ପୁଣି ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ

ବିଗତ ୩ ମାସ ହେଲା ଛାତ୍ରୀ ଜଣକ ନାପକୀନ ନେଉ ନ ଥିବା ସେବାଶ୍ରମ କତ୍ତୃପକ୍ଷ ରେଜିଷ୍ଟ୍ରର ଯାଞ୍ଚ ସମୟରେ ଜାଣିବାକୁ ମିଳିଥିଲା । ସନ୍ଧେହ ହେବାରୁ ସେବାଶ୍ରମ କତ୍ତୃପକ୍ଷ ଛାତ୍ରୀଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପରୀକ୍ଷା କରେଇ ଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାତ୍ରୀ ଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ।

ପୁଣି ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ
ପ୍ରତୀକାତ୍ମକ ଫଟୋ

ପବନ ପାଣିଗ୍ରାହୀ, ଜୟପୁର: ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହୋଇଛି ଗର୍ଭବତୀ । ଏଭଳି ଘଟଣା ଘଟିଛି କୋରାପୁଟର ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଉନ୍ନତ ସେବାଶ୍ରମରେ । ଘଟଣା ପ୍ରଘଟ ହେବା ପରେ ପ୍ରଶାସନିକ ସ୍ତରରେ ଦେଖାଯାଉଛି ତତ୍ପରତା । ଗର୍ଭବତୀ ଛାତ୍ରୀ ହେଉଛନ୍ତି ଜଣେ ଆଦିବାସୀ । ୩ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା । 

ବିଗତ ୩ ମାସ ହେଲା ଛାତ୍ରୀ ଜଣକ ନାପକୀନ ନେଉ ନ ଥିବା ସେବାଶ୍ରମ କତ୍ତୃପକ୍ଷ ରେଜିଷ୍ଟ୍ରର ଯାଞ୍ଚ ସମୟରେ ଜାଣିବାକୁ ମିଳିଥିଲା । ସନ୍ଧେହ ହେବାରୁ ସେବାଶ୍ରମ କତ୍ତୃପକ୍ଷ ଛାତ୍ରୀଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପରୀକ୍ଷା କରେଇ ଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାତ୍ରୀ ଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଚରାଉଚରା କରିଥିଲେ ମଧ୍ୟ ଏ ବାବଦରେ ଛାତ୍ରୀ ଜଣକ ମୁହଁ ଖୋଲୁ ନ ଥିବା ଜଣାପଡିଛି ।

ତେବେ ଆଜି ଅର୍ଥାତ ଗୁରୁବାର ଏହି ଘଟଣା ଲୋକ ଲଚନକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ଆଜି ପିଏ ଆଇଟିଡିଏ ଗୋପୀନାଥ ସାରକା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ଦେବୀ ଆଶ୍ରମରେ ପହଞ୍ଚିଥିଲେ । ସେମାନେ ଗର୍ଭବତୀ ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । 

ଅନ୍ୟପକ୍ଷେ  ଛାତ୍ରୀ ଜଣକ ଛୁଟିରେ ଥିବା ସମୟରେ ଏପରି ଘଟଣା ଘଟିଥିବା କଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି । ଏହା ସହ ଆଶ୍ରମ ପରିସରରେ ଏନଏମ ନଥିବା ହେତୁ ଜାଣିବାରେ ବିଳମ୍ବ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି । ତେବେ ଏଭଳି ଘଟଣା କିଭଳି ଘଟିଲା ତାହା ଡାକ୍ତରୀ ମାଇନା ପରେ ସ୍ପଷ୍ଟ ହୋଇପାରିବ ବୋଲି ପ୍ରଶାସନ କହିଛି ।