Advertisement
Article Detail0/zeeodisha/odisha689900

ଷଣ୍ଢ ପେଟରୁ ବାହାରିଲା ୬୦ କେଜି ପଲିଥିନ

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯାଜପୁର ବ୍ୟାସନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି କିଛି ।

ଷଣ୍ଢ ପେଟରୁ ବାହାରିଲା ୬୦ କେଜି ପଲିଥିନ

ସନ୍ଦୀପ ରାୟ, ଯାଜପୁର: ମଣିଷ ତ କୁଅଭ୍ୟାସର ବଶବର୍ତ୍ତୀ ହୋଇ ଅଖାଦ୍ୟ ଖାଇବସେ । ହେଲେ ଏମିତି ସମୟ ଆସେ, ଯେବେ ପଶୁ ପକ୍ଷୀ ବି ଅଖାଦ୍ୟ ଖାଇଥାନ୍ତି । କୁଅଭ୍ୟାସର ବଶବର୍ତ୍ତୀ ହୋଇ ନୁହେଁ,  ଭୋକିଲା ପେଟକୁ ଶାନ୍ତ କରିବା ପାଇଁ । ପେଟଳ ଜ୍ୱଳା ଏତେ ଅଧିକ ଥାଏ ଯାଏ, ଯାହା ପାଆନ୍ତା ଖାଇଯାଆନ୍ତି । ଠିକ୍ ଯେମିତି ଆଜି ଯାଜପୁରର ଏକ ଷଣ୍ଢ ପେଟରୁ ବାହାରିଛି ୬୦ କେଜିର ପଲିଥିନ । 

fallback

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯାଜପୁର ବ୍ୟାସନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି କିଛି । ଗୁରୁତର ଅବସ୍ଥାରେ ଏକ ଷଣ୍ଢକୁ ଉଦ୍ଧାର କରିଥିଲେ ଚୋରଦା ଗୋମାତା  ଯୁବ ବାହିନୀ ସଦସ୍ୟମାନେ । ପରେ ଚିକିତ୍ସା ସମୟରେ ଯାହା ଜଣାପଡ଼ିଥିଲା, ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଷଣ୍ଢ ପେଟକୁ ଅପରେସନ କରି ପ୍ରାୟ ୬୦ କୋଜି ପଲିଥିନ ବାହାର କରିଥିଲେ ପଶୁ ଡାକ୍ତର । ପରେ ଷଣ୍ଢଟି ସାମାନ୍ୟ ସୁସ୍ଥ ଅନୁଭବ କରିଥିଲା ।

Add Zee News as a Preferred Source
About the Author