close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଲିମ୍ପିକ୍ସରେ ସ୍ଥାନ ପକ୍କା କଲା ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍

ଟୋକିଓ ଅଲିମ୍ପିକ୍ସ ଖେଳିବ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍

ଅଲିମ୍ପିକ୍ସରେ ସ୍ଥାନ ପକ୍କା କଲା ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଲା ମହିଳା ହକି ଟିମ୍ । USA ମହିଳା ହକି ଟିମକୁ ୬-୫ ଗୋଲରେ ହରାଇଲା ଭାରତ । ଗୋଲ ବ୍ୟବଧାନରେ ଆମେରିକାକୁ ଦେଲା ମାତ୍ । ତୃତୀୟଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛି ଭାରତ ମହିଳା ହକି ଟିମ୍ । ଆଉ ଏ ନେଇ ମହିଳା ହକି ଖେଳାଳିଙ୍କ ସହ ହାତ ମିଳାଇ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଗତକାଲି ହୋଇଥିବା ପ୍ରଥମ ମ୍ୟାଚରେ USAକୁ ହରାଇଥିଲା ଭାରତ । ତେବେ ଏହି ମ୍ୟାଚ USAକୁ ୨ୟ ମ୍ୟାଚରେ ହରାଇ ସ୍ଥାନ ପକ୍କା କରିଛି ଭାରତ । ତୃତୀୟ ଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ପ୍ରଥମଥର ପାଇଁ ଦଳ ୧୯୮୦ରେ ଅଲିମ୍ପିକ୍ସ ଖେଳିଥିଲା । ଏହାପରେ ୨୦୧୬ ରିଓରେ ଦଳ ଭାଗ ନେଇଥିଲା । ଆଜିର ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହୋଇଛି । କିନ୍ତୁ ଗତକାଲି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା । ଉଭୟ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିବାରୁ ଗୋଲ ବ୍ୟବଧାନକୁ ବିଚାରକୁ ନିଆଯାଇଥିଲା । ଦୁଇଟି ଯାକ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୬ଟି ଗୋଲ ଦେଇଥିବା ବେଳେ ଆମେରିକା ୫ ଗୋଲ ପରିଶୋଧ କରିଥିଲା । ତେଣୁ ନିୟମ ଅନୁଯାୟୀ ୬-୫ ଗୋଲରେ ଭାରତ ଅଲମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।

ମହିଳାଙ୍କ ପରି ମେନ ଇନ ବ୍ଲ୍ୟୁ କୁ ମଧ୍ୟ ମିଳିଛି ସଫଳତା । ଟୋକିଓ ୨୦୨୦ରେ ସ୍ଥାନ ପକ୍କା କରିଛି ଭାରତୀୟ ପୁରୁଷ ହକି ଟିମ୍ । ଭାରତ ବିପକ୍ଷ ଋଷିଆ ମ୍ୟାଚରେ ଋଷିଆକୁ ୭-୧ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଦୁଇ ଦୁଇଟି ମ୍ୟାଚରେ ଭାରତକୁ ମିଳିଛି ସଫଳତା ।