ ରହିଛି । ସାମାନ୍ୟ ସତେତନ ହେଲେ ଏହି ରୋଗ କବଳରୁ ଆମେ ମୁକ୍ତି ପାଇପାରିବା ।
ହେପାଟାଇଟ୍ସ ବି ଏକ ଏପରି ରୋଗ ଯାହା ପ୍ରଥମରୁ ଜଣାପଡ଼ି ନଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଅନୁସାରେ ଭାରତରେ ୪ କୋଟି ଲୋକ ହେପାଟାଇଟ୍ସ ବିରେ ଆକ୍ରାନ୍ତ ହୋଇଛନ୍ତି  । କିନ୍ତୁ ୯୦ ପ୍ରତିଶତ ଲୋକଙ୍କ ଶରୀରରେ ଏହି ଭାଇରସ ଶାନ୍ତ ରହିଥାଏ, ଓ କୌଣସି ରୋଗ ହେବା ପରି ଜଣାପଡ଼ିନଥାଏ । ଯେଉଁ ଲୋକମାନେ ହେପାଟାଇଟ୍ସ ବି ଭାଇରସର ଆକ୍ରାନ୍ତ ହୁଅନ୍ତି ସେମାନଙ୍କ ଶରୀରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।  ଜୀବନସାରା ଲୋକଙ୍କୁ ଔଷଧ ସେବନ କରିବାକୁ ପଡ଼ିଥାଏ । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସଠିକ ଚିକିତ୍ସା କଲେ  ଏହି ରୋଗରୁ ମୁକ୍ତି ମିଳିବା ସମ୍ଭବ 

ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେପାଟାଇଟ୍ସ ବି ରୋଗ କିପରି ହୋଇଥାଏ ଜାଣିନିଅନ୍ତୁ...
ହେପାଟାଇଟ୍ସ ବି ସଂକ୍ରମିତ ମାଆଠାରୁ ପିଲା ଜନ୍ମ ସମୟରେ ଶିଶୁ ହେପାଟାଇଟ୍ସରେ ଆକ୍ରାନ୍ତ ହୋଇଥାଏ । ସେହିପରି ସଂକ୍ରମିତ ଇଂଜେକସନରେ ଇଂଜେକସନ ନେଲେ ବା ସଂକ୍ରମିତ ନିଡିଲରେ ଟାଟୁ ବନାଇଲେ ମଧ୍ୟ ହେପାଟାଇଟ୍ସ ସଂକ୍ରମଣ ହୋଇଥାଏ ।  ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନରୁ ମଧ୍ୟ ହେପାଟାଇଟ୍ସ ବ୍ୟାପିବା ସମ୍ଭାବନା ଥାଏ ।
ହେପାଟାଇଟ୍ସ ବି ଭାଇରସ ସଂକ୍ରମିତ ରୋଗୀଙ୍କ ଶରୀରରର ସମସ୍ତ  ଗଣ୍ଠି ଓ ପେଟରେ ଦରଦ ଅନୁଭବ ହୋଇଥାଏ । ସବୁବେଳେ ଦେହରେ ଜ୍ୱର ରହିବା ସହ  ଦୁର୍ବଳ ଅନୁଭବ ହୋଇଥାଏ । ସାମାନ୍ୟ ପରିଶ୍ରମରେ ହାଲିଆ ଲାଗିଥାଏ । ରୋଗୀଙ୍କ ଚର୍ମ ହଳଦୀ ବର୍ଣ୍ଣ ହୋଇଯାଏ । ଆଖି ପତା ସହ ଆଖିର ଧଳା ଅଂଶ ବି ହଦଳୀ ରଙ୍ଗ ହୋଇଯାଇଥାଏ । ଏହାସହିତ ରୋଗୀକୁ ଭୋକ ହୋଇନଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଦେହର ଲକ୍ଷଣରୁ ରୋଗ ବିଷୟରେ ଜାଣିବା ସହଜ ହୋଇନଥାଏ । ଅନେକ ସମୟରେ ରୋଗ ବିଷୟରେ ଜାଣିବା ବେଳକୁ ରୋଗ ବଢ଼ିଯାଇଥାଏ । କିନ୍ତୁ ଏହାର ସଂକ୍ରମଣ ପୂର୍ବରୁ ଯଦି ରୋଗକୁ ରୋକା ଯାଇ ପାରନ୍ତା...?  ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଦିଲ୍ଲୀର ଏହି ହସପିଟାଲରେ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ସହ ମିଳିତ ଭାବରେ ଦ ଏମ୍ପାଥି କ୍ୟାମ୍ପେନର ଆରମ୍ଭ ହୋଇଛି ।  ଏହାର ଲକ୍ଷ୍ୟ ହେଉଛି ଲୋକଙ୍କୁ ହେପାଟାଇଟ୍ସ ଇନଫେକସନ ବିଷୟରେ ଜଣାଇବା , ଚତେତନ କରାଇବା , ସାବଧାନ କରାଇବା ଓ ରୋଗ କବଳରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରିବା । ଗର୍ଭଧାରଣ ସମୟରେ ଯଦି ମାଆ ଓ ବାପା ଉଭୟ ହେପାଟାଇଟ୍ସ ସଂକ୍ରମଣର ପରୀକ୍ଷା କରାଇ ନିଅନ୍ତି ତେବେ ଆସିବାକୁ ଥିବା ଶିଶୁକୁ ଏହି ରୋଗରୁ ରକ୍ଷା କରାଯାଇପାରିବ ।  ହେପାଟାଇଟ୍ସ ବି ଟିକା ଏବେ ବୟସ୍କ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇଛି । ହେପାଟାଇଟ୍ସ ବି ଇଂଜେକସନ ଏବେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯୋନରେ ମଧ୍ୟ ଉପଲବ୍ଧ ହେଉଛି । ଯେଉଁ ଶିଶୁମାନେ ଟିକା ନେଇନଥାନ୍ତି ବା ୪ ଟିକା ମଧ୍ୟରୁ ଅଧା ଡୋଜ ନେଇଥାନ୍ତି...ସେମାନଙ୍କ ପାଇଁ ଏବେ ବି ଏହି ରୋଗ ଚ୍ୟାଲେଞ୍ଜ ହୋଇ ରହିଛି । 

ସରଳ ଜୀବନ...ଉଚ୍ଚ ବିଚାରର ଦର୍ଶନ, ହେପାଟାଇଟ୍ସ ରୋଗୀଙ୍କୁ ବଞ୍ଚାଇବାକୁ ସକ୍ଷମ । କାରଣ ସିଗାରେଟ, ମଦଠାରୁ ଦୂରେଇ ରହିବା ସହ ସାଦା ଆହାର ହେପାଟାଇଟ୍ସ ରୋଗୀକୁ ନିୟନ୍ତ୍ରଣ କରିପାରିବ ।  
କୁହାଯାଏ ସଚେତନତା ହିଁ ରକ୍ଷାକାରୀ । ଆପଣ ମଧ୍ୟ ହେପାଟାଇଟ୍ସ ପାଇଁ କିଛି ଜରୁରୀ ସୂଚନା ନୋଟ କରିପାରନ୍ତି । ରୋଗ ବିଷୟରେ  ଆଲୋଚନା କରନ୍ତୁ, ହେପାଟାଇଟ୍ସ ରୋଗକୁ ନେଇ ଆତଙ୍କିତ ହେବା ବଦଳରେ ହସପିଟାଲରେ ହେପାଟାଇଟ୍ସର ସଠିକ୍ ଚିକିତ୍ସା କରନ୍ତୁ । ହେପାଟାଇଟ୍ସରୁ ବର୍ତ୍ତିବା ପାଇଁ ଏବେ ଟିକା ଉପଲବ୍ଧ ରହିଛି । ଟିକା ଦ୍ୱାରା ହେପାଟାଇଟ୍ସ ଭାଇରସ କବଳରୁ  ମୁକ୍ତି ପାଇବା ଏବେ ସମ୍ଭବପର ।  ଦ ଏମ୍ପାଥି କ୍ୟାମ୍ପେନରେ ସାମିଲ ହୋଇ ଆପଣ ବି ହେପାଟାଇଟ୍ସ ଭାଇରସ କବଳରୁ ନିଜକୁ ଓ ଅନ୍ୟମାନଙ୍କୁ ବଞ୍ଚାଇ ପାରିବେ ।

Tags: