ଯେଉଁ ଶିବିରକୁ ଉଦଘାଟନ କଲେ, ସେଠି ରକ୍ତଦାନ ବି କଲେ

ରକ୍ତ ଦେଇ ଜନ୍ମଦିନ ପାଳିଲେ ଜିଲ୍ଲାପାଳ

ଯେଉଁ ଶିବିରକୁ ଉଦଘାଟନ କଲେ, ସେଠି ରକ୍ତଦାନ ବି କଲେ
ଫଟୋ ସୌଜନ୍ୟ: ଜୀ ମିଡିଆ

ସନ୍ଦୀପ ରାୟ, ଯାଜପୁର: ରକ୍ତଦାନ କଲେ, ଜନ୍ମଦିନ ପାଳିଲେ ।  ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଯାଜପୁର ଜିଲ୍ଲାପାଳ । ଯେଉଁ ରକ୍ତଦାନ ଶିବିରକୁ ଫିତା କାଟି ଉଦଘାଟନ କଲେ, ସେଠି ନିଜେ ରକ୍ତଦାନ ମଧ୍ୟ କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ସବୁବେଳେ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରୁଥିବା ଜିଲ୍ଲାପାଳ ନିଜ ଜନ୍ମଦିନକୁ ଏଭଳି କିଛି ଢଙ୍ଗରେ ସେଲିବ୍ରେସନ କରିଛନ୍ତି । 

2

ଦେଶ ଏବେ କୋରୋନା ମୁକାବିଲା କରୁଛି । ଲକଡାଉନରେ ଦେଶବାସୀ । ଅନ୍ୟପଟେ ରକ୍ତ ଭଣ୍ଡାର ଖାଲି । ବର୍ତ୍ତମାନ ପରିସ୍ଥିତିରେ ରକ୍ତଦାନ କରିବାର ବେଶ୍ ଆବଶ୍ୟକତା ରହିଛି । ତେଣୁ ନିଜ ଜନ୍ମଦିନରେ ରକ୍ତଦାନ କରିବାକୁ ମନ ବଳାଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ । ଏକ ରକ୍ତଦାନ ଶିବିରରେ ରକ୍ତ ଦେଇଥିଲେ । ଜନ୍ମଦିନରେ ଏଭଳି ମହତ କାମ କରି ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ । 

5

ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଜିଲ୍ଲାପାଳ ଯେଉଁ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ, ସେଠି ସେ ମୁଖ୍ୟ ଅତିଥି ଥିଲେ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ନୁରୁଗାଁ କଣ୍ଟିଗଡିଆରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଏପରିକି ଆଜି ତାଙ୍କ ଜନ୍ମଦିନ ହୋଇଥିବାରୁ ନିଜେ ରକ୍ତଦାନ କରିବାକୁ ମନ ବଳାଇଥିଲେ । ଆଉ ଜିଲ୍ଲାପାଳଙ୍କ ଏଭଳି ମହତ କାମକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।