close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେନ୍ଦୁଝରରେ ଆରମ୍ଭ ହେଲା ପାରମ୍ପାରିକ ଖାଦ୍ୟ ଓ ବିହନ ମେଳା

କେନ୍ଦୁଝର ଗୁଜୁରାଟି ସମାଜଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାରମ୍ପାରିକ ଖାଦ୍ୟ ଓ ବିହନ ମେଳା ଅନୁଷ୍ଠିତ ହୋଇଛି। ବିହନ ଅଦଳବଦଳ,ଜୈବ ବିବିଧତା ନେଇ ନିଜନିଜ ଭିତରେ ଜ୍ଞାନ ବାଣ୍ଟିବାକୁ ଆଦିବାସୀ ଚାଷୀ ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଆଦିବାସୀ ଚାଷୀମାନଙ୍କର ନିଜନିଜ ଭିତରେ ଭାବର ଆଦାନ ପ୍ରଦାନ ଏବଂ ଭାଇଚାରା ବାଣ୍ଟିବା ଏହାର ଉଦ୍ଦେଶ୍ୟ। ଏହି ମେଳାରେ ଓଡିଶାର ୫ଟି ଆଦିବାସୀ ବହୁଳ କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶତାଧିକ ଆଦିବସାୀ ଚାଷି ଓ ଏକାଧିକ ସଂଙ୍ଗଠନ ଅଂଶଗ୍ରହଣ କରିଛନ୍ତି। 

କେନ୍ଦୁଝରରେ ଆରମ୍ଭ ହେଲା ପାରମ୍ପାରିକ ଖାଦ୍ୟ ଓ ବିହନ ମେଳା

କେନ୍ଦୁଝର: ଦିନକୁ ଦିନ ଲୋକଙ୍କ ମଧ୍ୟରେ ହଜିଯାଉଛି ଭାଇଚାରାର ଭାବ। କିନ୍ତୁ ଆଦିମ ଆଦିବସୀ ମାନେ ଏବେ ଏହାକୁ ବଜାଇ ରଖିବାକୁ ଜାରି ରଖିଛନ୍ତି ଉଦ୍ୟମ। ଆଉଏଥିପାଇଁ ୫ଟି ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝର, ଅନୁଗୁଳ , ସୁନ୍ଦରଗଡ,ମୟୁରଭଞ୍ଜ ଓ ସମ୍ବଲପୁରର ଆଦିବାସୀ ଚାଷୀ ମାନେ ନିଜ ଭିତରେ ଭାବ ଆଦାନ ପ୍ରଦାନ ପାଇଁ କରିଥାନ୍ତି ଏକ ଉତ୍ସବ। ଭାଇଚାରା ବାଣ୍ଟିବା ସହ ବିଲୁପ୍ତ ହୋଇଯାଉଥିବା ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ନିଜ ଭିତରେ କରିଥାନ୍ତି ବିହନ ଅଦଳବଦଳ।
କେନ୍ଦୁଝର ଗୁଜୁରାଟି ସମାଜଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାରମ୍ପାରିକ ଖାଦ୍ୟ ଓ ବିହନ ମେଳା ଅନୁଷ୍ଠିତ ହୋଇଛି। ବିହନ ଅଦଳବଦଳ,ଜୈବ ବିବିଧତା ନେଇ ନିଜନିଜ ଭିତରେ ଜ୍ଞାନ ବାଣ୍ଟିବାକୁ ଆଦିବାସୀ ଚାଷୀ ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଆଦିବାସୀ ଚାଷୀମାନଙ୍କର ନିଜନିଜ ଭିତରେ ଭାବର ଆଦାନ ପ୍ରଦାନ ଏବଂ ଭାଇଚାରା ବାଣ୍ଟିବା ଏହାର ଉଦ୍ଦେଶ୍ୟ। ଏହି ମେଳାରେ ଓଡିଶାର ୫ଟି ଆଦିବାସୀ ବହୁଳ କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶତାଧିକ ଆଦିବସାୀ ଚାଷି ଓ ଏକାଧିକ ସଂଙ୍ଗଠନ ଅଂଶଗ୍ରହଣ କରିଛନ୍ତି। ସବୁଜ ବିପ୍ଳବ ନାମରେ ଭାରତରେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତନ ଅଣାଯାଇ କୃଷିର ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ହାଇବ୍ରିଡ ବିହନ, ରାସାୟନିକ ସାର ଓ କୀଟ ନାଶକ ବିଷ ପ୍ରୟୋଗ କରିବା ଫଳରେ ଏହାର କୁପ୍ରଭାବ ଲୋକଙ୍କର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ବେଶ ପଡିବା ସହ ଏହା ଉପରେ ଅପୁରଣିୟ କ୍ଷତି ମଧ୍ୟ ପହଂଚାଉଛି । ପାରମ୍ପାରିକ କୃଷି ବୁଡିବାକୁ ବସିଥିବାବେଳେ ଧିରେଧିରେ ମାଣ୍ଡିଆ, ଜାଉ ପରି ସ୍ୱାସ୍ଥ୍ୟକର ଖାଦ୍ୟପ୍ରାଣରେ ଭରପୁରଥିବା ପାରମ୍ପରିକ ଖାଦ୍ୟ ବିଲୁପ୍ତ ହେବାକୁ ବସିଲାଣି। ତେବେ ଏବେବି ବହୁ ଦୂର୍ଗମ ଅଂଚଳରେ ଆଦିବାସୀମାନେ ଏହି ପାରମ୍ପାରିକ ଖାଦ୍ୟ ଉପରେ ନିର୍ଭରଶୀଳ। ଏହାକୁ ବଜାଇ ରଖିବାକୁ ଏହିପରି ମେଳା ଆୟୋଜନ କରାଯାଇଥିଲା।

kendujhor ଏହିପରି ଏକ ଆଧୁନିକ ଚାକଚକ୍ୟତାରେ ଏପରି ମେଳା କୃଷକ ବା ଚାଷି ମାନଙ୍କୁ ସେମାନଙ୍କର ଜ୍ଞାନ କୌଶଳ, ଅଭିଜ୍ଞନ୍ତା, ଓ ପାରମ୍ପାରିକ ବିହନ ଅଦଳ ବଦଳ ସହିତ ଆଧୁନିକ ଚାଷର ଜୈବ  ବିବିଧତା ଉପରେ କୁପ୍ରଭାବ ବିଷୟରେ ଆଲୋଚନା ମାଧ୍ୟମରେ ଜ୍ଞାନ ଆହରଣ କରିବାର ସୁଯୋଗ ଆଣି ଦେବ। ଏହା ସହ ପାରମ୍ପାରିକ ବିହନ ଓ ତତ୍ସଂଲଗ୍ନ ଜ୍ଞାନ କୌଶଳର  ପୁନଉଦ୍ଧାର ଓ ପ୍ରସାର ରେ ସହାୟକ ହେବ ନିଶ୍ଚୟ। ଏହି ମେଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ପାରମ୍ପାରିକ ଖାଦ୍ୟ ଓ ବିହନର ଆଦାନ ପ୍ରଦାନ ଦ୍ୱାରା ଆଦିବାସୀ ମାନଙ୍କର ଭାଇଚାରା ବଢିବା ସହ ବିଲୁପ୍ତ ହୋଇଯାଉଥିବା ଖାଦ୍ୟଶସ୍ୟର ପୁନଃରୁଦ୍ଧାର ହୋଇପାରିବ ବୋଲି କହିଛନ୍ତି।