ଜେଲରୁ ବାହାରିଲେ ରୂପେଶ ଭଦ୍ର
Advertisement

ଜେଲରୁ ବାହାରିଲେ ରୂପେଶ ଭଦ୍ର

ମଙ୍ଗଳବାର ଅପରାହ୍ନରେ ରଗଡି ଉପ କାରାଗାରରୁ ରୂପେଶ ଭଦ୍ର ବାହାରିଥିଲେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସନ୍ଦୀପ ରାୟ, ଯାଜପୁର: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ମାମଲା । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ରୂପେଶ ଭଦ୍ରଙ୍କୁ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି । ଗତ ୮ ମାସ ହେବ ଏହି ମାମଲାରେ ଜେଲରେ ଥିଲେ ରୂପେଶ । 

ମଙ୍ଗଳବାର ଅପରାହ୍ନରେ ରଗଡି ଉପ କାରାଗାରରୁ ରୂପେଶ ଭଦ୍ର ବାହାରିଥିଲେ । ସେ ବାହାରିବା କ୍ଷଣି ଉତ୍ତରୀୟ ଦେଇ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ୍ କରିବା ସହିତ ତୁରନ୍ତ ସେଠାରୁ ପାଛୋଟି ନେଇଥିଲେ । ରୂପେଶ ଜେଲ କାରାଗାର ଭିତରୁ ବାହାରିବା ପୂର୍ବରୁ ତାଙ୍କର ବହୁ ସମର୍ଥକ ଜେଲ ବାହାରେ ତାଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ସୋମବାର ରୂପେଶଙ୍କ ଜାମିନ ମଞ୍ଜୁର ହୋଇଥିଲା । 

ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ଗତ ୮ ମାସ ହେବ ଜେଲରେ ଥିଲେ ରୂପେଶ ଭଦ୍ର । ଗତ ସୋମବାର ରୂପେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ହାଇକୋର୍ଟ ।