ଭୂବନେଶ୍ବର: ଓଡିଶାରେ BJPକୁ ଲାଗିଛି ଏକ ଶକ୍ତ ଝଟକା। ୨୦୧୭ ଜୁନରେ ଅମିତ ଶାହା ଯାହା ଘରେ ଭୋଜନ କରିଥିଲେ, ସେହି ନେତା BJDରେ ସାମିଲ ହୋଇଛନ୍ତି। ଡିସେମ୍ବର ୨୬ ତାରିଖ ଦିନ ବିଞ୍ଝାରପୁରରେ ଅନୁଷ୍ଠିତ BJD ପ୍ରତିଷ୍ଠା ଦିବସରେ ସେ ବିଦ୍ଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି।
ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଯାଜପୁର ଆରି ସରପଞ୍ଚ ଦେବାନନ୍ଦ ମଲ୍ଲିକ BJD ରେ ସାମିଲ ହୋଇଛନ୍ତି। ଦେବାନନ୍ଦ କହିଛନ୍ତି , "ନବୀନ ସରକାର (Naveen Govt) ଓଡିଶାରେ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର କୃଷକ (Farmer) ବିରୋଧି। ଆଉ ମୁଁ ଜଣେ କୃଷକ ହୋଇଥିବାରୁ ଗେରୁଆ ଦଳରୁ ଇସ୍ତଫା ଦେଇ BJDରେ ସାମିଲ ହୋଇଛି।"
Also Read: BJD ପ୍ରତିଷ୍ଠା ଦିବସରେ ସୁପ୍ରିମୋ ଖେଳିଲେ ମହିଳା କାର୍ଡ
ସୂଚନାଯୋଗ୍ୟ, ଆଜକୁ ପ୍ରାୟ ୩ ବର୍ଷ ପୂର୍ବେ ଓଡିଶାରେ BJP ମିଶନ -୧୨୦ ଆରମ୍ଭ କରିଥିଲା। ଆଉ ରାଜ୍ୟରେ ଏହାର ମଙ୍ଗ ଧରିଥିଲେ ସେତେବେଳର BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) । ସେ ୨୦୧୭ ଜୁନରେ ଯାଜପୁର ଗସ୍ତରେ ଆସି ଆରି ସରପଞ୍ଚ ଦେବାନନ୍ଦ ମଲ୍ଲିକଙ୍କ ଘରେ ମଧ୍ୟହ୍ଣ ଭୋଜନ କରିଥିଲେ। ଏହି ସମୟରେ ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ସହ ବସନ୍ତ ପଣ୍ଡା, ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
୨୦୧୯ ନିର୍ବାଚନ ପୂର୍ବରୁ ଦେଶରେ ଦଳିତ ରାଜନୀତି ଯୋର ଧରିଥିଲା। ଆଉ BJP ଏହାର ଫାଇଦା ଉଠାଇବା ପାଇଁ ଦେଶବ୍ୟାପୀ ଦଳିତଙ୍କ ଘରେ ଭୋଜନ କରିବାକୁ ନେତାମାନଙ୍କୁ ପଠାଇଥିଲା। ଯାଜପୁର ବିଧାନସଭା ସିଟ ଦଳିତ ବା ଅନୁସୁଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି। ଆଉ ଏହାକୁ ଫୋକସ କରି ଦେବାନନ୍ଦ ମଲ୍ଲିକଙ୍କ ଘରେ ଅମିତ ଶାହା ଭୋଜନା କରିଥିଲେ।