ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
Advertisement

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅଭିଯୋଗକୁ ଆଧାର କରି ପୋଲିସ୍ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଥିଲା । ଏହାସହ ସଖୀରେ ରଖି ପଚରା ଉଚରା କରାଯାଇଥିଲା । 

ପ୍ରତୀକାତ୍ମକ ଫଟୋ

ଯାଜପୁର: ଜିଲ୍ଲାର କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସପ୍ତାହକ ତଳେ ଗତ ୨୩ ଫେବୃଆରୀରେ ନାବାଳିକାଙ୍କୁ ଉଠାଇ ନେଇ ଘରେ ୨-୩ ଦିନ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ପୋଲିସ୍ ଆଜି ଅର୍ଥାତ ଶନିବାର ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଅଭିଯୋଗକୁ ଆଧାର କରି ପୋଲିସ୍ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଥିଲା । ଏହାସହ ସଖୀରେ ରଖି ପଚରା ଉଚରା କରାଯାଇଥିଲା । ଗିରଫ୍ ଅଭିଯୁକ୍ତ ରସୁଲପୁର ବ୍ଲକ୍ ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ପୋଲିସ୍ ମୁହଁ ଖୋଲୁ ନଥିବା ବେଳେ ନାବାଳିକାଙ୍କ ମାଆଙ୍କୁ ପଚାରିବାରୁ ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ ।

ଅଭିଯୁକ୍ତ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଏହାକୁ ଅସ୍ୱୀକାର କରିଛନ୍ତି । ସେପଟେ ସୁବାସ ନିର୍ଦ୍ଦୋଷ ଏବଂ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ମିଥ୍ୟା ଅଭିଯୋଗ କରି ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀ ଓ ସ୍ଥାନୀୟ ବଜାର କମିଟି କର୍ମକର୍ତ୍ତା କହିଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।