୨ ମୃତକଙ୍କ ମଧ୍ୟରେ ଜଣେ ରାବଣା ଗାଁର କଳାକର ପତି ଓ ଅନ୍ୟ ଜଣେ ପଙ୍କପାଳ ଅଞ୍ଚଳର ଶିଶିର ବେହୁରା ବୋଲି ଜଣାପଡିଛି ।
Trending Photos
)
ଯାଜପୁର: ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ରାବଣା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇଭା ଧକ୍କାରେ ୨ଟି ବାଇକର ଦୁଇଜଣ ଆରୋହୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଆହତ ମାନଙ୍କୁ କଳିଙ୍ଗନଗର ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ପରେ ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।
୨ ମୃତକଙ୍କ ମଧ୍ୟରେ ଜଣେ ରାବଣା ଗାଁର କଳାକର ପତି ଓ ଅନ୍ୟ ଜଣେ ପଙ୍କପାଳ ଅଞ୍ଚଳର ଶିଶିର ବେହୁରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରାସ୍ତାରେ ଯାଉଥିବା ସମୟରେ ଦୁଇଟି ବାଇକ୍ ପାଖାପାଖି ଥିଲେ । ପଙ୍କପାଳ ଆଡକୁ ଯାଉଥିଲେ । ପଛପଟୁ ଆସୁଥିବା ହାଇଭା ଗାଡିଟି ଭାରସାମ୍ୟ ହରାଇ ବାଇକ୍ ଦୁଇଟିରେ ଧକ୍କା ଦେଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜିତ ଲୋକେ ରାବଣା ଛକରେ ରାସ୍ତାରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ଦାନଗଦୀ-ପଙ୍କପାଳ ବିଜୁ ପଟ୍ଟନାୟକ ମାର୍ଗ ଅବରୋଧ ହୋଇ ରହିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଯଖପୁରା ପୋଲିସ୍ ମୃତଦେହ ୨ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛି ।