)
Pakistani fake call:
ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଫୋନ୍ ଯୋଗେ ଜଣେ ମହିଳାଙ୍କୁ ମିଥ୍ୟା ପୋଲିସ ମାମଲାର ଧମକ ଦେଇ ୮୦ ହଜାର ଟଙ୍କା ମଗାଯିବାର ମାମଲା ସାମ୍ନାକୁ ଆସିଛି। ପାକିସ୍ତାନରୁ ଏକ ଇଣ୍ଟରନେଟ୍ କଲ ମାଧ୍ୟମରେ ଚନ୍ଦନ ନାଗର ପୋଲିସ ଷ୍ଟେସନ ଥାନା ଅଂଚଳର ଜଣେ ମହିଳାଙ୍କଠାରୁ 80 ହଜାର ଟଙ୍କା ମାଗିଛନ୍ତି ସାଇବର ଠକ। ତାଙ୍କ ପୁଅ ଗ୍ୟାଙ୍ଗ ବଳାତ୍କାରରେ ସମ୍ପୃକ୍ତ ଥିବା କହି ମହିଳାଙ୍କଠାରୁ ମୁକ୍ତି ଦାବି କରାଯାଇଛି। ଚନ୍ଦମାରି ଅଞ୍ଚଳର ଜଣେ ମହିଳା ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୁରା ମାମଲାର ତାର ପାକିସ୍ତାନ ସହ ଯୋଡା ହୋଇଥିବା ଜଣା ପଡିଥିଲା ।
ପୋଲିସ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ମହିଳା ଜଣକ କହିଛନ୍ତି ଯେ ତାଙ୍କ ପୁଅ କାମ ପାଇଁ ଘରୁ ବାହାରକୁ ଯାଇଥିଲେ ଏବଂ ଦୁଇ ଦିନ ଧରି ଫେରିନଥିଲେ । ଏହାରି ଭିତରେ ତାଙ୍କ ପାଖକୁ ଗୋଟିଏ କଲ ଆସିଥିଲା ,ଯେଉଁଥିରେ ତାଙ୍କ ପୁଅ ଗଣଦୁଷ୍କର୍ମ ମାମଲାରେ ସାମିଲ ଅଛନ୍ତି ଓ ତାଙ୍କୁ ବଂଚାଇବାକୁ ଚାହୁଁଥିଲେ ତୁରନ୍ତ ୮୦ ହଜାର ଟଙ୍କା ଦିଅନ୍ତୁ ବୋଲି କୁହାଯାଇଥିଲା ।
ପୋଲିସ ଖୋଳତାଡ଼ ପରେ ମିଳିଥିଲା ପୁଅ
ମହିଳାଙ୍କ ଅଭିଯୋଗ ଉପରେ ଚନ୍ଦନ ନାଗର ପୋଲିସ ଏହାକୁ ଗୁରୁତର ସହ ନେଇ ପୁଅକୁ ଖୋଜିବା ଆରମ୍ଭ କରିଥିଲା। ପୋଲିସର ଅନୁସନ୍ଧାନ ବେଳେ ତାଙ୍କ ପୁଅ ଦିୱାସରେ କାମ କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ ସଂପୃକ୍ତ ଯୁବକଙ୍କୁ ପଚରା ଉଚରା କରିଥିଲା । ପଚରାଉଚରାରେ ସଂପୃକ୍ତ ଯୁବକ ଫୋନ୍ କଲ ବାବଦରେ କିଛି ମଧ୍ୟ ଜାଣିନଥିବା କହିନଥିଲେ । ପରେ ପୋଲିସ ତଦନ୍ତରୁ ଡିପ୍ ଫେକ୍ ଜରିଆରେ ଅଡିଓ ପ୍ରସ୍ତୁତ କରାଯାଇଥିବା ଜଣା ପଡିଥିଲା । ଏଥିସହ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସ୍କାମ୍ କଲ୍ ମାମଲାରେ ବୃଦ୍ଧି
ସାଧରାଣ ଲୋକଙ୍କୁ ଠକିବା ପାଇଁ ସାଇବର ଠକ ଏବେ ବିଭିନ୍ନ ଭୟ ଦେଖାଇ କଲ କରୁଛନ୍ତି । ହତ୍ୟା,ଦୁଷ୍କର୍ମ ଭଳି ମାମଲାରେ ପରିବାରର କେହି ସାମିଲ ଅଛନ୍ତି ବୋଲି ପରିବାରକୁ କୁହାଯାଉଛି । ମାମଲା ରଫାଦଫା କରିବାକୁ ଟଙ୍କା ଦାବି କରାଯାଉଛି । ଅନେକ କ୍ଷେତ୍ରରେ ସାଧାରଣ ଲୋକ ଏଭଳି ଠକେଇର ଶିକାର ହେଉଥନ୍ତି ।