ଭୁବନେଶ୍ୱର: ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ । ତାଙ୍କ କୋପ ଦୃଷ୍ଟି ପଡିଲେ ଜୀବନରେ ଦୁଃଖର ଲହରୀ ଖେଳିଯାଏ । କୌଣସି କାମରେ ବିଘ୍ନ ଆସୁଥିଲେ ଶନି ଦେବତାଙ୍କୁ ପୂଜା କରିବା ଦ୍ୱାରା ତାହା ଦୂର ହୋଇଥାଏ । ଶନି ଦେବତା ଯାହା ଉପରେ ପ୍ରସନ୍ନ ହୋଇଯାଆନ୍ତି ସେହି ବ୍ୟକ୍ତିର ଜୀବନ ପୁରା ବଦଳି ଯାଏ । ତେବେ କିଛି ଖାସ ଉପାୟ ରହିଛି ଯାହା କରିବା ଦ୍ୱାରା ଶନି ଦେବତାଙ୍କ ଆଶୀର୍ବାଦ ମିଳିପାରିଥାଏ । ତେବେ ଆସନ୍ତୁ ଜାଣିବା ଶନି ଦେବତାଙ୍କୁ ସନ୍ତୁଷ୍ଟ କରିବା ଉପାୟ ।
ଏପରି କରନ୍ତୁ ପୂଜା
ଶନି ଦେବତାଙ୍କ ମୂର୍ତ୍ତି ଆଗରେ ରାଶିତେଲର ଦୀପ ଲଗାନ୍ତୁ । ପୂଜା କରିବା ସମୟରେ ପଶ୍ଚିମ ଦିଗ ଆଡକୁ ମୁହଁ କରି କଳା ବା ନୀଳ ଆସନରେ ବସି ଶନି ସ୍ତୁତି ପାଠ କରନ୍ତୁ । ନିଜ ସମସ୍ୟାକୁ ସମ୍ପର୍କରେ ଜଣାନ୍ତୁ । ଏହା ପରେ ଓସ୍ତ ଗଛ ଚାରିପଟେ ପରିକ୍ରମା କରି ଜଳ ଅର୍ପଣ କରନ୍ତୁ । ଶନି ଦେବତା କୃପା ଲାଭ ହେବେ ।
ଧ୍ୟାନ ରଖିବେ
- ଶନି ଦେବତାଙ୍କୁ ପୂଜା କରିବା ସମୟରେ ସଫା ପୋଷାକ ପିନ୍ଧନ୍ତୁ ।
- ଶନି ବ୍ରତ ରଖୁଥିଲେ କଳା ରଙ୍ଗ କପଡା ପିନ୍ଧନ୍ତୁ ।
- ଶନିବାର ଦିନ ସୋରିଷ, ଗୁଡ, ଅଟା ଗରିବଙ୍କୁ ଦାନ କରନ୍ତୁ ।
- କଳା କୁକୁର , କାଉକୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ ।