ଶ୍ରେଣୀ ଗୃହ ନାହିଁ, ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ
Advertisement

ଶ୍ରେଣୀ ଗୃହ ନାହିଁ, ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

ରାଜ୍ୟସରକାର ଶିକ୍ଷାର ବିକାଶ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଆମରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଭିତ୍ତିଭୂମୀର ଅବସ୍ଥା କିଭଳି ସଙ୍ଗିନ୍ ତାହା ଘସିପୁରା ବ୍ଲକ୍ ପାତନା ପ୍ରାଥମିକ ବିଦ୍ୟାଳୟ ଦେଖିଲେ ନିଶ୍ଚିତ ଜାଣିହେବ। ଦୀର୍ଘ ଦିନ ହେଲାଣି ଏଠି ସ୍କୁଲ ଘର ଭାଙ୍ଗିଗଲାଣି। ହେଲେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହଁନ୍ତି।

  • ରାଜ୍ୟସରକାର ଶିକ୍ଷାର ବିକାଶ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଆମରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଭିତ୍ତିଭୂମୀର ଅବସ୍ଥା କିଭଳି ସଙ୍ଗିନ୍ ତାହା ଘସିପୁରା ବ୍ଲକ୍ ପାତନା ପ୍ରାଥମିକ ବିଦ୍ୟାଳୟ ଦେଖିଲେ ନିଶ୍ଚିତ ଜାଣିହେବ। ଦୀର୍ଘ ଦିନ ହେଲାଣି ଏଠି ସ୍କୁଲ ଘର ଭାଙ୍ଗିଗଲାଣି। ହେଲେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହଁନ୍ତି।

Trending Photos

ଶ୍ରେଣୀ ଗୃହ ନାହିଁ, ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

ଆନନ୍ଦପୁର:ରାଜ୍ୟସରକାର ଶିକ୍ଷାର ବିକାଶ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଆମରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଭିତ୍ତିଭୂମୀର ଅବସ୍ଥା କିଭଳି ସଙ୍ଗିନ୍ ତାହା ଘସିପୁରା ବ୍ଲକ୍ ପାତନା ପ୍ରାଥମିକ ବିଦ୍ୟାଳୟ ଦେଖିଲେ ନିଶ୍ଚିତ ଜାଣିହେବ। ଦୀର୍ଘ ଦିନ ହେଲାଣି ଏଠି ସ୍କୁଲ ଘର ଭାଙ୍ଗିଗଲାଣି। ହେଲେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହଁନ୍ତି। ଫଳରେ ବାରଣ୍ଡାରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରଛାତ୍ରୀ। 

fallbackଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତରେ ଥିବା ପାତନା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଆଜବେଷ୍ଟସ ଭାଙ୍ଗି ଯାଇଛି। କାନ୍ଥ ଗୁଡିକ  ର୍ଦୁବଳ ହୋଇ ଯାଇଥିବାରୁ  କୌଣସି ମୂହୁର୍ତ୍ତରେ ଗଳି ପଡିବ ତାହା କହିହେବ ନାହିଁ। ଫଳରେ  ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ।

୨ବର୍ଷ ହେବ ଏଭଳି ଅବ୍ୟବସ୍ଥା  ଲାଗିରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଛାତ ଓ କାନ୍ଥ ଗୁଡିକ ରହିଥିବାରୁ ଅବିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ହେଉନାହାନ୍ତି। ସେପଟେ ସ୍କୁଲର ଣ୍ରେଶୀ ଗୃହ ଭାଙ୍ଗିଯିବା ସମ୍ପର୍କରେ ପ୍ରାଧାନ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ  ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେପଟେ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ  ବୋଲି  ଘସିପୁରା ବିଡିଓ  କହିଛନ୍ତି।